ବିଜେପି ପାଇଁ ପ୍ରତାପ ଅଲୋଡା , ଶ୍ରୀକାନ୍ତ ସବୁଠୁ ଆଗରେ , ଏବେ କେବଳ ରବିନ୍ଦ୍ର

ବାଲେଶ୍ବର : ବାଲେଶ୍ବର ପାଇଁ ପ୍ରତାପଙ୍କ ମନ୍ତ୍ରୀପଦର ପ୍ରଭାବ ଶୂନ ା ୨୪ ମାସ କିଛି କରିପାରିଲେନି ଯାହା ପ୍ରତାପଙ୍କୁ ବାଲେଶ୍ବର ବାଶିଙ୍କ ପାଖରେ ଛୋଟ କରିଦେଲା ା ବାଲେଶ୍ୱର ଏମ୍ପି ଭାବେ ସ୍ବର୍ଗତ ସମରେନ୍ଦ୍ର କୁଣ୍ଡୁ , ଖାରବେଳ ସ୍ୱାଇଁ, ଶ୍ରୀକାନ୍ତ ଜେନା, ରବୀନ୍ଦ୍ର ଜେନା ଓ ଅଦ୍ୟାବଧି ପ୍ରତାପ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ବିଚାରକୁ ନେଲେ ସ୍ପଷ୍ଟ ୫ ବର୍ଷର ଏମ୍ପି ଓ ମନ୍ତ୍ରୀତ୍ବ ଭିତରେ ଶ୍ରୀକାନ୍ତ ଜେନାଙ୍କ ଅବଦାନ ଅତୁଳନୀୟ । ପରେ ରବୀନ୍ଦ୍ର ଜେନା ମଧ୍ୟ ବାଲେଶ୍ବର ପାଇଁ କମ କରିନଥିଲେ । ସବୁଅଧୁରା କାମକୁ ପାଖା ପାଖି ସାରିଦେଲେ ା ଅବଶ୍ୟ ଅଧିକ କରିବାକୁ ସୁଯୋଗ ମିଳିଲାନି ଯାହା ଏମ୍ପି ଲାଡ ସେ ନିଅଣ୍ଟ ହେଲା ା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୨୦୧୯ ରେ ବାଲେଶ୍ୱର ସାଂସଦ ହେବେ ସେ ଭାବିନଥିଲେ ମନ୍ତ୍ରୀ ହେବାତ ଆଶ୍ଚର୍ଯ୍ୟ ଥିଲା , ଇସ୍ତାଫା ମଧ୍ୟ ତା’ଠାରୁ ଆଶ୍ଚର୍ଯ୍ୟ। ୨୪ ମାସରେ ମନ୍ତ୍ରୀ ପଦ ଚାଲିଗଲା। ମୁଁ ବାଲେଶ୍ୱରର ମନ୍ତ୍ରୀନୁହଁ କେନ୍ଦ୍ରରମନ୍ତ୍ରୀ କହି ବହୁଳ ସମାଲୋଚିତ ହେଲେ। ତେବେ ଏବେ ଲୋକ ପଚାରୁଛନ୍ତି ଶ୍ରୀ ଷଡ଼ଙ୍ଗୀ ଭାରତବର୍ଷ ପାଇଁ କଣ କରିଛନ୍ତି କୁହନ୍ତୁ ? ଶୁଣିବାକୁ ମିଳେ ପ୍ରତାପଙ୍କ ମନ୍ତ୍ରୀ ପଦ ଜିବାର ମୁଖ୍ୟ କାରଣ ବାଲେଶ୍ୱର ଉପନିର୍ବାଚନ । ପ୍ରତାପଙ୍କ ପାଇଁ କୁଆଡେ ମାନସ ହାରିଲେ ା କାରଣ ପ୍ରତାପ ଚାହୁଁନଥିଲେ ମାନସଙ୍କୁ , ମାନସ ଥିଲେ ଧର୍ମେନ୍ଦ୍ରଙ୍କ ଭକ୍ତ ା ଉଦାହରଣ ଭାବେ ନିଆଯାଇପାରେ ପ୍ରଧାନମନ୍ତ୍ରୀ ବାତ୍ୟା ୟଶର ସର୍ଭେ କରିବାକୁ ଆସିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ତୈଳ ମନ୍ତ୍ରୀ ଶ୍ରୀ ପ୍ରଧାନ ଥିଲେ। ପରେ ପରେ ଷଡ଼ଙ୍ଗୀ ବୈଜୟନ୍ତ ପଣ୍ଡାଙ୍କ ହେଲିକେପ୍ଟରରେ ଯାଇଥିଲେ। ବୈଜୟନ୍ତ ଏବେ ବିଜେପିର ଅଲୋଡା ମାନେ ଶୁଖିଯାଉଥିବା ଡାଳ ଯାହା ପ୍ରତାପଙ୍କୁ ସୁରଖ୍ୟା ଦେଇପାରିଲାନି ା ଏମିତିବି ଧର୍ମେନ୍ଦ୍ର ଦଳ ଛଡେଇଛନ୍ତି ୟାଙ୍କୁ କାହିଁକି କଉ ଖାଇବାକୁ ଦେବେ ା କିନ୍ତୁ ପ୍ରତାପଙ୍କୁ ମନ୍ତ୍ରି ପଦ ଦେଇକି ଛଡେଇ ନେବା ୨ଟା କଥାକୁ ଅଙ୍ଗୁଳି ନିର୍ଦେଶ କରୁଛି ନମ୍ବର ୧ ସେ ମନ୍ତ୍ରୀ ହେବାକୁ ଅଯୋଗ୍ୟ ନମ୍ବର ୨ ସେ ମୋଦିଙ୍କ ବିଶ୍ବସ୍ତ ନୁହଁ ା ତେବେ ପ୍ରତାପଙ୍କ ମନ୍ତ୍ରୀ ପଦ ଜିବା ବାଲେଶ୍ବର ପାଇଁ ଅପମାନ ବୋଲି ଲୋକ କହୁଛନ୍ତି ା କିନ୍ତୁ ଗୋଟେ କଥା ସାମ୍ନାକୁ ଆସିଲା ବିଜେପି ପାଇଁ ଏବେ ପ୍ରତାପ ଅଲୋଡା ା

Leave a Reply

Your email address will not be published. Required fields are marked *