ଜଳେଶ୍ବର (ସଞ୍ଜୟ ଦାସ) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ମାସର ଅନ୍ତିମ ଦିନ ଆଜିଭଳି ପବିତ୍ର ଦିନରେ ଆଗରୁ ଓଡ଼ିଆ ସାଧଵ ପୁଅମାନେ ଜଳପଥେ ବାଣିଜ୍ୟ କାରବାର ପାଇଁ ବିଦେଶ ଯାତ୍ରା କରୁଥିଲେ । ସେହି ସଂସ୍କୃତି ପରମ୍ପରାକୁ ପ୍ରତି ବର୍ଷ କାର୍ତ୍ତିକ ମାସ ପଞ୍ଚକ ପର୍ଣ୍ଣିମା ଦିନ ହିଁ ମନେପଡ଼ିଥାଏ ଓଡ଼ିଆ ସାଧବ ପୁଅ ମାନଙ୍କ ନୌବାଣିଜ୍ୟର ସୃତି କଥା । ସେହି ଅତୀତର ସୃତିକୁ ନେଇ ପାଳିତ ହୋଇଆସୁଛି ବୋଇତବନ୍ଧାଣ ଉତ୍ସବ । ଓଡ଼ିଶାର ପ୍ରବେଶ ଦ୍ବାରା କୁହାଯାଉଥିବା ଜଳେଶ୍ବରରେ ମଧ୍ୟ ବେଶ ଧୁମଧାମରେ ପାଳିତ ହୋଇଛି ଏହି ଉତ୍ସବ । ଜଳେଶ୍ବର ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ରାଜପୁର ସୁବର୍ଣ୍ଣରେଖା ନଦୀ କୂଳରେ ବୋଇତ ବନ୍ଦାଣ ଉତ୍ସବରେ ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ପ୍ରଦୀପ କୁମାର ମାଝୀ ଆଇ ଆଇ ସି ଜଳେଶ୍ବର , ଥିବାବେଳେ ସଭାପତିତ୍ବ କରିଥିଲେ ଆଇନଜୀବୀ ଚିନ୍ମୟ ଦାସ ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଦାସ, ଅରୁଣ ବେଜ, ଆଇନଜୀବୀ ସତ୍ୟସୁନ୍ଦ ଦାସ,ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ଜଳେଶ୍ବର ଦିଗମ୍ବରୀ ଦେବୀ ଗ୍ରୁପ ଅପ ଇନ୍ସଚ୍ୟୁଟ ପକ୍ଷରୁ ଜଳେଶ୍ବର ପ୍ରମିଟ ପୋଖରୀରେ ବୋଇତ ଭଷାଣ ଉତ୍ସବ ପାଳନ କରାଯାଇଥିଲା । ଗ୍ରୁପ ଅପ ଇନ୍ସଚ୍ୟୁଟର ପ୍ରତିଷ୍ଠାତା ଡ. ଅଜିତ କୁମାର ମାହାନ୍ତି ସଭା ପରିଚାଳନା କରିଥିଲେ । ପ୍ରାକ୍ତନ ଅଧ୍ୟାପକ ବିପିନବିହାରି ବିଶ୍ୱାଳ, ଅଧ୍ୟାପକ ଜୟନ୍ତ ଦାସ, ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ପ୍ରମୁଖ ବୋଇତ ବନ୍ଦାଣ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଗ୍ରୁପ ଅପଇନ୍ସଚ୍ୟୁଟର ସମ୍ପାଦିକା ମଧୁଛନ୍ଦା ମାହାନ୍ତି ଧନ୍ୟବାଦ ଦେଇଥିଲେ ।
