ଦିଲ୍ଲି : ବିବାହ ଠୁ ପୂଜା ସବୁଠି ବାଜିବ ଡିଜେ। ଯୁବକଙ୍କୁ ଝୁମେଇବାରେ ଡିଜେ ଜେମିତି ନେଉଥିଲା ମୁଖ୍ୟଭୂମିକା, ଏହି ଡିଜେ ବାଜିବା ଦ୍ୱାରା ଶବ୍ଦ ପ୍ରଦୂଷଣଜେ ବହୁ ମାତ୍ରାରେ ବଢିଥାଏ ତାହା ସଭିଙ୍କୁ ଜଣା । ତେବେ ଶବ୍ଦ ପ୍ରଦୂଷଣକୁ ନେଇ ଆଲ୍ଲାହାବାଦ୍ ହାଇକୋର୍ଟ ଏକ ବଡ ନିଷ୍ପତି ନେଇଛନ୍ତି । ଡିଜେ ବଜାଇବା ନେଇ ଅନୁମତି ଦେବା ଉପରେ ଆଲ୍ଲାହାବାଦ ହାଇକୋର୍ଟ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି । ଆଉ ଆଦେଶ ଉଲ୍ଲଂଘନ କରିବା ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ହୋଇପାରେ । ଯଦି ଡିଜେ ବାଜୁଥିବାର ଅଭିଯୋଗ ଆସେ, ତେବେ ଉକ୍ତ ଅଂଚଳର ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।ଏହି ଆଦେଶ ବିଚାରପତି ପିକେଏସ ବଘେଲ ଏବଂ ବିଚାରପତି ପଙ୍କଜ ଭାଟିଆଙ୍କ ଖଣ୍ଡପୀଠ ଶୁଣାଇଛନ୍ତି । ତେବେ ହାସିମପୁର ପ୍ରୟାଗରାଜ ନିବାସୀ ସୁଶୀଲ ଚନ୍ଦ୍ର ଶ୍ରୀବାସ୍ତବଙ୍କ ଆବେଦନ ଉପରେ ଏହି ଶୁଣାଣି କରାଯାଇଛି । ଏହି ମାମଲାର ବିଚାର କରିବା ସମୟରେ କୋର୍ଟ କହିଛନ୍ତି, ଛୋଟ ପିଲା, ବୟସ୍କ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ଶବ୍ଦ ପ୍ରଦୂଷଣ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଟିମ୍ ଗଠନ କରି ଶବ୍ଦ ପ୍ରଦୂଷଣ ଉପରେ କଡା ନଜର ରଖିବାକୁ ଏବଂ ଦୋଷୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।କୋର୍ଟ କହିଛନ୍ତି, ସମସ୍ତ ଧାର୍ମିକ ପର୍ବପର୍ବାଣୀ ଏବଂ ଉତ୍ସବ ପୂର୍ବରୁ ଜିଲ୍ଲାପାଳ ବୈଠକ ଡକାଇ ଏହି ଆଇନ୍ ପାଳନ ନେଇ ସମସ୍ତଙ୍କୁ ଅବଗତ କରାଇବେ । ଆଉ ଯଦି କେହି ଏହି ଆଇନର ଉଲ୍ଲଂଘନ କରେ, ତେବେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ହେବ । ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁଯାୟୀ, ଅପରାଧୀଙ୍କ ବିରୋଧରେ ଏଫଆଇଆର ଦାୟର କରାଯିବ । ତେବେ ଆଲ୍ଲହାବାଦ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ଆଗାମି ଦିନରେ ସାରା ଦେଶ ପାଳନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ା ଏ ବାବଦରେ ଓଡିଶାର କିଛି ସଂଗଠନ ଓଡିଶା ହାଇକୋର୍ଟଙ୍କ ଦ୍ବାରସ୍ତ ହେବା ଯାଣିବାକୁ ମିଳିଛି ା
