ଜଳେଶ୍ୱରରେ ପୁଣି ବର୍ବର ଚିତ୍ର : ଜିଆରପି ସାମ୍ନାରେ ଛେଚିଲେ

ଜଳେଶ୍ୱର : ( ସଂଜୟ ଦାସ ) ଦିନକୁ ଦିନ ମଣିଷ ଭିତରେ ମଣିଷ ପଣିଆ ହଜିଯାଉଛି । ଆଇନକୁ ଖାତିର ନକରି ଭିୟାଉଛନ୍ତି ବର୍ବର କାଣ୍ଡ । ଏପରି ଏକ ଘଟଣା ଘଟିଛି ଜଳେଶ୍ୱର ରେଲୱେ ଷ୍ଟେସ ପ୍ଲାଟଫର୍ମ ପରିସରରେ, ତାହା ପୁଣି ଜିଆରପି ବାବୁଙ୍କ ସମ୍ମୁଖରେ ା ଖଡଗପୁର ରୁ ଭଦ୍ରକ ଯାଉଥିବା ପେସେଞ୍ଜର ଟ୍ରେନ ଟି ଜଳେଶ୍ବର ଷ୍ଟେସନରେ ଲାଗିବାପରେ କିଛି ଯୁବକ ଅନ୍ୟ ଏକ ଯୁବକକୁ ଲୋକଙ୍କ ସାମ୍ନାରେ ପ୍ଲାଟଫର୍ମରେ ଗୋଡାଇ ପକାଇ ମାଡ଼ମାରିବାର ଚିତ୍ର ସାମ୍ନାକୁ ଆସିଛି । ମାଡ଼ ଖାଇଥିବା ଯୁବକ ଜଣକ ଅଣ ଓଡ଼ିଆ ହୋଇଥିବା ବେଳେ କୁଆଡେ ଯାତ୍ରୀଙ୍କ ଠାରୁ ଚୋରି କରୁଥିବା ସନ୍ଧେହରେ ଅନ୍ୟ ଯୁବକ ମାନେ ମାଡ଼ ମାରିଥିଲେ । ତବେ ଘଟଣା ସମ୍ପର୍କରେ ଜଳେଶ୍ୱର ଜି.ଆର.ପି କିମ୍ବା ଆର.ପି.ଏଫଙ୍କ ଠାରେ ଚୋରି କରିଥିବା ଯୁବକଙ୍କୁ ଜିମାନଦେଇ ମାଡ଼ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜି.ଆର.ପି. ଓ ଆ.ପି.ଏଫଙ୍କ କହିବା କଥା ଯେ ଚୋରି ହୋଇଥିବା ବ୍ୟକ୍ତି କିମ୍ବା ମାଡ଼ ମାରୁଥିବା ଵ୍ୟକ୍ତି ମାନେ କେହିବି ଘଟଣା ସମ୍ପର୍କରେ ଅଭିଯୋଗ କରିନାହାନ୍ତି। ତାହାଲେ ଏପରି ନିର୍ଦୟ ଭାବରେ ମାଡ଼ କାହିଁକି ମାରିଚାଲିଥିଲେ ଯୁବକ ମାନେ । ଏ ଦ୍ରୁଶ୍ୟକୁ ବିରୋଧ ନକରି କାହିଁକି ଦେଖଣା ହାରି ସାଜିଥିଲା ରେଲଓ୍ବେ ପୁଲିସ ା ତେବେ ଆଗାମିଦିନରେ ଅମାନବିୟ କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ରେଲୱେ ପୁଲିସ ତାହା ଦେଖିବା ବାକି ରହିଲା ା

Leave a Reply

Your email address will not be published. Required fields are marked *