ଜଳେଶ୍ୱର : (ସଂଜୟ ଦାସ) ସବୁସୀମା ଡେଇଁ ଗଲା ଟିଉସନ ଶିକ୍ଷକ ଭୁଲିଗଲା ଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଥିବା ସଂପର୍କକୁ । ଯେଉଁହାତ ଶିକ୍ଷା ଦେଉଥିଲା ସେହିହାତ ପାପକାମ ପାଇଁ ପଛେଇଲାନି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଝାଡେଶ୍ୱରପୁର ଗାଁରେ ।
ସୂଚନା ଅନୁଯାଇ ଛାତ୍ରୀ ଜଣକ ଷଷ୍ଠ ଶ୍ରେଣୀରେ ପାଠ ପଡୁଥିବା ବେଳେ ଜଳେଶ୍ୱର ଅଞ୍ଚଳର ଟିଉସନ ସାର ଅବଦୁଲ ସକିଲ ଖାଁ ଛାତ୍ରୀଜଣଙ୍କୁ ଟିଉସନ ପଢ଼ାଉଥାନ୍ତି । ତେବେ ୫ ଦିନ ତଳେ ଟିଉସନ ସାର ଟିଉସନ ସମୟରେ ଛାତ୍ରୀକୁ ଘର ଭିତରକୁ ଡାକିନେଇ ଦୁଷ୍କର୍ମ କରିବାକୁ ପଛାଇ ନଥିଲେ ।ପରେ ଘଟଣା ସମ୍ପର୍କରେ ଘରେ କାହା ପାଖରେ କିଛି କହିବୁନାହିଁ ବୋଲି ଟିଉସନ ସାର ଛାତ୍ରୀଙ୍କୁ ଧମକ ଦେଇଥିଲେ । ଛାତ୍ରୀଜଣକ ଘଟଣା ପରଠୁଁ ଆଉ ଟ୍ୟୁସନ ଯିବାକୁ ଅମଙ୍ଗ ହେବାରୁ ଘର ଲୋକେ ଛାତ୍ରୀଜଣ ଙ୍କୁ ଧମକ ଚମକ ଦେବାପରେ ଛାତ୍ରୀ ଜଣକ ସବୁ ଘାଟଣା ଘରେ ପ୍ରକାଶ କରିଥିଲା । ନିଜ ଝିଅ ମୁହଁରୁ ଘଟଣା ଶୁଣିବା ପରେ ୫/୩/୨୦୧୯ ରିଖ ମଙ୍ଗଳବାର ସନ୍ଧ୍ୟାରେ ଟିଉସନ ସାର ଅବଦୁଲ ସକିଲ ଖାଁ ଙ୍କ ନାମରେ ଛାତ୍ରୀଙ୍କ ମା ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘାଟଣାର ସତ୍ୟା ସତ୍ୟ ଉପରେ ପୋଲିସ ତଦନ୍ତ କରୁଛି ା
