କାଲି ମିଶ୍ରଣକୁ ନାଁ କହିବାରୁ ଆଜି ଭ୍ରମରବରଙ୍କ କ୍ରସରରେ ଚଢାଉକି ?

ସୋର: କାଲି ମିଶ୍ରଣ ଆଜି ଚଢାଉ , ମିଶ୍ରଣକୁ ନାଁ କହିବାରୁ ରାତି ଅଧିଆ ଚଢାଉ ବୋଲି ସବୁଠି ଚର୍ଚ୍ଚା ,ଗତକାଲି ବାଲେଶ୍ୱର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ବିଜେପିରେ ମିଶିଥିବା ବେଳେ ତାଙ୍କ ସହ ବହୁ ଛାମୁଆ କର୍ମୀ ବିଜେଡି ଛାଡି ବିଜେପିରେ ମିଶିଛନ୍ତି କିନ୍ତୁ ସୋରରୁ କେହି ବିଜେଡି କର୍ମୀ ରବିନ୍ଦ୍ରଙ୍କ ସହ ବିଜେପିକୁ ନଯିବାକୁ ନେଇ ରବିନ୍ଦ୍ର ଯେତିକି ଅସନ୍ତୁଷ୍ଟ ନାହାନ୍ତି ଅଧିକ ଅସନ୍ତୁଷ୍ଟ ବିଜେପି ଥିବା ଜଣା ପଡିଛି । ଚର୍ଚ୍ଚା ହୁଏ ସୋରରୁ ରବିନ୍ଦ୍ରଙ୍କ ଟିମରେ ଜୟରାମ ଦାସ ଓ ଭ୍ରମରବର ନାୟକ ଥିଲେ ଜୟରାମ କେବଳ ଜିଲ୍ଲାପରିଷଦ ରହିଥିବା ବେଳେ ଭ୍ରମର ବର ନାୟକ ସୋର ବ୍ଲକର ଉପାଧ୍ୟକ୍ଷ ଓ ତାଙ୍କ ଧର୍ମପତ୍ନୀ ରେବତି ନାୟକ ବିଜେଡିର ଜିଲ୍ଲାପରିଷଦ ଅଛନ୍ତି। ତେବେ ଉଭୟ ରବିନ୍ଦ୍ରଙ୍କ ସହ ବିଜେପିକୁ ନଯିବାକୁ ବିଜେପି ହଜମ କରିପାରୁନଥିବା ବେଳେ ଗତକାଲି ରବିନ୍ଦ୍ରଙ୍କ ବିଜେପିର ମିଶ୍ରଣର ମାତ୍ର କିଛି ଘଣ୍ଟା ମାନେ ରାତି ୨ଟାରେ ଭ୍ରମରବର ନାୟକଙ୍କ କ୍ରସରରେ ବାଲେଶ୍ୱର ଆଇଜି ଚଢାଉ କରିବା ଏବଂ ୭ ଜଣ କର୍ମଚାରିଙ୍କୁ ଆଣି ବେଆଇନ ଭାବେ ସୋର ଥାନାରେ ଅଟକ ରଖିବାକୁ ନେଇ ସାଧାରଣରେ ବେଶ ଅଶନ୍ତୋଷ ଦେଖାଦେଇଛି । ତେବେ ଏଠି ବଡ ପ୍ରଶ୍ନ ଉଠିଛିକି ପୋଲିସ ବା ବାଲେଶ୍ୱର ଆଇଜି ବାଗୁଡିରେ ବେଆଇନ ଖାଦାନ ଚାଲିବା ବାବଦରେ ଆଜି ଜାଣିଲେକି ? ଯଦି ଆଗରୁ ଜାଣି ଥିଲେ ଆଜି ଯାଏଁ କାହିଁକି ନିରବ ଥିଲେ ? ଖଣି ଖାଦାନରେ ମାଇନିଂ ଚଢାଉ କରିବା ପରିବର୍ତ୍ତେ ପୋଲିସ ଚଢାଉ କରିବା ଆଉ ନିଜେ ଆଇଜି କେବଳ ଗୋଟିଏ କ୍ରସରରେ ଚଢାଉ କରିବା ପଛରେ ଅଦୃଶ୍ୟ ରାଜନୈତିକ ଚାପ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନିକି ? ତେବେ ଏ ଚଢାଉ ଏଇଟି ଅଟକି ଯିବନା ଆଗକୁ ଜାରି ରହିବ ତାହା ବଡ ପ୍ରଶ୍ନ ? ସେପଟେ ବାଗୁଡିକୁ ବିସ୍ପୋରକ ଆସୁଛି କଉଠୁ ! ଖାଲି ବାଗୁଡି ନୁହଁ ଖଇରା କୂପାରିରେ କେମିତି ଚାଲିଛି ପଥର ଖାଦାନ ଓ ବେଆଇନ କ୍ରସର ବାଲେଶ୍ୱର ଆଇଜି ସେଠି କେବେ ଚଢାଉ କରିବେ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *