ଜଳେଶ୍ୱର ( ସଂଜୟ ଦାସ ) କଲିକତା ସୁନାଗାଛିରୁ ଜଳେଶ୍ୱର ଯାଏଁ ମାତିଛି ଦେହ ବ୍ୟବସାୟ ବେପାର । କିଛି ଦେହ ବ୍ୟବସାୟୀ ଦଲାଲ ମାନେ ନିଜର ସ୍ତ୍ରୀ ପିଲା ଛୁଆଙ୍କୁ ଭରଣ ପୋଷଣ ଏହି ବେପାରୁ କରୁଛନ୍ତି। ଯେତେ ବେଳେ ଏହି ସେକ୍ସ ରାକେଟ ଖୋଲମ ଖୋଲା ଜଳେଶ୍ବରରେ ଚାଲୁଛି ତେବେ କିଭଳି ପୁଲିସ ଏହାର ଟେର ପାଇ ପାରୁନି । ତେବେ ପୁଲିସ କଣ ସବୁ ଜାଣି ନସୁଣିଲା ଭଳି ହଉଛି । ନାଁ ରହିଛି ଆଉ କିଛି ଭିତିରି କଥା ତେବେ ସୂଚନା ଅନୁସାରେ ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣ ନଗର ଚମାରଦିଗ ଆଦିବାସୀ ସାହି ନିକଟରେ । କଲିକତା କିଛି ଅଞ୍ଚଳରୁ ବର୍ଷ ବର୍ଷ ଧରି ଏହି ଯୁବତୀ ମାନେ ଓଡିଶା ରାଜଧାନୀ ଭୁବନେଶ୍ୱରରୁ ଜଳେଶ୍ବର ଯାଏଁ ଦେହ ବ୍ୟବସାୟୀ ଦଲାଲଙ୍କ ଦ୍ୱାରା ଆସି ଯୁବତୀ ମାନେ ଦେହ ବ୍ୟବସାୟ କରୁଛନ୍ତି । ଯାହାର ଜ୍ୱଳନ୍ତ ଉଧାରଣ ଆଜି ତା: ୦୯/୦୮/୨୦୧୯ରିଖ ସନ୍ଧ୍ୟାରେ ଗାଁଲୋକଙ୍କ ହାତରେ ଧରା ପଡିଲେ ପଶ୍ଚିମବଙ୍ଗ କଲିକତା ବହୁବଜାରରେ ଥିବା ସୁନାଗାଛି ଯୁବତୀ ଓ ଜଳେଶ୍ୱର ରାଜପୁର ବସ୍ତିର ସେକ ଆଝାର ନାମକ ଯୁବକ । ତେବେ ଯୁବତୀଙ୍କ କହିବା ଅନୁଯାଇ ଯୁବତୀ ଜଣକୁ କଲିକତାର ସୁନାଗାଛିରୁ ଅଣାଯାଇ ଜଳେଶ୍ବର ସହରରେ ଥିବା ହୋଟେଲ ଗୁଡିକରେ ଦେହ ବ୍ୟବସାୟ ନିର୍ଭରେ ଚଳାଇଛନ୍ତି । ମାତ୍ର ପୋଲିସ କିପରି ସୁରାଗ ପାଉନାହିଁ କେମିତି । ତେବେ ଆଜିର ଏହି ସେକ୍ସ ରାକେଟ ଗାଁ ଲୋକଙ୍କ ହାତରେ ଧରା ପଡି ପୋଲିସ ନିଜହାତକୁ ନେଲାପରେ ଘଟଣାର ମୁଡ କେଉଁଆଡ଼କୁ ଗତିକରୁଛି ଦେଖିବାକୁ ବାକିରହିଲା
