ଜଳେଶ୍ୱର : ଆଜି ସନ୍ଧ୍ୟାରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ତେବେ ଓଡିଶା ୧୪୭ ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ ଚୟନ ତାଲିକା ପାଇଁ ବିଜେପି ଭୁବନେଶ୍ୱର ରୁ ଦିଲ୍ଲୀ ଯାଏଁ ବେଶ ଜୋର୍ଦାର ସଜବାଜ ଚଲାଇ ଥିବାବେଳେ ସେଥିମଧ୍ୟରୁ ଜଳେଶ୍ୱର ବିଧାନସଭା ଟିକେଟ ଆଶାୟୀ ତାଲିକା ନେଇ ରାଜ୍ୟ ବିଜେପି ଦ୍ଵନ୍ଦରେ ।
ଟିକେଟ ପାଇଁ ନୂଆ ଓ ପୁରୁଣାଙ୍କ ମଧ୍ୟରେ ଭିରି ଲଢେଇ ଆରମ୍ଭ ହୋଇଯାଇଛି । ନୂଆ କରି ବଜେପି ଦଳରେ ମିଶିଥିବା ଜୟନାରାୟଣ ମହାନ୍ତି ଟିକେଟ ଆଶାୟୀ ତାଲିକାରେ ଥିବାବେଳେ ବହୁ ପୁରୁଣା ମୁହଁ କୁ ନେଇ ପ୍ରାର୍ଥୀ ତାଲିକା ଚୟନ କମିଟିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପଡିଛି । ସବୁଠାରୁ ବଡ଼ କଥା ହେଉଛିକି ବୟସର ଅପରାହ୍ନ ରେ ନିଜ ମନବଳକୁ ଶକ୍ତିଶାଳୀ କରି ଜୟନାରାୟଣ ମହାନ୍ତି ଗତ କିଛିମାସ ହେଲା ଜଳେଶ୍ୱରରେ ଡେରା ପକାଇଛନ୍ତି । ବେଳେ ବେଳେ ନିଜର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବାରୁ ରାଜ୍ୟ ବିଜେପି ତାକୁ ନେଇ ଅଙ୍କ କସୁଛି । ଯଦି ଟିକେଟ ଆଶାୟୀ ତାଲିକାରୁ ଜୟନାରାୟଣ ମହାନ୍ତି ବାଦ ପଡନ୍ତି ତାହାଲେ ଆଗାମୀ ଦିନରେ ବାବୁ ଜଳେଶ୍ୱରରେ ଘରଭଡ଼ା ନେଇ ଜଳେଶ୍ୱର ବିଜେପି ପାଇଁ କାମ କରିବେ ନା ଆଗପରି ଜଳେଶ୍ୱର ବାସୀଙ୍କୁ ଛାଡି ନିଜ ଗାଁ ବାଲିଆପାଳ ଫେରିଯିବେ ଜଦି ଫେରିଯାଆନ୍ତି ତାଙ୍କୁ ଲୋକ ବିଶ୍ବାସଘାତକ କହିବେ। ତେବେ ଦିନ କେଇଟା ପରେ କାହା ମୁଣ୍ଡରେ ରାଜ୍ୟ ବିଜେପି ମୁକୁଟ ପିନ୍ଧାଇବା ତାହା ଦେଖିବାକୁ ବାକି ରହିଲା ।
