ଆଇ ଏ ଏସ ଙ୍କ ସମ୍ମାନ ଲିକ୍ , ଆଉ ଶୋଭିବନି ସୋର ପୁଅ ବିଜୟ ବଦନାମ , କଳଙ୍କ ଯାହାଙ୍କୁ ନେଇ ସେଦିନ ଗର୍ବକରୁଥିଲେ ବାପା ମା ଶିଖ୍ୟକ ଆତ୍ମିୟ ଶ୍ରୁଜନ ଆଜି ସେମାନେ ନିନ୍ଦା କରିବେ। ପରିଚୟ ଦେବା ପୁର୍ବରୁ ମନେ ପଡିବ ଭିଜିଲାନ୍ସ ଧରିବା କଥା। ଲୋଭ ପାଖରେ ଜେମିତି ହାର ମାନିଲା ସମ୍ମାନ ଆଉ ବଡ ଲୋକ ହେବାର ଆଶା । 1 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ । ଭିଜିଲାନ୍ସ ଜାଲରେ ଆଇଏଏସ ଅଫିସର ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ବିଜୟ । 2009 ବ୍ୟାଚ୍ର ଆଇଏଏସ୍ ବିଜୟ କେତନ ଉପାଧାୟ । ତେବେ ସୂଚନା ଅନୁଶାରେ ଆଜି ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ସିହିପରି ଭାବେ ସୋର ସ୍ଥିତ ବାସଭବନରେ ମଧ୍ୟ ବାଲେଶ୍ବରର ୧୦ଜଣିଆ ୨ଟି ଭିଜିଲାନ୍ସ ଟିମ୍ ର ଚଡଉ ଜାରିରହିଛି। ତେବେ ବିଜୟ ସୋର କଲେଜରେ ପାଠ ପଢିଥିଲେ। ତାଙ୍କ ବାପା ମା ପରିବାର ସୋର କମରପୁରରେ ରହୁଥିବା ବେଳେ ତାଙ୍କ ପୈତ୍ରୁକ ଘର ସୋର କୁଚିଆ କୋଇଲି ବୋଲି ଜଣା ପଡିଛି। ସେଠାରେବି ଭିଜିଲାନ୍ସର ଗୋଟିଏ ଟିମ୍ ତନାଘନା କରୁଥିବା ସାମ୍ନାକୁ ଆସିଛି।
