ଜଳେଶ୍ବର : ( ସଂଜୟ ଦାସ ) ଓଡ଼ିଶାର ପ୍ରବେଶ ଦ୍ବାର ସୀମାନ୍ତରେ ଥିବା ଲକ୍ଷ୍ମଣନାଥ ରୋଡ଼ ରେଳ ଷ୍ଟେସନ ଓ ଟ୍ରେନ ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ଦିଗରେ ଶୁଣିଲାଣି ଦକ୍ଷିଣ-ପୂର୍ବ ରେଳ ବିଭାଗ । ଆନ୍ଦୋଳନ ପାଇଁ ତେଜିଲା ଷ୍ଟେସନ ଉନ୍ନୟନ କମିଟି, ୬ରୁ ଆମରଣ ଅନଶନ । ସୂଚନାରୁ ଜଣାପଡିଛି ଯେ ଦକ୍ଷିଣ-ପୂର୍ବ ରେଳବିଭାଗ ଅଧୀନରେ ଥିବା ଲକ୍ଷ୍ମଣନାଥ ରୋଡ଼ ରେଲୱେ ଷ୍ଟେସନ ଓ ଟ୍ରେନ ଯାତ୍ରୀଙ୍କ ଦୀର୍ଘ ଦିନର ସମସ୍ୟା ଶୁଣୁନାହାନ୍ତି ରେଳ କତ୍ତୃପକ୍ଷ । ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ ଆସନ୍ତା ୦୬/୦୧/୨୦୨୦ରିଖ ସମୋବାର ଠାରୁ “ଲକ୍ଷ୍ମଣନାଥ ରୋଡ଼ ରେଳ ଷ୍ଟେସନ ଉନ୍ନୟନ କମିଟି” ଷ୍ଟେସନ ସମ୍ମୁଖରେ ଅନିଧିଷ୍ଟ କାଳ ଆମରଣ ଅନଶନରେ ବସିବ ବୋଲି ଆମକୁ ସୂଚନା ଦେଇଛି କମିଟି । ଗତ ତା: ୨୫/୧୧/୨୦୧୯ ରିଖରେ ଦକ୍ଷିଣ-ପୂର୍ବ ରେଳବିଭାଗ ଖଡ଼ଗପୁର , କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବାଲେଶ୍ଵର ଜିଲ୍ଲାପାଳ ପ୍ରମୁଖଙ୍କୁ ୬ଦଫା ଦାବୀ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଲିଖିତ ଅଭିଯୋଗର କୌଣସି ସୂଚନା ନ ମିଳିବାର ମାସକ ପରେ ଆନ୍ଦୋଳନ ପନ୍ଥା ଆପଣାଇଛି କମିଟି । ୬ଦଫା ଦାବି ଗୁଡିକ ମଧ୍ୟରୁ ହେଲା ଷ୍ଟେସନର ପୂର୍ଵ ଦିଗକୁ ଯାତ୍ରୀଙ୍କ ଯିବାଆସିବା ପଡଚଳା ସିଡ଼ି ସଂଯୋଗୀକରଣ,ଷ୍ଟେସନର ଉଭୟ ଉତ୍ତର-ଦକ୍ଷିଣ ପାର୍ଶ୍ୱକୁ ଉଚ୍ଚତା ପ୍ଲାଟଫର୍ମର ସମ୍ପ୍ରସାରଣ, ସାଇକେଲ ଷ୍ଟାଣ୍ଡ ନିର୍ମାଣ, କେତେକ ଏକ୍ସପ୍ରେସ ଟ୍ରେନ ରହଣି ଦାବି ନେଇ ଆନ୍ଦୋଳନର ହେବର କମିଟିର ସଭାପତି ବୁଦ୍ଧେଶ୍ୱର ପ୍ରଧାନ,ଉପ ସଭାପତି ରଂଜନ କୁମାର ଦାସ ମହାପାତ୍ର, ସମ୍ପାଦକ ସଂଜୟ ଦାସ,ନିଶିକାନ୍ତ ଦାସ,ରାଜେଶ ଜେନା ,ଚିତ୍ତରଞ୍ଜନ ପରିଡ଼ା,ରବିନ୍ଦ୍ର ବାରିକ,କିଶୋର ପାତ୍ର,ନିଖିଲ ଜେନା,ଚନ୍ଦନ ପାତ୍ର, ମିଲନ କୁମାର ଦାସ, ଦିଗାମ୍ବର ମହାନ୍ତି,ସନ୍ତୋଷ କୁମାର ପାଳ, ବିନୟ କୁମାର ଜେନା ପ୍ରମୁଖ ସଦସ୍ୟ ମାନେ ସୂଚନା ଦେଇଛନ୍ତି
