ନିଶା ବେପାରି ଓ ଜଳେଶ୍ୱର ପୋଲିସ ଲିଙ୍କର ପର୍ଦାଫାସ : ପଦାରେ ପଡିଲା ନିଶା ବେପାରିଙ୍କ ସହ ଭିତିରି ସମ୍ପର୍କ

ଜଳେଶ୍ୱର, (ସଞ୍ଜୟ ଦାସ): ସତ କେବେ ଲୁଚିରହେନା ଏହାର ବଡ ଉଦାହରଣ ଏବେ ଜଳେଶ୍ୱରରୁ ଦେଖିବାକୁ ମିଳିଛି । ପୁଲିସ ଆଇନର ରକ୍ଷକ ହୋଇ ଆଇନକୁ ମୋଡି ମାଡି ଫାଙ୍କ ତିଆରି କରି ଅସାମାଜିକ ବା ନିଶା ବେପାରିଙ୍କୁ ସୁରକ୍ଷା ଦେବା ପୁଲିସର କର୍ତ୍ତବ୍ୟ ନୁହଁ ଏକଥା ବୋଧେ ଭୁଲିଯାଇଥିଲେ ଜଳେଶ୍ୱର ଥାନା ଅଧିକାରୀ ପ୍ରଦୀପ ମାଝି । ତେବେ ଗତ କିଛିଦିନ ପୂର୍ବରୁ ଜାତୀୟ ରାଜପଥ ଜଳେଶ୍ୱର ଟୋଲଗେଟ ରେ ଦଲାଲଙ୍କ ରାଜ ହେଉ ଅବା ଚାନ୍ଦାଆଦାୟକରି ଡକାୟତି କରୁଥିବା ଅସାମାଜିକଙ୍କୁ ସୁରକ୍ଷା ଦେବା ଭଳି ସଙ୍ଗିନ ଅଭିଯୋଗ ଜଳେଶ୍ୱର ପୋଲିସକୁ ଅଡୁଆରେ ପକାଉଥିବା ବେଳେ ଆଜି ଆଉ ଏକ ଘଟଣା ପଦାରେ ପକାଇଛି ଜଲେଶ୍ୱର ପୋଲିସ ଓ ନିଶାବେପାରିଙ୍କ ଭିତିରି ସମ୍ପର୍କକୁ ।
ଆଜି ଜଳେଶ୍ୱର ଶାସନ ବାଡର ରବିନା ବେୱାକୁ କେନ୍ଦ୍ରାଞ୍ଚଳ ଗୁଇନ୍ଦାଟିମ୍ ଗିରଫ କରି ତାଠାରୁ ୩୧୦ଗ୍ରାମର ହେରୋଇନ ଜବଦ କରିଥିବା ବେଳେ ଲକ୍ଷ୍ମଣ ନାଥ ରୋଡ ଷ୍ଟେସନ ଜିବା ରାସ୍ତା ପାଖରେ ରହି ଚୋରା ମହୁଲିର ମାଫିଆ ସାଜିଥିବା ନରେନ୍ଦ୍ରନାଥ ଓରଫ ରାଜୁକୁ ଗିରଫ କରିବା ସହ ୬୦ଲିଟର ଦେଶୀ ମଦ ଜବଦ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।
ତେବେ ଏଠି ପ୍ରଶ୍ନ ଉଠୁଛି ଜଳେଶ୍ୱର ପୁଲିସ ମାତ୍ର କିଛିଦିନ ପୂର୍ବରୁ ଏହି ରାଜୁକୁ ଧରି ଛାଡିଦେଇଥିଲା କିପରି ? ସେଦିନବି ରାଜୁପାଖରୁ ଗୋଟେଡ୍ରମ ବିଦେଶୀ ମଦ ଜବଦ କରିଥିଲା ପୋଲିସ କିନ୍ତୁ ଥାନାକୁ ଆଣି ୪୧(କ) ଦଫାରେ ତାକୁ ଛାଡିଦିଆଯାଇଥିବା ଜଣା ପଡିଥିଲା , ଜଦି ସେଦିନ ଛଡା ଗଲା ଆଜି କାହିଁକି ଗିରଫ ହେଲା ରାଜୁ ? ରାଜୁ ଓ ଜଳେଶ୍ୱର ପୁଲିସର ଏମିତି କଣ ନିବିଡତା ଥିଲା ଯାହା ବାଧ୍ୟ କରିଥିଲା ରାଜୁକୁ ଛାଡିବାକୁ । ଅନ୍ୟପଟେ ହେରୋଇନର ଏତେବଡ ସାମ୍ରାଜ୍ୟକୁ କେମିତି ଯାଣିପାରିନଥିଲା ଜଳେଶ୍ୱର ପୁଲିସକି ଅବକାରୀ ନାଁ ରାଧେ ରାଧେ ତମର ଅଧେକୁ ଆମର ଅଧେ ଚାଲିଥିଲା ? ଏ ସମସ୍ତ ପ୍ରଶ୍ନ କଉଠିନା କଉଠି ଜଳେଶ୍ୱର ପୁଲିସ ଏବଂ ଥାନା ଅଧିକାରୀ ପ୍ରଦିପ ମାଝି ଓ ଅବକାରୀ ଅଧିକାରୀଙ୍କ ସହ ନିଶା ମାଫିଆଙ୍କ ଭିତିରିସମ୍ପର୍କର ଅଭିଯୋଗ ଆଡକୁ ଆଙ୍ଗୁଳି ଉଠାଉନି କି ? ଯାହା ତଦନ୍ତ ସାପେକ୍ଷ ା ତେବେ ଡିଆଇଜି ନହେଲେ ଏସପି ଏବାବଦରେ ତଦନ୍ତ କଲେ ସତପଦାକୁ ଆସିବ । ଅନ୍ୟପଟେ ନିରବି ଯାଇଥିବା ଜଳେଶ୍ୱରର କଥାକଥିତ ଲୋକ ପ୍ରତିନିଧିଙ୍କର କଣ କର୍ତ୍ତବ୍ୟ ନୁହଁ ଏବାବଦରେ ଜିଲ୍ଲା ପୁଲିସ ଅଧିକାରୀ ଓ ଜିଲ୍ଲା ଅବକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଶଣ କରିବା ! କାହିଁକି ସେମାନେ ନିରବ ବସିଛନ୍ତି ଯାହା ଏବେ ବଡ ପ୍ରଶ୍ନ ବାଚି ।

Leave a Reply

Your email address will not be published. Required fields are marked *