ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ନିଜର ପ୍ରେମିକ ବୋଲି ଦାବି କରୁଥିବା ଜନୈକା ଯୁବତୀ ଏବେ ଲକ୍ଷ୍ନୌରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜନ୍ମ ଦିନରେ ଯୁବତୀ ଭେଟିବାକୁ ଆସି ୫, କାଳିଦାସ ମାର୍ଗରେ ଅବସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ଅପେକ୍ଷା କରି ରହିଥିଲେ। ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାର ସୁଯୋଗ ମିଳିପାରିନଥିଲା। ଏଣୁ ତାଙ୍କୁ ଗୁରୁବାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଅପେକ୍ଷା କରିଥିବା ଦେଖାଯାଇଛି। ଯୁବତୀ ନିଜକୁ ହେମା ସକ୍ସେନା ବୋଲି କହୁଥିବା ବେଳେ ସେ କାନପୁରର ବାସିନ୍ଦା। ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ପ୍ରେମିକ ବୋଲି ଯୁବତୀ କହୁଥିବା ବେଳେ ସେ ପୂର୍ବରୁ ଗୋରଖପୁରରେ ତାଙ୍କୁ ଦୁଇ ଦୁଇଥର ଭେଟିଥିବା କହିଛନ୍ତି। ହେଲେ ଲକ୍ଷ୍ନୌରେ ତାଙ୍କୁ ଭେଟିବାକୁ ଦିଆଯାଉନଥିବାରୁ ସେ ଯୋଗୀଙ୍କୁ ଭେଟିବା ଜିଦରେ ଏବେ ଅଡି ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବା ଏହି ଯୁବତୀ ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ତାଙ୍କ ପ୍ରେମପତ୍ର ଯୋଗୀଙ୍କ ନିକଟକୁ ପଠାଇଥିବା ମଧ୍ୟ ଜଣାପଡିଛି। ତେବେ ଭିତରୁ ତାଙ୍କ ପତ୍ରର ଜବାବ ମିଳିନଥିବାରୁ ସେ ବାହାର ଅପେକ୍ଷା କରି ରହିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପ୍ରେମପତ୍ରରେ ସାରା ଜୀବନ ଯୋଗୀଙ୍କ ସାଥୀ ହେବାକୁ ଚାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ହେଲେ ଯୋଗୀଙ୍କ ନିକଟରେ ତାଙ୍କ ପ୍ରେମପତ୍ର ପହଞ୍ଚିଛି କି ନା ସେ ନେଇ ହେମା ସ୍ପଷ୍ଟ ହୋଇ ପାରୁନାହାନ୍ତି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ବାହାରେ ତାଙ୍କ ପ୍ରେମିକଙ୍କ ବାଟ ଚାହିଁ ବସିଥିବା କହିଛନ୍ତି ।
