ଧରାପଡ଼ିଲା ଭତ୍ତା ଟଙ୍କା ହଡ଼ପ ଘଟଣା,ଭୂତ ସାଜିଥିଲେ ନିଜେ ସରକାରୀ କର୍ମଚାରୀ ।
ଜଳେଶ୍ବର : ( ସଂଜୟ ଦାସ ) ବର୍ଷ ବର୍ଷ ଧରି ଜଳେଶ୍ବର ବ୍ଳକରେ ଚଞ୍ଚକତା କରି ସରକାରୀ କର୍ମଚାରୀ ହଡ଼ପ କରୁଥିଲେ ଭତ୍ତା ଟଙ୍କା , ଆମ ଖବର ପ୍ରକାଶ ପରେ ଧରାପଡିଛି ଭତ୍ତା ଟଙ୍କା ହଡ଼ପ ଘଟଣାର ସତ୍ୟତା । ଆଉ ଖୋଦ କିଛି ସରକାରୀ କର୍ମଚାରୀ ଖାଉଥିଲେ ଭୂତଙ୍କ ଭତ୍ତା ଟଙ୍କା । ଶେଷରେ ୫ ଜଣ ସରକାରୀ କର୍ମଚାରୀ ଦେଲେ ଜରିମାନା । ତେବେ ଘଟଣାରୁ ଜଣାପଡ଼ିଛି ଯେ ୨୦୧୮ ଓ ୨୦୧୯ ମସିହାରେ କିଛି ମୃତ ଲୋକଙ୍କ ନାଁରେ ଉଠାଇ ନିଆଯାଇଥିଲା ଭତ୍ତା ଟଙ୍କା । ଆଉ ଏଭଳି ଚଞ୍ଚକତା ଘଟଣା ଆମ ହାତରେ ଧରାପଡିବା ପରେ ଖବର ପ୍ରକାଶ ପାଇଥିଲା । ଆମ ଖବରକୁ ନେଇ ଜଳେଶ୍ବର ବିଡିଓ ଓ ବାଲେଶ୍ଵର ଜିଲ୍ଲାପାଳ ଖବରର ସତ୍ୟତା ଉପରେ ନଜର ଦେଇ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ମୃତ ଭତ୍ତା ଟଙ୍କା ଘୋଟାଲା ପଦାରେ ପଡିଛି । ଯେଉଁ ପଞ୍ଚାୟତ ଗୁଡିକରେ ଭତ୍ତା ଟଙ୍କା ହଡ଼ପ ହୋଇଥିଲା ଓ ଯେଉଁ ସରକାରୀ କର୍ମଚାରୀ ମାନେ ଭତ୍ତା ବଣ୍ଟନ କରିବା ଦାଇତ୍ଵରେ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଲାଗିବା ପରେ ଶେଷରେ ସେମାନେ ୧୪ ହଜାର ୧୦୦ ଟଙ୍କା ଜରିମାନା ଗଣିଛନ୍ତି । ସେହି ସରକାରୀ କର୍ମଚାରୀ ମାନେ ହେଉଛନ୍ତି ନଛିମପୁର ପଞ୍ଚାୟତ ତଥା ବର୍ତ୍ତମାନର ପିଇଓ ରିତାଞ୍ଜଳି ଦାସ, ଜେଇ ଓମପ୍ରକାଶ ଜେନା , ସଂଜୟ ପଣ୍ଡିତ,ଜିଆରଏସ ଇମିଲି, ଶ୍ରୀକାନ୍ତ କମିଳା ପ୍ରମୁଖ ବୋଲି ଜଣାପଡିଛି। ସବୁଠାରୁ ବଡ଼ କଥା ଯେ ଯଦି ସରକାରୀ କର୍ମଚାରୀ ଭୂତ ଭତ୍ତା ଟଙ୍କା ଖାଇନଥିଲେ ତେବେ ଖାଇଥିଲା କିଏ ..? ଯଦି ଏହି ୫ ଜଣ ସରକାରୀ କର୍ମଚାରୀ ମୃତ ଭତ୍ତା ଟଙ୍କା ଆତ୍ମସାତ କରିନଥିଲେ ତାହାଲେ ଜରିମାନା ଗଣିଲେ କାହିଁକି….? ଯଦି ଆମ ପ୍ରଶ୍ନ ସତନୁହେଁ ତେବେ ଉକ୍ତ ସରକାରୀ କର୍ମଚାରୀ ମାନେ କାହିଁକି ଯେଉଁ ଜାଲି ହିତାଧିକାରୀମାନେ ଚଞ୍ଚକତା କରି ଭତ୍ତା ଟଙ୍କା ହାତେଇଛନ୍ତି ସେମାନଙ୍କ ଉପରେ କୌଣସି କର୍ଯ୍ୟାନୁଷ୍ଠାନ ନେଲେନାହିଁ ।
