ଜଳେଶ୍ବର:(ସଂଜୟ ଦାସ) କିଛି ବାଲିମାଫିଆ ସୁବର୍ଣ୍ଣରେଖା ନଦୀରୁ ଅନିୟମିତଭାବେ ବାଲି ଚୁରୀକରି କୋଟିପତି ହବା ପରେ ଏବେ ଆଉ କିଛି ମାତିମାଫିଆସରକାରଙ୍କ ଆଖିଆଗରେ ଏବେ ମାଟି ଲୁଟୁଛନ୍ତି।ପ୍ରଶାସନ ସାଜିଛି ନିରବଦ୍ରସ୍ଟ।।ଖୋଦ ସରକାରୀ କର୍ମଚାରୀ ଓ ମାଟି ମାଫିଆଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା।ଓଡ଼ିଶା ସିମାରୁ ଅନିୟମିତ ଭାବେ ପଶ୍ଚିମବଙ୍ଗକୁ ମାଟି ମୋଟାଅଂକରେ ବିକ୍ରି କରୁଛନ୍ତି ମାଟିମାଫିଆ । ଏପରି ଚିତ୍ର ଦେଖିବାକୁ ମିଲିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ସୀମାନ୍ତ ଲକ୍ଷଣନାଥରୋଡ ଅଂଚଳରେ ।ସରକାରଙ୍କ ନୀତିନିୟମକୁ ଉଲଘଂନ କରି କିଛି ଅସାଧୁ ମାଟି ମାଫିଆ ବିଭିନ୍ନ ଚାଷଜମିରୁ ମାଟିଉଠାଇ ମୋଟା ଅଙ୍କରେ ପଶ୍ଚିମବଙ୍ଗକୁ ବିକ୍ରି କରୁଛନ୍ତି। ଦିନରାତି ଶହଶହ ଟ୍ରାକଟର ଯୋଗେ ପଶ୍ଚିମବଙ୍ଗକୁ ପରିବହନ ହେଉଛି ମାଟି । ତେବେ କଥା ଉଠୁଛି ଏହି ଅନିୟମିତତା ମାଟି ବିକ୍ରି କ୍ଷେତ୍ରରେ ମାଟିମାଫିଆ ଙ୍କ ସହ ପ୍ରସାସନଙ୍କ ସହ ମଧୁଚନ୍ଦ୍ରିକା କଥାରେ ଉଟିଛି ପ୍ରଶ୍ନ ।ଯଦି ମଧୁଚନ୍ଦ୍ରିକା କଥା ମିଛ ତେବେ ଏହି ଅନିୟମିତତା ମାଟି ବିକ୍ରି ଉପରେ କେତେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ଆଉ କେତେ ଟଙ୍କା ର ରାଜସ୍ୱ ମିଳିଛି କହିପାରିବେକି ମାଟି ଦାୟିତ୍ୱରେ ଥିବା ଜଳେଶ୍ବର ପଦାଧିକାରୀ ।ଯଦି କିଛିବି ନାହିଁ ତାହାଲେ କାହିଁକି ନିଆଯାଉ ନାହିଁ ମାଟି ବିକ୍ରିଉପରେ କାର୍ଯ୍ୟାନୁଷ୍ଠାନ ,କଣ ରହିଛି ଭିତିରି ରହସ୍ୟ। ନା ରାଧେ ରାଧେ ତୋର ଅଧେ କୁ ମୋର ଅଧେ ? ସେପଟେ ଜଳେଶ୍ବର ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ହଁ ଦେଖୁଛୁ ଦେଖୁଛୁ କହି କାମଶେଷ। ଆଉ ଏପଟେ ମାଟିମାଫିଆ ମାନେ ତହସିଲଦାରଙ୍କ ଏଭଳି ଶିତଳତା ରୂପ ଦେଖି ବେଶ ଦମରେ ପଶ୍ଚିମବଙ୍ଗକୁ ବୋହିଚାଲିଛନ୍ତି ମାଟି।ତେବେ ଦେଖିବାକୁ ବାକିରହିଲା ଓଡିଶାରୁ ପଶ୍ଚିମବଙ୍ଗକୁ ବେଆଇନ ମାଟି ପରିବହନ ଉପରେ କେବେ ପ୍ରଶାସନର ନେଉଛି କାର୍ଯ୍ୟାନୁଷ୍ଠାନ।
