ବୁଡିଗଲା ବିଜେପି ବୁଡେଇଦେଲା ଜୟନାରାୟଣ

ଜଳେଶ୍ବର (ସଞ୍ଜୟ ଦାସ) : ସାଧାରଣ ନିର୍ବାଚନ ପାଇଁ ଟିକଟ ବଣ୍ଟନ କୁ ନେଇ ସାରା ରାଜ୍ୟ ସରଗରମ ଥିବାବେଳେ। ଜଳେଶ୍ୱର ରେ କଂଗ୍ରେସ ପରେ ବିଜେପିର ଗୋଷ୍ଠି କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି। କଂଗ୍ରେସର ଅଳିଆକୁ ନେଇ ବିଜେପିକୁ ବଳିପକାଇବାକୁ ଆମେ ଦେବୁନି , ଜୟନାରାୟଣଙ୍କ ପାଇଁ ବିଜେପି ବୁଡିନଯାଉ ବୋଲି କହି ସିଧାସଳଖ ଜୟନାରାୟଣଙ୍କୁ ଟାର୍ଗେଟ କରିଥିଲେ ଜଳେଶ୍ନର ବିଜେପିର ଜୟନାରାୟଣଙ୍କ ଉପରେ ଅସନ୍ତୁଷ୍ଟ ଥିବା କର୍ମି ା କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଥିବା ଜୟନାରାୟଣ ମହାନ୍ତିଙ୍କୁ  ବିଜେପିର ପୁରୁଖା ନେତା ଓ କର୍ମୀ ମାନେ ଖୁଲାଖୁଲି ବିରୁଦ୍ଧ କରିଛନ୍ତି।

ଦଳର ଦୁର୍ଦ୍ଦିନ ବେଳେ ମଙ୍ଗ ଧରିଥିବା ବହୁ ଯୋଗ୍ୟ ପ୍ରାଥି ଥିବା ବେଳେ, ତାଙ୍କୁ କୋଣ ଠେସା କରି କଂଗ୍ରେସରୁ ଦଳଡ଼ିଆଁ ମାରି ଆସିଥିବା ପ୍ରାକ୍ତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କୁ ଦଳୀୟ ଟିକଟ ମିଳିଛି। ତେବେ ଦଳର ଏ ପ୍ରକାର ନିଷ୍ପତିକୁ ଜଳେଶ୍ବେର ଖୁଲାଖୁଲି ବିରୋଧ କରିବା ସହିତ ଜୟ ନାରାୟଣ ହଟାଓ ବିଜେପି ବଞ୍ଚାୟ ନାରବାଜି ଦେଇଥିଲେ। ପ୍ରାଥି ଚୟନ କ୍ଷେତ୍ରରେ ଦଳର ବରିଷ୍ଠ ନେତା ମାନେ ପୁନ ବିଚାର କରି ଯୋଗ୍ୟ ପ୍ରାଥୀଙ୍କ ଟିକଟ ଦେବାପାଇଁ ଦାବି କରିଥିଲେ। ଏହାତ ବ୍ୟତିକ୍ରମ ହେଲେ ଜୟନାରାୟଣ ଙ୍କୁ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *