ଜଳେଶ୍ୱର : ଅଣଗୁରିଆମିର ଶେଷ ସିମା ଡେଇଁ ଲେଣି ଜଳେଶ୍ବେବର ଅଞ୍ଚଳର କିଛି ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ା ବେଆଇନ୍ ଭାବେ ବହୁଚାଳକଙ୍କ ଲାଇସେନ୍ସ ନଥିଲେବି ସେମାନେ ଟ୍ରାକ୍ଟର ଚଳାଉଛନ୍ତି ା
ତେବେ ଅଣଗୁରିଆ ଟ୍ରାକ୍ଟର ଚାଲାଚାଳ ପାଇଁ ଦିନକୁ ଦିନ ଦୃଘଟଣା ବଢିବାରେ ଲାଗିଛି ଯାହାକି ଆଜି ଜଳେଶ୍ୱର- ପଶ୍ଚିମବଙ୍ଗ ସୀମାନ୍ତ ଦାନ୍ତୁନ ଥାନା ଅନ୍ତର୍ଗତ ବାଇପାଟଣା ବିଦ୍ୟାସାଗର ସ୍କୁଲର ୧୨ ଶ୍ରେଣୀର ୨ ଛାତ୍ରୀ ସାଇକେଲ ଯୋଗେ ସ୍କୁଲ ରୁ ଘରକୁ ଫେରିବା ସମୟରେ ପଛପଟୁ ଏକ ଟ୍ରାକ୍ଟର ଡ୍ରାଇଭର ବେପାରୁଆ ଭାବେ ଟ୍ରାକ୍ଟର ଚଳାଇ ଦୁଇ କମଳମତି ଛାତ୍ରୀଙ୍କୁ ଧକା ଦେବାରୁ ଛାତ୍ରୀ ଦୁହିଁଙ୍କ ଅବସ୍ଥା ଗୁରୁତର ଜଣାପଡିଛି । ତେବେ ଖବର ଲେଖିବା ପର୍ଯ୍ୟନ୍ତ ପ୍ରଥମେ ଜଳେଶ୍ୱର ଜି. କେ ଭଟ୍ଟର ହସ୍ପିଟାଲ ପରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଲୟ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ଛାତ୍ରୀ ଦୁହେଁ ହେଲେ ଦାନ୍ତୁନ ଥାନା ସାର୍ଥା ଗାଁର ପୂର୍ଣ୍ଣଚନ୍ଦ୍ର ପାଳଙ୍କ ଝିଅ ପ୍ରତିମା (୧୭) ଅତୁଲ ରଣାଙ୍କ ଝିଅ ଅଳ୍ପନା (୧୭) ଘଟଣା ସ୍ଥଳରୁ ଦାନ୍ତୁନ ପୋଲିସ ଟ୍ରାକ୍ଟରକୁ ଜବତ କରିଥିବା ଜଣାପଡିଛି
