ଜଳେଶ୍ୱର ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ଗାଏବ ଛାତ୍ର ବାଲେଶ୍ୱର ରୁ ଉଦ୍ଧାର

ଜଳେଶ୍ୱର : ( ସଂଜୟ ଦାସ ) ଭୋଗରାଇ ବ୍ଳକ ହାଣ୍ଡିପଡା ଗ୍ରାମର କାହ୍ନୁ ଚରଣ ଦାସଙ୍କ ପୁଅ ଗୋବିନ୍ଦ ଦାସ (୧୩) ଜଳେଶ୍ୱର ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ହଷ୍ଟେଲ ରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲା । ତେବେ ଛାତ୍ର ଜଣକ କୋଣସି କାରଣ ପାଇଁ ଗତ ତା: ୨୧/୦୭/୨୦୧୯ ରିଖ ସକାଳ ୫ ଟା ୩୦ମି:ସମୟରୁ ହଷ୍ଟେଲ ରୁ କୁଆଡେ ଗାଏବ ହୋଇଯାଥିଲା । ଛାତ୍ର ଗୋବିନ୍ଦ ଗାଏବ ହେବାର ୭ ଦିନପରେ ଆଜି ଅର୍ଥାତ ୨୭/୦୭/୨୦୧୯ ରିଖ ସନ୍ଧ୍ୟାରେ ବାଲେଶ୍ୱର ରୁ ଉଦ୍ଧାର ହୋଇଛି । ସୂଚନା ରୁ ଜଣାପଡିଛି ଯେ ଆଜି ସନ୍ଧ୍ୟାରେ ଜଳେଶ୍ୱର ଶିଖରପୁର ଗ୍ରାମର ଦୀନକୃଷ୍ଣ ଓଝା ଓ ବନ୍ଧୁ ରାକେଶ ରଂଜନ ଭୂୟାଁ ଦୁହେଁ ବାଲେଶ୍ବର ଷ୍ଟେସନ ରୋଡ ସ୍ଥିତ ହୋଟେଲ ଆଦର୍ଶ ରେ ଖାଉଥିବା ସମୟରେ ହୋଟେଲ ବାହାରେ ପିଲାଟି ଘୁରିବୁଲୁଥିବା ଦେଖିଥିଲେ । ପରେ ପିଲାଟିକୁ ପାଖକୁ ଡାକି ପରିଚୟ ଓ ଠିକଣା ବୁଝିବାପ ପରେ ଛାତ୍ର ଜଣକ ନିଜ ନା ସତ ପ୍ରକାଶ କରିଥିଲେ ହିଁ ଘର ଠିକଣା ବାଲେଶ୍ଵର ରେମୁଣା ବୋଲି କହିଥିଲା । ପରେ ପିଲାର ଠିକଣା ସତ ଜାଣିବା ପାଇଁ ପିଲାର ଘରକୁ ଓ ଜଳେଶ୍ୱର ପୋଲିସ ସହ ଯୋଗାଯୋଗ କରି ଫୋଟ ରୁ ଚିହ୍ନା ପଡିଥିଲା । ତେବେ ପିଲାଟି ହଷ୍ଟେଲ ରୁ ଗାଏବ ପରଠୁଁ ବାଲେଶ୍ୱର ଷ୍ଟେସନ ରୋଡ଼ରେ ଥିବା ଚିନା ବାବୁଙ୍କ ଏକ ଉଠା ଜଳଖିଆ ଦୋକାନ ରେ କାମ କରୁଥିବାର ନିଜେ ଛାତ୍ର ପ୍ରକାଶ କରିଛି । ଖବର ପାଇ ଜଳେଶ୍ୱର ପୋଲିସ ବାଲେଶ୍ୱର ପହଞ୍ଚି ପିଲାକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି

Leave a Reply

Your email address will not be published. Required fields are marked *