ଜଳେଶ୍ବର ( ସଂଜୟ ଦାସ ) ସାରା ଭାରତ ବର୍ଷରେ ଶ୍ରମିକ ସଂଗଠନର ବନ୍ଦ ପାଳନ ଡାକରେ ଓଡିଶା ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ପଡିଥିଲା ବେଳେ ଉତ୍ତର ବାଲେଶ୍ଵରରେ ବି ଏକ ପ୍ରକାର ସଫଳ ହୋଇଥିବା ଜଣାପଡିଛି ।
ବାଲେଶ୍ଵର ଜିଲ୍ଲା ଜଳେଶ୍ଵର,ବସ୍ତା, ବାଲିଆପାଳ, ଭୋଗରାଇ ଅଞ୍ଚଳରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ବିଭିନ୍ନ ଟ୍ରେଡ ୟୁନିଅନ ପଖ୍ଯରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଦିଆଯାଇଥିବା ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଛି ।ସକାଳ ଠାରୁ ଏହି ୪ ସହରର ମାର୍କେଟ ଓ ଯାନବାହନ ଚଳା ଚଳ ପୁରାପୁରି ବନ୍ଦ ଥିବା ବେଳେ ବାଲେଶ୍ଵର , ଜଳେଶ୍ବର, ଲକ୍ଷ୍ମଣନାଥ ରୋଡ, ବସ୍ତା,ରୁପ୍ସା ରେଳଷ୍ଟେସନରେ ବିଭିନ୍ନ ଟ୍ରେନ ଗୁଡିକ କିଛି ସମୟ ଧରି ବ୍ୟାଘାତ ଘଟିଥିଲା । ଏନ ଏଚ ୬୦ ଲକ୍ଷ୍ମଣନାଥ ରୋଡ଼ ଟୋଲଗେଟ ନିକଟରେ ହାଜର ହଜାର ଟ୍ରକ ଓ ବସ ଅଟକି ଥିବା ଦେଖିବାକୁ ମିଳିଥିଲା । ତେବେ ଭାରତ ବନ୍ଦ ଡାକରା କୁ ଦଳଗତ ଭାବରେ ପିକେଟିଙ୍ଗ ପରେ କିଛି ସ୍ଥାନରେ ଦୋକାନ ବଜାର ଖୋଲା ଦେଖିବାକୁ ମିଳିଛି।ସକାଳ 9.30 ମି: ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି। । ସ୍କୁଲ, କଲେଜ, ବ୍ୟାଙ୍କ ଭଳି ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।ସେହିପରି ବ୍ଲକ,ତହସିଲ,ଟ୍ରେଜେରୀ,କୋଟ, କୃଷିବିଭାଗ, ରେଜେଷ୍ଟ୍ରି ଅଫିସ ସହିତ ସମସ୍ତ ଅଫିସ ଗେଟରେ ତାଲା ଝୁଲିବା ଦେଖିବାକୁ ମିଳିଥିଲା । ତେବେ ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ,ଆଇନଜୀବୀ ସତ୍ୟସୁନ୍ଦର ଦାସ,ଜଗଦୀଶ ନନ୍ଦି,ରିୟାଜ ଖା, ରାଜୀବ ପରିଡା,ଶିଶିର ହୁଈ,ଦିଲ୍ଲୀପ ଗିରି,ଜିତ।ନସୁ ନନ୍ଦି,ସିତ।ନସୁ ସେନାପତି,ଡ଼.ଲଳିତ ସେନାପତି,ରବୀନ୍ଦ୍ର ବାରିକ,ସୁଦାମ ପାତ୍ର, ଦିଲ୍ଲୀପ ପରିଡା,ପଲଟୁ ଦାସ,ସେକ ଅବ୍ଦୁଲ ସାଦିକ, କମଳ ଚକ୍ରବର୍ତ୍ତୀ, ଲଷ୍ମୀପ୍ରିୟା ଦାସ, ବନଜ। ଦାସ,ତୃପ୍ତିରଣୀ ମହାନ୍ତି,ଇସାନି ଷଡଙ୍ଗୀ ପ୍ରମୁଖ ସର୍ବ ଦଳୀୟ ନେତା ଓ କର୍ମୀମାନେ ଏହି ବନ୍ଦ ଆନ୍ଦୋଳନରେ ସାମିଲ ଥିବା ଜଣାପଡିଛି
