ଜଳେଶ୍ବର ପୁଲିସ ନିରବ: ପୁଣି ସାମ୍ବାଦିକ ସଞ୍ଜୟଙ୍କୁ ହତ୍ୟା ଧମକ

ବାଲେଶ୍ଵର : ( ଅଫିସ ) ସାମ୍ବାଦିକଙ୍କ ପାଇଁ ଅସୁରଖିତ ଜଳେଶ୍ବର । ପୁଲିସିର ନିସ୍କ୍ରିୟତା ପାଇଁ ଏଭଳି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଗତକିଛିଦିନ ପୁର୍ବରୁ ସଞ୍ଜୟ ଦାସଙ୍କୁ ଏଭଳି ମାରିଦେବାର ଧମକ ହୋଇଥିଲେବି ଅଦ୍ୟାବଧି ପୁଲିସ ହାତ ଖୁଲାଥିବା ଜଣା ପଡିଛି । ଅଭିଯୋଗ ମୁଳେ ସମୋବାର ୨୩/୦୯/୨୦୧୯ ରିଖ ଅପରାହ୍ନ ୨ଟା ୧୫ ମି:ରେ ସାମ୍ବାଦିକଙ୍କୁ ୬୩୭୦୮୪୨୨୯୭ଫୋନ ନମ୍ବର ରୁ ଫୋନ କରି ଧମକ ଦିଆଯାଇଛି । ଫୋନରେ ନିଜକୁ ବିଜେପିର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କଲୋକ ବୋଲି ପରିଚୟ ଦେଇ ଗାଳି ଓ ମର୍ଡର ଧମକ ଦେଇଛନ୍ତି। ପରେ ମୋବାଇଲ ଫୋନ ବନ୍ଦହୋଇଥିଲା । ତେବେ କିଛି ସମୟ ପରେ ମିଳିଥିଲା ଠିକଣା । ପୁରା ଘଟଣାରୁ ଜଣାପଡିଛି ଯେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକ ଆମ୍ବଳିଅଠା ଗାଁର ସ୍ୱର୍ଗତ ରାଜେନ୍ଦ୍ର କରଙ୍କ ପୁଅ ଉତ୍ତମ କୁମାର କର ( ଉତୁଆ ) ସାମ୍ବାଦିକ ସଂଜୟ ଦାସଙ୍କୁ ଫୋନ କରି ଅଶାଳୀନ ଭାଷାରେ ଗାଳି ଓ ଜୀବନରୁ ମାରିଦେବା ଧମକ ଦେଇଥିଲେ । ଜଳେଶ୍ବରର ପୁର୍ବତନ ବିଧାୟକ ତଥା ଏଥର ବିଜେପି ପ୍ରାର୍ଥୀ ହୋଇଥିବା ଜୟନାରାୟଣ ମହାନ୍ତିଙ୍କ ଲୋକ ବୋଲି ନିଜର ପରିଚୟ ଦେଇ ଆମ ନେତା ଓ ଆମ ନାମରେ କାହିଁକି ମାଛ ଚୋରି ଖବର ପ୍ରକାଶ କରିଛୁ କହି ସାମ୍ବାଦିକ ସଂଜୟ ଦାସଙ୍କୁ ଏଭଳି ଧମକ ପୂର୍ଣ୍ଣ କଥାବାର୍ତ୍ତା କରିଥିଲେ । ଗତ କିଛି ମାସ ତଳେ ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥ ଉପରେ ମଧ୍ୟରାତିରେ ଏକ ମାଛ ବୋଝେଇ ପିକପଭେନରୁ ହୋଇଥିଲା ମାଛଚୋରି । ଅଭିଯୋଗ ମୂଳେ ସାମ୍ବାଦିକ ପ୍ରକାଶ କରିଥିଲେ ଖବର । ତେବେ ସବୁଠାରୁ ବଡ଼ କଥା ଯେ ଏ ମାଛଚୋରି ରେ ନିମ୍ନୋକ୍ତୋ ବ୍ୟକ୍ତିମାନଙ୍କର କଣ ସମ୍ପ୍ରୁକ୍ତି ଅଛି ? ଯଦି କିଛି ନୁହେଁ ତେବେ କାହିଁକି ଘଟଣା ଭିତରେ ଛନ୍ଦି ହେଉଛନ୍ତି ଏ ବ୍ୟକ୍ତି ଜଣକ । ମାଛ ଚୋରି ଖବରକୁ ନେଇ ସାମ୍ବାଦିକଙ୍କୁ ଗାଳି ଓ ଧମକ ଦେବା ଅଭିଯୋଗ ଉପରେ ଏ ବ୍ୟକ୍ତି ଜଣକୁ ପୋଲିସ ତଦନ୍ତ ଘେରକୁ ନେବକି…..? ସେପଟେ ସାମ୍ବାଦିକଙ୍କୁ ଗାଳି ଓ ମର୍ଡର ଧମକ ଦେଇଥିବା ଅଭିଯୋଗକୁ ନେଇ ଉକ୍ତବ୍ୟକ୍ତି ଜଣକ ଉପରେ ୨୪୦/୧୯ ମୂଳେ ଏକ ମାମଲା ରୁଜୁ କରିଛି ଜଳେଶ୍ବର ପୋଲିସ । ପୁଲିସ ଖାଲି ମାମଲା କରି ଉକ୍ତ ଅସାମାଜିକଙ୍କ ସହ ସାଲିସ କରୁଛିନା କାର୍ଯ୍ୟାନୁଷ୍ଠାନ ନେଇ ଅସାମାଜିକଙ୍କୁ ଗିରଫ କରୁଛି ା

Leave a Reply

Your email address will not be published. Required fields are marked *