ସୋର : ଗରିବଙ୍କ ପାଇଁ ସରକାରଙ୍କ ଯୋଜନା କେମିତି ନେତାଙ୍କ ପକେଟକୁ ଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ଲାଗିଛି ଆମ ହାତରେ । ଏଥିର ବିରୋଧୀ ନେତା ନାହାନ୍ତି ଖୋଦ ସାସକ ଦଳ ବିଜେଡିର ସୋର ବ୍ଲକ ସଭାପତି ତଥା ୪୪ନମ୍ବର ଜୋନର ବିଜେଡିର ଜିଲ୍ଲାପରିଷଦ ସଭ୍ୟ କମଳା କାନ୍ତ ଘଡେଇ ହଡପ କରିଛନ୍ତି ଗରିବ ଚାଷିଙ୍କ ଅର୍ଥ । ସରକାରଙ୍କ ୱେବସାଇଟରେ ଥିବା ତଥ୍ୟ ମୂଳେ ଦହିସଡା ପଞ୍ଚାୟତ ସିରିଏଲ ନମ୍ବର ୯୦ କାଲିଆ ଆଇ.ଡି କେ୦୨ଏସ୦୯୪୦୭୦ ରେ କମଳା କାନ୍ତ ଘଡେଇ ବାପା ବସନ୍ତ କୁମାର ଘଡେଇଙ୍କ ନାମ ରହିଛି କାଳିଆ ଯୋଜନାର ହିତାଧିକାରୀ ତାଲିକାରେ । ତେବେ କମଳା କାନ୍ତ ଘଡେଇ ଗରିବ ଚାଷି ନୁହନ୍ତି ଯାହାର ପ୍ରମାଣ ଆମପାଖରେ ମହଜୁଦ ଅଛି । ଘଡେଇ ବାବୁଙ୍କର ଗୋଟିଏ ଟ୍ରକ ଅଛି ଯାହାର ନମ୍ବର ( ଓ ଆର ୦୯ ଇ ୨୫୫୭ ), ତାଙ୍କ ବାପା ବସନ୍ତ କୁମାର ଘଡେଇଙ୍କର ମଧ୍ୟ ଗୋଟିଏ ଟ୍ରକ ଅଛି ଯାହାର ନମ୍ବର (ଓ ଆର ୦୧ କେ ୯୧୫୭), ଶୁଣିବାକୁ ମିଳେ ଯାହାର ପରିଚାଳନା ନିଜେ କମଳା କାନ୍ତ ଘଡେଇ କରନ୍ତି ,ି ଛାଡନ୍ତୁ ଭୁଲିଜିବା ତାଙ୍କ ବାପାଙ୍କ କଥା ତାଙ୍କର ଥିବା ଟ୍ରକରୁ ସର୍ବନିମ୍ନ ମାସିକ ସେ ୫୦ହଯାରରୁ ଅଧିକ ଟଙ୍କା ରୋଜଗାର କରୁଥିବେ ନିଶ୍ଚିତ । ତେବେ ସେ ଗରିବ ହେଲେ କିପରି ? କଣ ଗୋଟିଏ ଟ୍ରକର ମାଲିକଙ୍କୁ ଗରିବ କୁହାଯାଇପାରିବ ! ନାଁ , କାରଣ ଟ୍ରକର ମୁଲ୍ୟ ସର୍ବନିମ୍ନ ୧୫ ଲକ୍ଷ ଉପରେ ହୋଇଥିବ । ତେବେ କେମିତି ଜନତାଙ୍କ ସେବକ ବୁଲାଉଥିବା ବିଜେଡିଭଳି ସରକାରୀ ଦଳର ନେତୃତ୍ୱ ନେଉଥିବା ବାବୁ ଜଣକ ଗରିବ ଚାଷିଙ୍କ ପାଇଁ ଥିବା କାଳିଆ ଟଙ୍କା ହଡପକଲେ ।

କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା ହେବାକୁ ଲକ୍ଷରଖି ଓଡିଶା ସରକାର କାଳିଆ ଯୋଜନା ପ୍ରଣୟନ କରିଥିଲେ ଯାହାର ଲକ୍ଷଥିଲା ଅଭାବ ଗ୍ରସ୍ତ , ଭୂମିହିନ ଚାଷିମାନଙ୍କୁ ସହଯୋଗ କରି ସେମାନଙ୍କ ଆର୍ଥର୍ୀକ ମାନଦଣ୍ଡକୁ ସୁଦୃଢ କରିବା । ଏକଥା କଣ ଘଡେଇ ବାବୁ ଯାଣିନଥିଲେ ! ତାହାଲେ କଣ ବୁଝିବାକୁ ହେବ ଏ ନେତା ଗୁଡାକ ଲଜ୍ୟା ସରମର ସମସ୍ତ ସିମା ସରହଦକୁ ପାର କରିଗଲେଣି ! ଛି ଛି ଛି ତେବେ ଆଇନ ତା ବାଟରେ ଜିବ କହୁଥିବା ଆମ ମୁଖ୍ୟ ମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି ତାହାଦେଖିବା କେବଳ ବାକି ରହିଛି । ଅନ୍ୟପଟେ କୁହାଯାଇପାରେ ଘଡେଇ ବାବୁଙ୍କ ଅଯାଣତରେ କାଳିଆ ଟଙ୍କା ଆସିଯାଇଛି ଜଦି ସେମିତି ହୋଇଛି ତାହାଲେ ସେକଥା ସେ ସ୍ପଷ୍ଟ କରିବା ଦରକାର ନହେଲେ ନିଜେ ବିଜେଡି ତଥା ୪୪ନମ୍ବର ଜିଲ୍ଲାପରିଷଦ ସଭ୍ୟପଦରୁ ଇସ୍ତଫା ଦେବା ଦରକାର । ଜଦି ଏଥି ମଧ୍ୟରୁ କୈାଣସିଟା ନକରନ୍ତି ଲୋକ ତାଙ୍କୁ ଦୁଆଳିଆ ଜାଲିନେତା କହିବାକୁ ପଛାଇବେନି ।
