ଜଳେଶ୍ୱର ତହସିଲଦାର ଭଦ୍ର ନା ଅଭଦ୍ର ? ବାଲି ମାଫିଆ କଣ ତାଙ୍କ ବନ୍ଧୁଆସ ? ଜିଲ୍ଲାପାଳ ଜାଣିଲେ ଚାକିରି ରହିବ ତ?

ଜଳେଶ୍ୱର : ଜଳେଶ୍ୱରରେ ଜେତେବେଳେ ବାଲିମାଫିଆଙ୍କ ରାଜ ଚାଲିଥିଲା । ତହସିଲଦାରଠୁ ପୋଲିସ ସମସ୍ତେ ମାଫିଆଙ୍କ ପାଖରେ ନିଜକୁ ବିକିଦେଇ ଚୁପ ହୋଇଯାଇଥିଲେ ସେତେବେଳେ ଆଜିର ଜିଲ୍ଲାପାଳ ବାଲେଶ୍ୱର ଆସି ଜଳେଶ୍ୱରର ମାଫିଆ ରାଜର ଅନ୍ତ ଘଟାଇଥିଲେ । କିନ୍ତୁ ଆଜି ଜେତେବେଳେ ପୁଣି ମାଫିଆ ମାନେ ସକ୍ରିୟ ହୋଇପଡିଛନ୍ତି ଦିନ ରାତି ବେଆଇନ ଭାବେ ବାଲି ଚାଲାଣ ଚାଲିଛି ସେତେବେଳେ ତହସିଲ ଦାର ଦାଇତ୍ୱରେ ଥିବା ଖୀରୋଦ କୁମାର ପଣ୍ଡା ନିଜକୁ ସରକାରୀ ଚାକିରିଆ କମ ମାଫିଆଙ୍କ ଗେହ୍ଲା ପୁଅ ଦେଖେଇହେଉଛନ୍ତି । ଯାହାର ଉଦାହରଣ ଆମପାଖରେ ଅଛି , ଆମର ହସ୍ତ ଗତ ହୋଇଥିବା ଏକ ଭଏସ ରେକଡିଂରେ ଯାହା ମିଳିଛି ତାହା ଜଣେ ସରକାରୀ କର୍ମଚାରୀର ଔଧତ୍ୱ , ଅଭଦ୍ରାମିର ନଗ୍ନଛବି ଆଙ୍କିଛିତ ସତ ମାଫିଆଙ୍କ ପ୍ରତି ଥିବା ପ୍ରିତିକୁ ସାମ୍ନାକୁ ଆଣିଛି । ସରକାରୀ କର୍ମଚାରିଙ୍କୁ ସହଯୋଗ କରିବା ଜଣେ ନାଗରିକର କର୍ତ୍ତବ୍ୟ କିନ୍ତୁ ସେଇ କର୍ତ୍ତବ୍ୟ ପାଳନ କଲାବେଳେ ଅପମାନିତ ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣକ ତହସିଲଦାରଙ୍କୁ ଫୋନକରିକହୁଛନ୍ତି ସାରେ କୁଆାଁର ପୁରରେ ବେଆଇନ ଭାବେ ପିମ୍ପୁଡି ପରି ୨୦,୩୦ଗାଡି ବାଲି ଉଠାଇ ଟ୍ରାକ୍ଟରରେ ବହିନିଆଯାଉଛି ।
ତହସିଲଦାର କହୁଛନ୍ତି… ହଉ
ଯୁବକ ଜଣକ କହୁଛନ୍ତି ସାରେ କଣ କରାଜିବ ?
ତହସିଲଦାର କହୁଛନ୍ତି … କଣ କରାଜିବ ମାନେ ମୁଁ ଯାଇକି ସେଠି ଲାଠିଧରି ଠିଆ ହେବିନା କଣ ?
ଯୁବକ କହୁଛନ୍ତି ଆମେ କଣ କରିବୁ ସାରେ କହୁନାହାନ୍ତି
ତହସିଲଦାର କହୁଛନ୍ତି ତମକୁ କଣ ଦାଇତ୍ୱ ଦିଆଯାଇଛିନା କଣ କିଛିକରିବାକୁ ଆମର ସେଠି ଲୋକଙ୍କ ଦାଇତ୍ୱ ଦିଆଯାଇଛି ସେମାନେ ଧରିବେ ସେମାନଙ୍କୁ ଜିଲ୍ଲାପାଳ ଦାଇତ୍ୱ ଦେଇଛନ୍ତି
ଏମିତି ଆଉ କିଏ ସମ୍ବାଳେ ଜେତେ ବାତଫୁର୍ସୀ ମାରିହେବ ସାରେ ମାରୁଛନ୍ତି
ଏଠି ଗୋଟେକଥା ଆପଣ ଧରୁନାହାନ୍ତି ବୋଲି ସାଧାରଣ ଲୋକ କହିଲେ , ଆପଣ ସାଧାରଣ ଲୋକଙ୍କ ଟଙ୍କାରେ ଦରମା ନେଉଛନ୍ତି ଆପଣ କିଏ ତାଙ୍କୁ ଦାଇତ୍ୱ ଦେବେ ସାଧାରଣ ଲୋକ ଆପଣଙ୍କୁ ଦାଇତ୍ୱ ଦେବେ ତାଗିଦ କରିବା ଏକଥା ବୋଧେ ସାରେ ଭୁଲିଯାଇଛନ୍ତି । ସବୁପରେ ତହସିଲଦାରଙ୍କ କଥାହେବା ସଇଳି ସ୍ପଷ୍ଟ କରୁଛି ନିହାତି ବାଲିମାଫିଆଙ୍କ ସହ ତହସିଲଦାରଙ୍କର କଣ ଗୋଟେ ଭିତିରି ସମ୍ପର୍କ ରହିଛି । ଯାହା ଜିଲ୍ଲାପାଳ ତଦନ୍ତ କରିବା ସହ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ବାଲିମାଫିଆଙ୍କ ବାଲିଚାଲାଣକୁ ବନ୍ଦକରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *