ଜଳେଶ୍ବର : ( ସଂଜୟ ଦାସ ) ବର୍ଷ ବର୍ଷ ଧରି ଜଳେଶ୍ବର ବ୍ଳକରେ ଚଞ୍ଚକତା କରି ସରକାରୀ କର୍ମଚାରୀ ହଡ଼ପ କରୁଥିଲେ ଭତ୍ତା ଟଙ୍କା , ଖବର ପ୍ରକାଶ ପରେ ଧରାପଡିଛି ଭତ୍ତା ଟଙ୍କା ହଡ଼ପ ଘଟଣାର ସତ୍ୟତା । ଖୋଦ କିଛି ସରକାରୀ କର୍ମଚାରୀ ଖାଉଥିଲେ ଭୂତଙ୍କ ନାଁରେ ଭତ୍ତା ଟଙ୍କା । ଶେଷରେ ସରକାରୀ କର୍ମଚାରୀ ଦେଲେ ଜରିମାନା । ଆଉ ସେତିକିରେ ଶାନ୍ତିହେଲେ ନାହିଁ ବାଲେଶ୍ୱର ଜିଲ୍ଲା ପାଳ କେ. ସୁଦର୍ଶନ ଚକ୍ରର୍ବର୍ତି। ତେବେ ଘଟଣାରୁ ଜଣାପଡ଼ିଛି ଯେ ୨୦୧୮ ଓ ୨୦୧୯ ମସିହାରେ କିଛି ମୃତ ଲୋକଙ୍କ ନାଁରେ ଉଠାଇ ନିଆଯାଇଥିଲା ଭତ୍ତା ଟଙ୍କା । ଆଉ ଏଭଳି ଚଞ୍ଚକତା ଘଟଣା ଆମ ହାତରେ ଧରାପଡିବା ପରେ ଖବର ପ୍ରକାଶ ପାଇଥିଲା ।ଆମ ଖବରକୁ ନେଇ ଜଳେଶ୍ବର ବିଡିଓ ଓ ବାଲେଶ୍ଵର ଜିଲ୍ଲାପାଳ ଖବରର ସତ୍ୟତା ଉପରେ ନଜର ଦେଇ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ମୃତ ଭତ୍ତା ଟଙ୍କା ଘୁଟାଲ ସତ୍ୟତା ପଦାରେ ପଡିଛି । ଯେଉଁ ପଞ୍ଚାୟତରେ ଭତ୍ତା ଟଙ୍କା ହଡ଼ପ ହୋଇଥିଲା ଓ କେଉଁ ସରକାରୀ କର୍ମଚାରୀ ମାନେ ଭତ୍ତା ବଣ୍ଟନ କରିବା ଦାଇତ୍ଵରେ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଲାଗିବା ପରେ ସତ ସାମ୍ନାକୁ ଆସିଥିଲା ହଡ଼ପ ହୋଇଥିବା ଟଙ୍କା ଜରିମାନା ଗଣିଥିଲେ । ସରକାରୀ କର୍ମଚାରୀ ସୁଗୋ ପଞ୍ଚାୟତ ଦାୟିତ୍ୱରେ ଥିବା ପିଇଓ ସଂଜୟ ପଣ୍ଡିତଙ୍କୁ ଗତ ୧୫ତାରିଖ ଦିନ ୧୮୨/19 ଚିଠି ନମ୍ବରରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବତି ନିଲମ୍ବିତ କରିଥିବା ବେଳେ ଆଗାମି ଦିନରେ ଆହୁରି ବହୁ ପଞ୍ଚାୟତରେ ଏଭଳି ଘଟଣା ଘଟିଥିବା ଖବର ଆମର ହସ୍ତଗତ ହୋଇଛି ତେବେ ସେମାନେ କେବେ ନିଲମ୍ବିତ ହେବେ ତାହା ସମୟ କହିବ ା
