ଜଳେଶ୍ୱର : ( ସଂଜୟ ଦାସ ) ଚଳିତ ବର୍ଷ ପ୍ରଥମ କରି ପ୍ରତ୍ୟକ ପପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟର ପଲ୍ଲୀସଭା ନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଜାରି ହୋଇଛି ଚିଠି । ସରକାରଙ୍କ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ଯେତିକି ଆଗକୁ ଯାଉଛି ବାସ୍ତବିକ କିଛି ସରପଞ୍ଚଙ୍କ କ୍ଷେତ୍ରରେ ବିକାଶ ପାଦେ ପଛରେ । ଆଉ ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନଛିମପୁର ପଞ୍ଚାୟତ ସରପଞ୍ଚଙ୍କ କାର୍ଯ୍ୟ କ୍ଷେତ୍ରରେ । ପଲ୍ଲୀସଭା ପାଇଁ ଵିଭାଗୀୟଙ୍କ ଚିଠି ପାଇବା ପରେ ସରପଞ୍ଚ ନିଜ ପଞ୍ଚାୟତରେ ୩ ଦିନ ପାଇଁ ତାରିଖ ଓ ସମୟ ନିର୍ଦ୍ଧାରଣ କରାଯାଇଥିବା ନୋଟିସର ଚିତ୍ର ସାନ୍ନାକୁ ଆସିଛି । ସରପଞ୍ଚ ଦୀପାଳି ଜେନାଙ୍କ ଦସ୍ତଖତ ମୂଳେ ପ୍ରକାଶ ପାଇଥିବା ନୋଟିସ ନଂ-୩୬ ତା:୦୩/୦୩/୨୦୨୦ ରିଖରେ ଜନତାଙ୍କ ସୂଚନା ପାଇଁ ସ୍ମାର୍ଟ ସରପଞ୍ଚ ଦୀପାଳି ଦିଦିଙ୍କ ଫାଷ୍ଟ ଡିଜିଟାଲର ନୂଆ ବ୍ୟବସ୍ଥା । ଆମେ ଯେଉଁ କଥାଟି କହୁଛୁ ଆମ ସରପଞ୍ଚ ଦିଦି ଏକ ଓଉ ଗଛ ଦେହରେ ୪ଟି ବାଉଁଶ ଖିଲ ମାରି ଲୋକଙ୍କ ସୂଚନା ପାଇଁ ଝୁଲାଇଦେଇ କାମ ସାରି ବସିଛନ୍ତି । ଡିଜିଟାଲ ବ୍ୟବସ୍ଥାରେ ଝୁଲୁ ଥିବା ନୋଟିସର ଫୋଟଟି ଏବେ ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରିବୁଲୁଛି । ତେବେ ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଧିଷ୍ଟ ସ୍ଥାନରେ ନୋଟିସ ମରା ଯିବା ସହ ଡେମ୍ବୁରା କିମ୍ୱା ଡ଼ାକବାଜି ଯନ୍ତ୍ର ଦ୍ୱାରା ଗାଁ ଗାଁରେ ସୂଚନା ଦେବାରେ ନିୟମ ରହିଛି । ଏହିସବୁ ଖର୍ଚ୍ଚ ବାବଦକୁ ସରପଞ୍ଚ ମାନେ ସ୍ୱତନ୍ତ୍ର ଅର୍ଥ ନେଇଥାନ୍ତି । କଥାହେଉଛି ଯଦି ଏ ବାବଦରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି ତେବେ ଆମ, ସରପଞ୍ଚ ଦିଦି ଏମିତି ହୀନ ବ୍ୟବସ୍ଥା କରି ଅର୍ଥ ଆତ୍ମସାତ୍ କରୁଛନ୍ତି କି…? ଯଦି ଆମ କଥା ସତ ନୁହେଁ ତାହାଲେ ସରପଞ୍ଚ ଦିଦିଙ୍କ ଏଭଳି ନିମ୍ନ ମାନର ବ୍ୟବସ୍ଥା କାହିଁକି…? ଏ ସମସ୍ତ କଥାକୁ ନେଇ ପଞ୍ଚାୟତ ସରପଞ୍ଚ ଦୀପାଳି ଜେନାଙ୍କ ସହ ଆମ ପ୍ରତିନିଧି ଫୋନ ଯୋଗେ କଥା ହୋଇ ଜାଣିଥିଲେ ଯେ ପଲ୍ଲୀସଭା ପାଇଁ ନୋଟିସ ଯେଉଁଠି ଯେମିତି ମରାଯିବାକଥା ସରିଛି । ବାକି ଡ଼ାକବାଜି ଯନ୍ତ୍ର କିମ୍ବା ଡେଙ୍ଗୁରା ବ୍ୟବସ୍ଥା ହୁଏ ନାହିଁ ବୋଲି ପ୍ରକାଶ କରିଥିଲେ । ସରପଞ୍ଚଙ୍କ ଏଭଳି କାର୍ଯ୍ୟ ପନ୍ଥା ଉପରେ ଜନସାଧାରଣରେ ଚର୍ଚ୍ଚା ଚାଲିଛି ।
