ଜଳେଶ୍ବରରେ ମଧ୍ୟଯୋଗୀୟ ବର୍ବରତା : ଗାଁ ମଶାଣିରେ ଶବ ଦାହ କରିବାକୁ ଦେଲେନାହଁ ଗାଁ ଲୋକେ 

ଜଳେଶ୍ୱର : ( ସଞ୍ଜୟ ଦାସ) ମରିଯାଇଛି ମଣିଷ ଭିତରେ ମଣିଷ ପଣିଆ । ଯାହା ହୋଇଛି ତାହା ମଧ୍ୟଯୋଗିୟ ବର୍ବରତା ବୋଲି କହିଲେ ଭୁଲ ହେବନାହିଁ ା ଆଜି ମଣିଷ ଜେତେବେଳେ ଚନ୍ଦ୍ର ପ୍ରୁଷ୍ଟରେ ରହିବା କଥା ଭାବୁଛି ସେତେବେଳେ କିଛି ଲୋକ ଏକଘରିକିଆ ବା ବାଛନ୍ଦଭଳି ଘ୍ରୁଣ୍ଣ୍ୟ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ା ତେବେ ସେମାନଙ୍କୁ କଣ କୁହାଯାଇପାରେ ? ଅମଣିଷ ! ଅଶିଖିତ ! ଏକଛତ୍ରବାଦି ! ନା ଆଉକିଛି ା

ପିଣ୍ଡାରେ ପଡିରହିଥିଲା ସ୍ୱାମୀର ମର ଶରୀର । ଶବ ଦାହ ପାଇଁ ଗାଁରୁ କେହି ଆସିଲେ ନାହିଁ କି ଗାଁ ମଶାଣି ରେ ଶବଦାହ କରିବାକୁ ଦେଲେନାହଁ । ସକାଳରୁ ସନ୍ଧ୍ୟା ଯାଏଁ ପିଣ୍ଡାରେ ପଡ଼ିରହିଲା ଶବ । ସ୍ତ୍ରୀ ଓ ପୁଅ ଝିଅ ଗାଁ ମାଲିକଙ୍କ ହାତଧରି କାନ୍ଦି ନେହୁରା ହୋଇଥିଲେ ବି କେହି ବୁଝିବାକୁ ନଥିଲେ । ଶେଷରେ ଦାହ ପାଇଁ ଗାଁ ଠାରୁ ୧୪ କି:ମି:ଦୂରକୁ ନେବାକୁ ପଡିଥିଲା ଶବ । ତେବେ ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଳକ ନଛିମପୁର ପଞ୍ଚାୟତ ଆମ୍ବଳିଅଠା ଗାଁରେ । ସୂଚନାରୁ ଜଣାପଡିଛି ଯେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ଭୂପତି ଜେନାଙ୍କ ସାନ ପୁଅ ଗିରିଜାଶଙ୍କରଙ୍କ ସହ ଗତ ୫ ମାସ ତଳେ ଗାଁ ମାଲିକ ଓ ନର୍ଦ୍ଧିଷ୍ଠ କିଛି ବ୍ୟକ୍ତିଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇ ଜଳେଶ୍ୱର ଥାନା କେସ ନମ୍ବର ୬୯/୧୯ ମୂଳେ ମାମଲା ରହିଛି। ତେବେ ଏହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ତା: ୫/୦୮/୨୦୧୯ ରିଖ ଗିରିଜାଶଙ୍କରଙ୍କ ବାପା ଭୂପତି ଜେନାଙ୍କର ସକାଳ ମୃତ୍ୟୁବରଣ ହୋଇଥିଲା । ଗାଁର ନୀତି ଓ ପ୍ରଥା ଅନୁସାରେ ଶବ ସତ୍କାର ପାଇଁ ବଡ଼ପୁଅ ଭବାନୀ ଗାକୁଯାଇ ଗାଁ ମାଲିକ ସମେତ ଗାଁ ଲୋକଙ୍କୁ ଡ଼ାକି ଥିଲେବି କେହି ଆସିବେ ନାହିଁ ବୋଲି କହିଥିଲେ । ଚିନ୍ତାରେ ପଡିଯାଇଥିଲେ ମୃତ ପରିବାରର ଲୋକେ । ପରେ ମୃତ ଭୁପତିଙ୍କ ସ୍ତ୍ରୀ ଅଞ୍ଜଳି,ସାନପୁଅ ଗିରିଜାଶଙ୍କର,ଝିଅ ଅମ୍ବିକା,ବହୁ ରଶ୍ମିରେଖା ଗାଁ ମାଲିକଙ୍କ ପାଖକୁ ଯାଇ କାକୁତି ମିନତୀ ହେବାପରେବି ଗାଁ ମାଲିକ କଠୋର ହୋଇ କହିଥିଲେ କି ତମପାଇଁ ଆଜିଠାରୁ ଗାଁ ମଶାଣି ବନ୍ଦ ଓ ତମ ଘରର କର୍ମ କାର୍ଯ୍ୟ କେହି ଗାଁ ଲୋକେ କରିବେ ନାହିଁ । ମାଲିକଙ୍କ ଏପରି କଥା ଶୁଣି ନିରାଶ ହୋଇ ଘରକୁ ଫେରି ପରିବାର ଲୋକ ଭାଙ୍ଗି ପଡ଼ିଥିଲେ । ଏଭଳି ପରିସ୍ଥିତିକୁ ଦେଖି ସ୍ତ୍ରୀ ଅଞ୍ଜଳି ପୁଅ,ଝିଅ ଓ ବହୁ ଅପରାହ୍ନରେ ନ୍ୟାୟ ପାଇଁ ଜଳେଶ୍ୱର ଥାନାର ଦ୍ବାରସ୍ଥ ହୋଇବି କିଛି ନ୍ୟାୟ ପାଇନଥିଲେ । ପରେ ସନ୍ଧ୍ୟାରେ ୪ ପୁଅଙ୍କ କାନ୍ଧରେ ଘର ଠାରୁ ୧୪ କି:ମି ଦୂର ରାଜଘାଟ ସୁବର୍ଣ୍ଣରେଖା ନଦୀ କୂଳକୁ ନେଇ ଶବ ଦାହ କରି ରାତିରେ ଘରକୁ ଫେରିଥିଲେ ା ତେବେ ଏପରି ବର୍ବରତା ଏବଂ ମାନବିକ ଅଧୀକାରକୁ ଦଳି ମକଚି ଚୁରମାର କରିଥିବା ବ୍ୟକ୍ତି ମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବା ବାକିରହିଲା ା

Leave a Reply

Your email address will not be published. Required fields are marked *