ସୋରରେ ଜିଞ୍ଜର ମାଫିଆ ସାନନ୍ଦ ଓରଫ ବାପୁଜିକୁ ସୁରଖ୍ୟା ଦେଉଛି କିଏ ?

ବାଲେଶ୍ବର : ଜିଞ୍ଜର ବେପାରି ପାସ ଅବକାରୀ ଫେଲ , ମନ୍ତ୍ରୀଙ୍କ ଜିଲ୍ଲାରେ ଅଯୋଗ୍ୟ ଅବକାରୀ I ଲୋକ କହୁଛନ୍ତି ମାସିକା ନେଉଛି ଅବକାରୀ ନହେଲେ କେମିତି ଚାଲୁଛି ବେପାର ?  ବାଲେଶ୍ବର ଜିଲ୍ଲା ସୋରରେ ଜିଞ୍ଜର ବେପାରକୁ ସୁରଖ୍ୟା ଦେଉଛି କି ଅବକାରୀ ?  ଜିଞ୍ଜର ବେପାରର ମାଷ୍ଟର ମାଇଣ୍ଡ ଖଇରା ଅଞ୍ଜଚଳର ଜିଞ୍ଜର ମାଫିଆ ସାନନ୍ଦ ଓରଫ ବାପୁଜି କଲିକତାରୁ ଜିଞ୍ଜର ଆଣି ସୋର , ଖଇରା , ବାସୁଦେବବପୁରରେ ତାର କଳା ସାମ୍ରାଜ୍ୟ ଚଲେଇଛି I କାଲମେଡ ଡ୍ରକ୍ସ କମ୍ପାନିର ଏଇ ଜିଞ୍ଜର ରେଳ ପଥ ଓ ନିର୍ଦିଷ୍ଟ କିଛି ବସରେ ପାର୍ସଲ ହୋଇ ଆସୁଛି ଆଉ ଏଠି ଚଢାଦରରେ ବିକ୍ରି ହେଉଛି , ଜଉଠୁ କୋଟିପତି ହେଉଛନ୍ତି ବାପୁଜି ଭଳି କିଛି ଲୋକ I ଏଇ ବାପୁଜି ନିଜେ ଶିଖ୍ୟକତା କରୁଥିବା ବେଳେ ପୂର୍ବରୁ ଜିଞ୍ଜର ବେପାର କରି ଗିରଫ ହୋଇଥିଲା ହେଲେ ତାର ଚରିତ୍ର ବଦଳିଲାନି , ଶିଖ୍ୟକ ଜାତିର କଳଙ୍କ ଏଇ ଭାଡୁଆ ଏବେ ତାର ସେଇ କଳା ସାମ୍ରାଜ୍ୟ ଚଲେଇଛି I ତେବେ ଏଥିରେ ସୋର ଅବକାରୀ ସହଯୋଗ କରୁଥିବା ଅଭିଯୋଗ ହେଉଥିଲା ବେଳେ ଅବକାରୀର ନିସ୍କ୍ରିୟତା ଅଭିଯୋଗକୁ ପ୍ରମାଣିତ କରୁଛି I ମିଳିଥିବା ସୂଚନା ମୂଳେ ଏଇ ସାନନ୍ଦ ବା ବାପୁଜି ଅବକାରୀ ଓ ପୋଲିସକୁ ପକେଟରେ ରଖି ନିଜର କଳା ସାମ୍ରାଜ୍ୟ ଚଳେଇଥିବା ବେଳେ ପୁଲିସବି ନିରବ ରହିବା ସାଧାରଣରେ ପ୍ରଶ୍ନ ବାଚି ଶ୍ରୁଷ୍ଟି କରିଛି I ତେବେ ଏଇ କାଲମେଡ ଡ୍ରକ୍ସ ନାମକ କମ୍ପାନି ପାଖରେ କେମିତି ପହଞ୍ଚି ପାରୁନି ଅବକାରୀ ? କାଲମେଡ ଡ୍ରକ୍ସର ମାଲିକକୁ ନବାନ୍ଧି କାହିଁକି ଚୁପ ରହୁଛି ଅବକାରୀ ? ନା ବୁଝିବାକୁ ହେବ ଧର୍ମକୁ ଆଖିଠାର ମାରି ଜିଞ୍ଜରକୁ କାଭାଁ ଧରୁଥିଲେବି ମାଲିକ ପାଖରେ ନପହଞ୍ଚି ମୁଟା ଅଙ୍କର ଡିଲ କରି ନିରବ ରହୁଛି ଅବକାରି , ତେବେ ଅବକାରୀ ମନ୍ତ୍ରୀଙ୍କ ଜିଲ୍ଲାରେ ବିଶାକ୍ତ ଜିଞ୍ଜର ମାଫିଆ ସକ୍ରିୟ ଥିବା ବେଳେ ଅବକାରୀ ନିସ୍କ୍ରୀୟତାକୁ ନେଇ ମୁହଁ ଖୋଲିବେକି ମନ୍ତ୍ରୀ ନା ବୁଝିବାକୁ ହେବ ମନ୍ତ୍ରୀ କିଛି କାମକୁ ନୁହଁ , ଆଉ ମନ୍ତ୍ରୀଙ୍କ ନିରବତା ଜିଲ୍ଲାରେ ଏଇ ମାଫିଆ ମାନଙ୍କୁ ସୁଯୋଗ ଦେଉଛି ଏଇ ବେପାର କରିବାକୁ ତାହା ବଡ ପ୍ରଶ୍ନ ା

Leave a Reply

Your email address will not be published. Required fields are marked *