ଜଳେଶ୍ବର : ଓଡ଼ିଶାରୁ ପଶ୍ଚିମବଙ୍ଗ କୁ ବେଧଡକ ଗୋ ଚାଲାଣ ବେଳେ ଭଦ୍ରକ ବଜରଙ୍ଗଦଳର କିଛି ପିଲା ଏହି ଗୋ ଚାଲାଣ ସମ୍ପର୍କରେ ଜାଣିପାରି ଭଦ୍ରକରୁ ଜଳେଶ୍ବର ଯାଏଁ ପିଛାକରିବା ପରେ ଶେଷରେ ଏନଏଚ ୬୦ ନମ୍ବର ଜାତୀୟ ରାଜପଥ ଜଳେଶ୍ବର ଚାଲନ୍ତି ଛକ ନିକଟରେ ୩ ଗୋରୁ ବୋଝେଇ କଣ୍ଟିନର ଟ୍ରକକୁ ଆଜି ସକାଳୁ ଅଟକାଇଥିଲେ ା

ମାତ୍ର ଘଟଣା ସ୍ଥଳରେ ସ୍ଥାନୀୟ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ୩ କଣ୍ଟିନର ଟ୍ରକରୁ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ଗୋରୁ କୁ ଜବତ କରାଯାଇଛି । ଘଟଣା ସମ୍ପର୍କରେ ଜଳେଶ୍ବର ପୋଲିସ ଜାଣିପାରି ସେଠାରେ ପହଂଚି ତଦନ୍ତ ଚଳାଇଛନ୍ତି । ମାତ୍ର ବର୍ଷ ବର୍ଷ ଧରି ଗୋ ଚାଲାଣ କାରୀମାନେ ରାତିଦିନ ହଜାର ହଜାର ଗୋ ବୋଝେଇ ଟ୍ରକକୁ ପଶ୍ଚିମବଙ୍ଗ ଚାଲାଣ କରିବାପାଇଁ କିପରି ସଫଳ ହେଉଛନ୍ତି ତାହା ସବୁଠାରୁ ବଡ ପ୍ରଶ୍ନ…? ଆଜିର ଏତେବଡ଼ ଘଟଣା ଘଟିବା ପରେ ଚର୍ଚ୍ଚା ହେଉଛି ଯେ ଗୋ ମାଫିଆ ମାନେ କୁଆଡେ ଜିଲ୍ଲା ପୋଲିସ ପ୍ରଶାସନଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ନିର୍ଭୟରେ ଗୋ ଚାଲାଣ ଚଳାଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ପୋଲିସ ଗୋ ଚାଲାଣ କାରୀଙ୍କ ଏକ ବଡ ମାଧ୍ୟମ । ଗୋ ଚାଲାଣ କାରୀଙ୍କୁ କାହିଁକି ପ୍ରହସନ ଦେଉଛନ୍ତି ଜିଲ୍ଲା ପୋଲିସ ଅଧିକାରୀ । କେବେ ଲଗାଇଦେ ଗୋ ଚାଲାଣ କାରୀଙ୍କ ଉପରେ କଡା ଅପରାଧର ମାମଲା । ତେବେ ଯାଇ ବଂଚିପାରିବ ନିରୀହ ଗୋ ମାତାଙ୍କ ଜୀବନ ।
