ଜଳେଶ୍ବର ରାଇବଣିଆରେ ଘୁର୍ଣ୍ଣିଝଡ଼ ଭାଙ୍ଗିଲା ପେଟ୍ରୋଲ ପମ୍ପ , ଜଣେ ଆହତ

ଜଳେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ କାଲିଠାରୁ ଲାଗିରହିଥିବା ଘଡଘଡି ସାଙ୍ଗକୁ ବର୍ଷା କମିବାର ନାଧରୁନଥିବା ବେଳ ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ରାଇବଣିଆ ଅଞ୍ଚଳରେ ଅପରାହ୍ନ ୧ ଟାଏ ୩୦ ମି: ସମୟରେ ହଠାତ ଆକାଶର ପଶ୍ଚିମପଟୁ ମାଡ଼ିଆସିଲା ଘୁର୍ଣ୍ଣିଝଡ଼ ।

ଘୁର୍ଣ୍ଣିଝଡ଼ ରୂପ ଏତେଟା ଭୟଙ୍କର ନଥିଲେବି ଗୋଟାଏ ମିନିଟ ମଧ୍ୟରେ ଭାଙ୍ଗିଦେଲା ରାଇବଣିଆରେ ଥିବା ଏଚପି ପେଟ୍ରୋଲ । ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି । ସ୍ଥାନୀୟ ବିଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତି ଆହତ ଓ ସେହି ସମୟରେ ପମ୍ପ କୁ ତେଲ ପକାଇବା ପାଇଁ ଯାଇଥିବା ଏକ ଚାରି ଚକିଆ ମହେନ୍ଦ୍ରା ଗାଡ଼ିକୁ ପବନରେ ଭାଙ୍ଗିଯିବାର ଖବର ଜଣାପଡିଛି । ଖବର ଲେଖିବା ଯାଏଁ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ

Leave a Reply

Your email address will not be published. Required fields are marked *