ଜଳେଶ୍ବର ଥାନା ଦେବକୁମାର ଗ୍ରାମ ରେ ଆଜି ସକାଳେ ଜଣେ ଚାଷୀ ବିଲକୁ ଯାଉଥିବା ବେଳେ ଏଲଆଇ ପଏଣ୍ଟ କୁ ସ°ଯୋଗ ହୋଇଥିବା ବିଦ୍ୟୁତ ତାର ତଳ କୁ ଓହଳି ପଡି ଥିବାରୁ ସେହି ତାର ସ°ସ୍ପର୍ଶ ରେ ଆସି ତାଙ୍କର ମୃତ୍ୟୁ ହୋଇଛି।ଏହି ଘଟଣା ରେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୁରଣ ସହ ବିଦ୍ୟୁତ ତାର ସ°ଯୋଗ ନେଇଥିବା ସମ୍ପୃକ୍ତ ଏଲଆଇ ପଏଣ୍ଟ ମାଲିକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଗ୍ରାମବାସୀ ମାନେ ଜଳେଶ୍ବର ପଶ୍ଚିମବାଡ ରାସ୍ତା ରେ ଶବ ରଖି ରାସ୍ତାରୋକ କରିଛନ୍ତି।
ଆଜି ସକାଳ ପ୍ରାୟ ୬ ଟା ସମୟରେ ଦେବକୁମାର ଗ୍ରାମର ସୁରେନ୍ଦ୍ର ଜେନା ନିଜ ଜମିରୁଇବା ପାଇଁ ବିଲ କୁ ଯାଉଥିବାବେଳେ ରାସ୍ତାରେ ସିମୁଳିଆ ଗାଁର ହୃଷିକେଶ ପଣ୍ଡା ନାମକ ଜଣେ ବ୍ୟକ୍ତି ବେଆଇନ୍ ଭାବେ ବାଉଁଶ ଖୁଣ୍ଟରେ ଝୁଲାଇ ଏଲଆଇ ପଏଣ୍ଟ କୁ ନେଇଥିବା ବିଦ୍ୟୁତତାର ଓହଳି ପଡିଥିଲା ା ସେହି ତାର ସ°ସ୍ପର୍ଶ ରେ ଆସି ଘଟଣା ସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।ପରେ ଖବର ପାଇ ଘର ଲୋକେ ସୁରେନ୍ଦ୍ର ଙ୍କୁ ପଶ୍ଚିମବାଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା।ହୃଷିକେଶ ପଣ୍ଡା ତାଙ୍କ ଏଲ ଆଇ ପଏଣ୍ଟ କୁ ବାଉଁଶ ଖୁଣ୍ଟ ସାହାଯ୍ୟ ରେ ଏକ କିମି ରୁ ଅଧିକ ସ୍ଥାନ ରେ ବିଦ୍ୟୁତ ତାର ନେଇଥିଲା ବେଳେ ବିଦ୍ୟୁତ ବିଭାଗ ତାଙ୍କ ଉପରେ କୈଣସି କାର୍ଯ୍ୟାନୁଷ୍ଠାନ ନନେଇ ପରୋଖ୍ୟରେତାଙ୍କୁସହଯୋଗକରି ଥିବା ଅଭିଯୋଗ କରିବା ସହ ବିଭାଗର ଖାମଖିଆଲି ନିତି କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ସହ ହୃଷିକେଶ ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା,ଏଲଆଇ ପଏଣ୍ଟ କୁ ବିଦ୍ୟୁତ ସ°ଯୋଗ ବିଚ୍ଛିନ୍ନ କରିବା ଓ ସୁରେନ୍ଦ୍ର ଙ୍କ ପରିବାର କୁ କ୍ଷତିପୁରଣ ଓ ଜଣକୁ ଚାକିରୀ ଦାବି ହୃଷିକେଶ ପଣ୍ଡା ଙ୍କ ଘର ସମ୍ମୁଖ ରାସ୍ତାଉପରେ ଶବ ରଖି ରାସ୍ତା ଅବରୋଧ କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ବର ତହସିଲଦାର ଅଭିମନ୍ୟୁ ପଣ୍ଡା, ଆଇଆଇସି ପ୍ରଦୀପ କୁମାର ମାଝୀ,ନାମ୍ପୋ ଫାଣ୍ଡି ଅଧିକାରୀ ଭଗବାନ ଦାସ ତଥା ଏଏସଆଇ ରମାକାନ୍ତ ସେଠୀ,ଡିକେ ସାମଲ,ସଦାଶିବ ନାୟକ ପ୍ରମୁଖ ପହଞ୍ଚିଥିବା ଯାଣିବାକୁ ମିଳିଛି ା
