ଶିକ୍ଷା ନାମରେ ଦଲାଲ ; ସୋର କଲେଜ ଛକ ପାଲଟିଛି ଶିକ୍ଷା ଦଲାଲଙ୍କ ଚରାଭୂଇଁ

ସୋର : ଶିକ୍ଷା ନାମରେ ଦଲାଲ ଗିରି ଚାଲିଛି ସୋର କଲେଜ ଛକ ଠାରେ । ସୋର କଲେଜ ଛକ ପାଲଟିଛି କିଛି ଦଲାଲଙ୍କ ଚରାଭୂଇଁ
ସୋର କଲେଜ ଛକରେ ଶିକ୍ଷା ଦଲାଲଙ୍କ ପାଦୃଭାବ ଦିନକୁ ଦିନ ବଢିବାରେ ଲାଗିଛି । ଦଲାଲ ମାନେ ସୋର କଲେଜ ଛକରେ ରହୁଥିବା କେତେଜଣ ନିର୍ଦ୍ଦିଷ୍ଟ ବିଷୟର ଅଧ୍ୟାପକଙ୍କୁ ଏହି ଶିକ୍ଷା ଦଲାଲି କାର୍ଯ୍ୟରେ ସାମିଲ କରାଇ ଛାତ୍ର ଛାତ୍ରୀ ମାନଙ୍କୁ ଲୁଟିବାରେ ସଫଳ ହେଉଛନ୍ତି । ଶିକ୍ଷା କୁ ଏକ ବ୍ୟବସାୟ ଭାବେ ସୀକୃତୀ ଦିଆଯାଇ ନଥିବା ବେଳଏହି ଦଲାଲ ମାନେ ଶିକ୍ଷାକୁ ବ୍ୟବସାୟରେ ପରିଣତ କରୁଛନ୍ତି । ଏହି ଦଲାଲ ମାନଙ୍କୁ ସହଯୋଗ କରୁଥିବା ଅଧ୍ୟାପକ ମାନେ ସରକାରଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଦରମା ପାଇମଧ୍ୟ ଟ୍ୟୁସନ ଭଳି ନିମ୍ନ ସ୍ଥରର କାର୍ଯ୍ୟକରିବାକୁ ପଛାଉ ନାହାନ୍ତି । ଟ୍ୟୁସନ ନକରିବା ପାଇ ସରକାରୀ ଅଧ୍ୟାପକ ମାନଙ୍କୁ ସରକାରଙ୍କ କଡା ନିର୍ଦେଶ ଥିଲେ ମଧ୍ୟ ସେମାନେ ସେ ନିର୍ଦେଶକୁ ନମାନି ସୋର କଲେଜ ଛକରେ ଥିବା ବିଭିନ୍ନ କୋଚିଂ ସେଣ୍ଟରେ ଶିକ୍ଷାଦାନ ନାମରେ ଦଲାଲି କରୁଛନ୍ତି । ସୋର ମଧ୍ୟରେ ଥିବା ସାଇ ଏକାଡେମି, ଗଣେଷ କୋଚିଂ ଅଫ ଏଜୁକେଶନ, ଲକ୍ଷ୍ୟ କୋଚିଂ ସେଣ୍ଟର, ଅରବିନ୍ଦ, ଡେ ସିରିଜ୍ ଟ୍ୟୁଟରିଆଲ ନାମକ କିଛି ସଂସ୍ଥା ବେଆଇନ ଭାବେ କିଛି ସରକାରୀ ଅଧ୍ୟାପକଙ୍କୁ ନେଇ ଟ୍ୟୁଟରିଆଲ ବି.ଇଡି, ସିଟି, ଓଟିଇଟିରେ ପାସ କରାଇଦେବା କହି ନିରିହ ଛାତ୍ର ଛାତ୍ରୀଙ୍କୁ ପାଖରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଥିବା ଜାଣିବାକୁ ମିଳୁଛି । ଏହି ଟ୍ୟୁଟରିଆଲ ମାନଙ୍କ ମଧ୍ୟରୁ କିଛି ଟ୍ୟୁଟରିଆଲ ମାନଙ୍କରେ ଅସମାଜିକ ଯୁବକ ମାନେ ଛାତ୍ରୀ ମାନଙ୍କୁ ମିଥ୍ୟା ପ୍ରେମ ଜାଲରେ ଫସାଇ ବ୍ଲାକ ମେଲିଂ କରୁଥିବାର ଅଭିଯୋଗ ଆମର ହସ୍ତଗତ ହୋଇଛି । ତେବେ ପ୍ରସାଶନର ଦ୍ରୁଷ୍ଟି ଆଡୁଆଳରେ ଥିବା ଏହି ବେସରକାରୀ ବେଆଇନ ସଂସ୍ଥାଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଜିବା ଆବଶ୍ୟକ । ବାଲେଶ୍ବର ଜିଲ୍ଲାପାଳ ମଧ୍ୟ ଏନେଇ ଦ୍ରୁଷ୍ଟି ଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *