ସୋର : ସାଧାରଣ ଲୋକ ଗୁହାରୀ କରିଲେ ଯାହାକୁ ମିଶ୍ରନର୍ସିଂହୋମ ମାଲିକ ପେଟର ହୋଇଛି ତାଠୁ । ମନ୍ତ୍ରୀ ଠୁ ଚେୟାରମେନ ସମସ୍ତେ ବେପାର କଲେ ଶେଷରେ ୭୦ହଜାରରେ ଦରଛିଡିଲା , ତାମାନେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି କହିଲେ ମଣିଷ ମାର ୭୦ହଜାର ଦିଅ । ଏ ବାବୁଜଣକର ମନ୍ତ୍ରୀ ହେବାର ଯୋଗ୍ୟତା ଅଛିକି ନାହିଁ ଜଣା ନାହିଁ କିନ୍ତୁ ମଣିଷ ହେବାର ଜେ ଯୋଗ୍ୟତା ନାହିଁ ତାହା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । କେମିତି ଜଣେ ମଣିଷ ଏତେ ନୃସଂଶ ହୋଇପାରେ ଜଣେ ଲୋକପ୍ରତିନିଧି ହୋଇ ଲୋକଙ୍କ ସପକ୍ଷରେ ନଯାଇ ମଣିଷ ମରା ଡାକ୍ତରଙ୍କ ସପକ୍ଷରେ ଗଲେ । ଜଦି ମଣିଷ ହୋଇଥାନ୍ତେ ସେ ନିର୍ସିଂହୋମକୁ ସିଲକରିବା ପାଇଁ ଲେଖିଥାନ୍ତା କିନ୍ତୁ ଲେଖିଲେନି ଯାହା ସ୍ପଷ୍ଟକଲା ନର୍ସିଂହୋମ ମାଲିକଙ୍କ ସହ ମନ୍ତ୍ରୀଙ୍କ ପ୍ରିତି କେତେ ନିବିଡ ।
ସୋର ମିଶ୍ର ନର୍ସିଂ ହୋମରେ ମହିଳାଙ୍କୁ ମାରିଦେବାଘଟଣାରେ ଗତକାଲି ସୋର ପୋଲିସ ୬୩୨/୦୧୯ ର ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଯାରି ରଖିଛି । ଏହି ମାମଲାରେ ଡାକ୍ତର ପ୍ରଭାକର ମିଶ୍ର ନାମରେ ୩୦୪(ଏ) ଦଫା ଲାଗିଥିବା ବେଳେ ଯାହା ସ୍ପଷ୍ଟକରେ ଡାକ୍ତରଙ୍କ ଅବହେଳା । ତେବେ ପୋଲିସ ତାର ତଦନ୍ତ ଯାରି ରଖିଥିବା ବେଳେ ଉକ୍ତ ମହିଳାଙ୍କ ଶବକୁ ଆଜି ସୋର ଡାକ୍ତରଖାନାରେ ବ୍ୟବଛେଦ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି ବା ସିମୁଳିଆ ବିଧାୟକ ମହିଳାଙ୍କ ବାପାଙ୍କୁ ଚାପ ପକାଇ ଘଟଣାର ରଫାଦଫା କରାଇ ୭୦ହଜାର ନେଇ ଚୁପରହିବାକୁ କହିଥିବା କହିଛନ୍ତି ମହିଳାଙ୍କ ବାପା । ତେବେ ମନ୍ତ୍ରୀ ଏବଂ ନର୍ସିଂହୋମର ମାଲିକ ତଥା ଡାକ୍ତର ମିଶ୍ରଙ୍କ କି ପ୍ରକାର ସମ୍ପର୍କ ରହିଛି ଯାହାଏବେ ବଡ ପ୍ରଶ୍ନ । କାହିଁକି ଆପଶ ବୁଝା ମଣା ପାଇଁ ମନ୍ତ୍ରୀ ପାଗଳ ହେଉଥିଲେ ? କାହିଁକି ମୃତ ମହିଳାଙ୍କ ବାପାକୁ ଆପୋଶ ବୁଝାମଣା କରିବାକୁ ବାଧ୍ୟ କଲେ, ପୁଣି ମାତ୍ର ୭୦ହଯାର ଟଙ୍କା ବିନିମୟରେ । ମୃତ ମହିଳା ଜଣକ ମନ୍ତ୍ରୀଙ୍କର କେହିଜଦି ନିଜର ହୋଇଥାନ୍ତେ ମନ୍ତ୍ରୀ ଏଭଳି ଡିଲ୍ କରିଥାଆନ୍ତେ କି ? କଣ ରହିଛି ମନ୍ତ୍ରୀ ଏବଂ ନର୍ସିଂ ହୋମ ମାଲିକଙ୍କ ଭିତିରି ସମ୍ପର୍କ ? ମନ୍ତ୍ରୀ କଣ ସେ ନର୍ସିଂହୋମର ସେଆର ହୋଲ୍ଡର ନାଁ ନର୍ସିଂହୋମ ମାଲିକଙ୍କ ପାଖରୁ ଅର୍ଥନେଇ ଏଭଳି କଲେ । ଅନ୍ୟପଟେ ଗତକାଲି ଘଟଣାସ୍ଥଳରେ ପ୍ରଭାକର ମିଶ୍ରଙ୍କ ତରଫରୁ ଭଦଲୋକ କରୁଥିବା ସତ୍ୟନାରାୟଣ ନାୟକ ଆଜି ପୋଷ୍ଟ ମଟମ କରିଛନ୍ତି ତେଣୁଆଗାମି ରିପୋର୍ଟ କଣ ଆସିବ ତାହା ମା ଗଙ୍ଗେଙ୍କୁ ଜଣା । ଏଭଳି ସମୟରେ ନର୍ସିଂ ହୋମକୁ ସିଲ କରାନଯାଇ ପୋଲିସ କାହିଁକି ଛାଡିଦେଲା କଣ ଆହୁରି ମହିଳାଙ୍କୁ ମାରିବା ପାଇଁ ? ଜିଲ୍ଲାପାଳଠୁ ଅଚାନକ ଗ୍ରସ୍ତ କରୁଥିବା ୫ଟି ସଚିବ ଏ ବାବଦରେ ଧ୍ୟାନ ଦେବେକି ? ସ୍ୱାସ୍ଥ୍ୟ ମନ୍ତ୍ରୀ ଏଭଳି ନର୍ସିଂହୋମକୁ ସିଲ୍ କରିବାକୁ ଲେଖିବେକି ? ସୋରରେ ନେତା ଦେଖାଇ ହେଉଥିବା କଥା କଥାରେ ଥାନାରେ ଧାରନା ଦେଉଥିବା ଡିହ ଗାଲୁଆ ଗଲେ କୁଆଡେ ? ଆଗାମିଦିନରେ ଏ ନର୍ସିଂହୋମକୁ ସିଲ୍ କରାନଗଲେ ଆହୁରି ଏମିତି କେତେ ମହିଳା ଓ ନବଜାତ ଶିଶୁ ମରିବେ ତାର ହସିାବ ରହିବନି ।
