କଳାହାଣ୍ଡି : ଦିନକୁ ଦିନ ମଣିଷ ଜେମିତି ଧର୍ମାନ୍ଧର ବସବର୍ତୀ ହୋଇ ନିଜର ବିବେକ ହରାଉଛି ଆଗାମି ଦିନରେ ଏହି ଧର୍ର ପାଇଁଜେ ମଣିଷ ସର୍ବଶାନ୍ତ ହେବ ଏଥିରେ ଦ୍ବିଧା ନାହିଁ ା ଦିନକୁ ଦିନ ହଜିଯାଉଛି ମାନବିକତା , ଶବ କୁ କାନ୍ଧ ଦେବା ପାଇଁ ଆସିଲେନି କେହି । ସାଇକେଲ ରେ ବାନ୍ଧି ଶବ କୁ ନେଲେ ସ୍ମସାନ ।ଏପରି ଏକ ଦୁଖଦ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣବାହାଲି ଗ୍ରାମପଞ୍ଚାୟତ ବେହେରାଗୁଡ଼ା ଗ୍ରାମରେ ।ଗତ କାଲି ରାତି 11ଟା ମଧ୍ଯ ରେ ସୁବାସ ଦରୁଆନ ବୟସ 45 ଙ୍କ ଦେହାନ୍ତ ହୋଇଥିଲା ।ସେ ଆଜକୁ ଦିର୍ଘ ବର୍ଷ ହେବ କୁଷ୍ଠ ଓ ସୁଗର ରୋଗରେ ଆକ୍ରାନ୍ତ ଥିଲେ ଫଳରେ ତାଙ୍କ ମୃତ୍ୟୁ ପରେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଘୃଣା କରିବା ସହ କେହି ପାଖକୁ ପାଦ ମାଡି ନ ଥିଲେ ।ଦିର୍ଘ ସମୟ ଶବ ପଡିରହିଥିଲେ ମଧ୍ଯ କେହି ବନ୍ଧୁ ବାନ୍ଧବ ଙ୍କ ଦେଖା ମିଳି ନ ଥିଲା ଫଳରେ ତାଙ୍କ ବଡବାପା ପୁଅ କମଲ ଦରୁଆନ ଓ ବୁଧସୀଂ ଦରୁଆନ ଏକ ସାଇକେଲ ରେ ବାଉଁଶ ବାନ୍ଧି ଶବ କୁ ଦିର୍ଘ ଏକ କିଲୋମିଟର ସତ୍କାର ପାଇଁ ନେଇଥିଲେ । ଶବ ପହଞ୍ଚିବା ପରେ କେବଳ ଦୁଇଜଣ ଆତ୍ମିୟ ପହଞ୍ଚି ସବ ସତ୍କାର କରିବା ରେ ସହଯୋଗ କରିଥିଲେ ।ମୃତ ସୁବାସ ଦରୁଆନ ଙ୍କ ଦୁଇ ପୁଅ ଓ ଗୋଟେ ଝିଅ ଥିବା ବେଳେ ଆଜକୁ ଗୋଟିଏ ବର୍ଷ ହେବ ସ୍ତ୍ରୀ ଘର ଛାଡି ଚାଲିଗଲେ ଫଳରେ ତିନିପୁଅ ଝିଅ ଏବେ ବେସାହାରା ହୋଇଯାଇଛନ୍ତି । ଯେଉଁ ଭଳି ଭାବେ ଜଣେ ମୃତ ବ୍ଯକ୍ତିଙ୍କ ଶବକୁ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଘୃଣା କରି ଅସମ୍ମାନ କରାଗଲା ତାହା ମାନବ ସମାଜ ପ୍ରତି ଅତ୍ଯନ୍ତ ଲଜ୍ଜାଜନକ ।
