ଜଳେଶ୍ବର :(ସଞ୍ଜୟ ଦାସ ) ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଦେବକୁମା ଗ୍ରାମର ସୁରେନ୍ଦ୍ର ଜେନା ଙ୍କୁ ଜଳେଶ୍ୱର ନେସ୍କୋ ବିଭାଗ ହତ୍ୟା କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର କଂଗ୍ରେସ ଅଭିଯୋଗ ଆଣିଛି । ଜଳେଶ୍ୱର ବିଦ୍ୟୁତ ବିଭାଗ ମନମୁଖୀ କାର୍ଯ୍ୟ ଓ କିଛି ବଡବଡ଼ିଆ ଉପଭୁକ୍ତା ଙ୍କ ସହ ଚୋରାପିରତିର ଭୀତିରି କଥା ଧରା ପଡିଛି ।

ସେହି ଗାଁର ହୃଷିକେଶ ପଣ୍ଡା ୭ଟି ଏଲଆଇ ପଏଣ୍ଟ କୁ ବିଦ୍ୟୁତ ନେଇଥିଲା ବେଳେ ସେଥିମଧ୍ୟରୁ କିଛି ପଏଣ୍ଟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ବିଭାଗ କଉ ସ୍ବାର୍ଥରେ ନିରବ ହୋଇ ବସିଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ା ତେବେ ଏଠି ନେସ୍କୋ ବିଭାଗର ପ୍ରେମ ଧରାପଡିଥିଲା ବେଳେ ବିଭାଗର ଦୁଇପହରିଆ ପ୍ରେମ ଯୋଗୁଁ ନିରୀହ ଭାଗ ଚାଷୀଙ୍କ ପରିବାର ଏବେ ଦାଣ୍ଡରେ ବୁଲିବା ଭଳି କଥାକୁ କଂଗ୍ରେସ ଦୃଢ ନିନ୍ଦା କରିବା ସହ ମୃତପରିବାର୍ଙ୍କୁ ୧୦ ଲକ୍ଷ ଟଙ୍କା ଓ ପରିବାରର ଜଣକୁ ଚାକିରୀ ସରକାର ଯୋଗାଇ ଦିଅନ୍ତୁ ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ ଦାବି କରିଛନ୍ତି । ଯଦି ମୃତ ସୁରେନ୍ଦ୍ର ଙ୍କ ଦଶାହ ଭିତରେ ଦାବୀ ପୁରଣ ନ ହୁଏ ତାହାଲେ ଜଳେଶ୍ୱର କଂଗ୍ରେସ ଓ ମୃତପରିବାର ସେହି ଦଶାହ ଦିନ ଜଳେଶ୍ୱର ଏସ ଡି ପି ଓ ଙ୍କ ଅଫିସ ଆଗରେ ବିକ୍ଷୋଭ କରିବେ ବୋଲି ଆଜି ସାମ୍ବାଦିକ ସମ୍ବିଳନୀରେ ସୁଦର୍ଶନ ଦାସ , ପୁର୍ବତନ ଜଳେଶ୍ୱର ନଗର ସଭାପତି ସୁନୀଲ ପରିଡ଼ା , କାଉନସିଲର ଜଗଦୀଶ ନନ୍ଦି, ମୁନା ପରିଡା ପ୍ରମୁଖ ଚେତାବନୀ ଦେଇଛନ୍ତି
