ଜେଲରୁ ଚମ୍ପଟ ମାରିଲା କଏଦି

ମାଲକାନାଗିରି : (ପୂର୍ଣିମା ମାଝୀ) ମାଲକାନାଗିରି   ଉପକରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି। ଆଜି କାରାଗାରରେ ଡ୍ରେନ ସଫା କାମ ଚାଲୁଥିବା ସମୟରେ ଫେରାର ହୋଇଯାଇଛି। କଏଦୀ ଜଣକ ହେଉଛନ୍ତି ଅଜିତ ଦକୁଆ। ଅଜିତ ଗତ ଜାନୁଆରୀ 14ତାରିଖରେ ବାଲିମେଳା ଥାନା ପୋଲିସ ଗୋଞ୍ଜେଇ ଚୋରାଚାଲାଣ ରେ ଗିରଫ କରିଥିଲା। କଏଦୀ ଫେରାର ହେବା ନେଇ କାରାଗାର କତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ମାଲକାନଗିରି ଥାନା କେସନଂ 47/19 ରେ କେସ ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅପର ପକ୍ଷରେ କାରାଗାର ତରଫରୁ ବିଭାଗୀୟ ତୋଟାନ୍ତ ନିମନ୍ତେ କୋରାପୁଟ ସୁପରିଟେଣ୍ଡେନ୍ତ ମାଲକାନଗିରି ଉପ କାରାଗାରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମାଲକାନଗିରି ରୁ ପୂର୍ଣିମା ମାଝୀ repot

Leave a Reply

Your email address will not be published. Required fields are marked *