ଆତଂକବାଦର ଚାଟଶାଳି

ଭୁବନେଶ୍ବର: (ଶତିସ ମିଶ୍ର) ଆଜିକୁ ଠିକ୍ ବର୍ଷକ ତଳେ:-ଆଗରେ ଜଣେ ୮୦ ବର୍ଷର ବୃଦ୍ଧ ଅହିଂଷ-ଗାନ୍ଧୀର ଚିତ୍ର ସେଇ ଗାନ୍ଧୀ ମଣିଷର ଫଟରେ ବାଜୁଥିଲା ଗୁଳି,ଶୁଭୁଥିଲା ଶବ୍ଦ,ବାହାରୁଥିଲା ନକଲି ରକ୍ତ,ପରେ ଜଣେ ସେ ଫଟକୁ ପୋଡି ଦେଉଥିଲା। ଏଭଳି ଏକ ଭିଡିଓକୁ ଭାଇରାଲ କରାଯାଇଥିଲା। ଏମାନେ ସମସ୍ତେ ପିନ୍ଧିଥିଲେ-ଗେରୁଆ ପୋଷାକ। ହିନ୍ଦୁ ଠିକାଦାର ହେଇ ଜୟ ଜୟ କହୁଥିଲେ। ବର୍ଷେ ପରେ:- ଜଣେ ବନ୍ଧୁକ ଧରି ରାସ୍ତାରେ ଦଉଡୁ ଥିଲା,ଜଣକୁ ଗୁଳି କଲା। ଖୁସି ମିଜାସ-ସୌକରେ।କାରଣ ଉଭୟଙ୍କ ମଧ୍ୟରେ ଜଣା ଶୁଣାବି ନଥିଲା। ଆତତାୟୀର ପରିଚୟ-ସେ ଜଣେ ରାମ୍ ଭକ୍ତ।ଫେସବୁକ ଆଇ ଡି କହୁଛି ସେ ଜଣେ ବିଜେପି ସମର୍ଥକ। ଘଟଣା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହା,କିଛି ଏମ୍ ପି ଦିଲ୍ଲୀରେ ଘୃଣା ବିଦ୍ୱେଷ,ଗୋଲି ମାରୋ ସାଲୋଙ୍କ ପରି ଉସୁକାଣି ଭାଷଣ ଦେଇ ଥିଲେ। ଅପରାଧିର ମୁଣ୍ଡରେ ଏଭଳି ହିଂସା ବିଚାରକୁ ଯୋଜନାବଦ୍ଧ ଭାବେ ଭର୍ତ୍ତି କରା ଯାଇ ଥିଲା।କାରଣ କିଛି ଦିନ ପରେ ଭୋଟ ହେବ। ଘୃଣାର ସଉଦା କାଳେ ବିଜେପିକୁ ଜିତେଇ ଦେଇ ପାରେ-ଏହାହିଁ ଉଦ୍ଦେଶ୍ୟ।

ଘଟଣା ଘଟିଗଲା ଭାରତର ରାଜଧାନୀ ଦିଲ୍ଲୀରେ। ସେଠି ପୋଲିସ ନଥିଲା ନୁହେଁ! ପୁରା ପୋଲିସ ବଳ ଛିଡା ହେଇ ତାମସା ଦେଖୁ ଥିଲେ।
*ଏହି ଭଳି କିଏବି ଆସିପାରେ ଆପଣଙ୍କ ଦ୍ୱାରକୁ ନତୁବା ସୋସିଆଲ ମେଡିଆ ଜରିଆରେ!ଧର୍ମ,ମନ୍ଦିର,ପୁରାଣ,ସଂସ୍କୃତି,ପରମ୍ପରା କହି ମୋହିତ
ବି କରିବ,ଆପଣଙ୍କ ପିଲାକୁ ଠାକୁରଙ୍କ କାମରେ ସାମିଲ ହେବା ପାଇଁ ଡାକିବ,ମୁଣ୍ଡକୁ ବାଉଳା କରି ଦେବ। ଗୁଡ଼େ ଭିଡିଓ,ପ୍ରବଚନ,ଗପ ଆପଣ ଓ ପିଲାର ମୋବାଇଲକୁ ପଠେଇବ। ବାକି କାମ ଟିଭି ଵାଲା କରି ଦେବେ।
ଫୁସୁଲା ଫୁସୁଲି କରି ଧରେଇ ଦବ ସତ ବନ୍ଧୁକ,ଧରେଇଦେଵ ଜୀଅନ୍ତା ବୋମା-କହିବ ମାର୍,ମଣିଷ ମାର୍; ହିନ୍ଦୁ ବିପଦରେ।
ଶେଷରେ କ୍ରିମିନାଲ ସଜେଇ ଦବ।
ସେତେ ବେଳକୁ ସେ ଗେରୁ ପିନ୍ଧା ଗୁରୁ ନଥିବ କି ସୋସିଆଲ ମେଡିଆରେ ବାଃ ବାଃ କରୁଥିବା ଭକ୍ତ ମାନେବି ନଥିବେ।
ବୁଝିଲା ବେଳକୁ-ନେଡି ଗୂଡ଼ କହୁଣିକୁ ବୋହି ଯାଇ ଥିବ।
ପିଲା ଉପରେ ବସି ଯାଇ ଥିବ-ଆତଂକବାଦୀର ମୋହର।

Leave a Reply

Your email address will not be published. Required fields are marked *