ହେଡ୍ ମାଷ୍ଟ୍ରେଙ୍କ ଏ କି ପ୍ରକୃତି,ସ୍କୁଲ ମଧ୍ୟାନ ଭୋଜନ ଚାଉଳ ବଣ୍ଟନରେ ପାତରଅନ୍ତର

ଜଲେଶ୍ୱର : ( ସଂଜୟ ଦାସ ) ବଦଳୁଛି ସମୟ କିନ୍ତୁ ଶିକ୍ଷିତ ସମାଜ ଭିତରେ ବଦଳୁନାହିଁ ମଣିଷର ଅଭ୍ୟାସ । ବାସ୍ତବରେ ଏଠି ବଦଳିନାହିଁ କିଛି ଅଶିକ୍ଷିତ ମାଷ୍ଟ୍ରଙ୍କ ପ୍ରକୃତି । ଜଳେଶ୍ୱର ଶିକ୍ଷା ବିଭାଗ ଅଧୀନରେ ନଛିମପୁର ପଞ୍ଚାୟତର ଲୋକନାଥ ମ: ଇ:ବିଦ୍ୟାଳୟର ଛାତ୍ର ଛାତ୍ରୀନଙ୍କୁ ବଣ୍ଟନ କରାଯାଇଥିଲା ମଧ୍ୟାନ ଭୋଜନ ଚାଉଳ । ଚାଉଳ ବଣ୍ଟନରେ ପ୍ରଧାନଶିକ୍ଷକଙ୍କ ପାତରଅନ୍ତର ଦେଖିବାକୁ ମିଳିଛି । ସ୍କୁଲର ଜଣେ ଆଦିବାସୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଜାଣିଶୁଣି ଅତି ନିମ୍ନ ମାନର ଚାଉଳ ଦେଇଛନ୍ତି ବୋଲି ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଛାତ୍ରୀ ଜଣକ ହେଉଛନ୍ତି ଦେଉଳା ଗ୍ରାମର ଶାନ୍ତିରାମ ସରେନଙ୍କ ଝିଅ ଉପମା ସରେନ । ଚାଉଳ ଏଭଳି ନିମ୍ନ ମାନର ଯାହାକି ଖାଇବା ଉପଯୋଗୀ ନୁହେଁ । ଖାଲି ସେତିକି ନୁହେଁ ଚାଉଳ ନିମ୍ନମାନର ପରେବି ୮କି:୫୫୦ଗ୍ରା: ଦବାର ମିୟମ ଥିବାବେଳେ ଛାତ୍ରୀ ଜଣକୁ ୭କି:୫୦୦ଗ୍ରା: ମିଳିଛି । କିନ୍ତୁ କାହିଁକି ? କଥାହେଉଛି ପିଲାଙ୍କୁ ଖାଦ୍ୟ ପ୍ରଦାନରେ ବି ପ୍ରଧାନଶିକ୍ଷକ କାହିଁକି ପିଲାଙ୍କ ଖାଦ୍ୟ ଉପରେ ଦାଉ ସାଜିଲେ । ଗରିବ ଆଦିବାସୀ ପରିବାରର ପିଲା ଭାବି ପ୍ରଧାନଶିକ୍ଷକଙ୍କ ଏଭଳି ଚିନ୍ତା ଧାରା କାହିଁକି ? ଅନ୍ୟ ସବୁ ଛାତ୍ର ଛତ୍ରୀଙ୍କୁ ଭଲ ଚାଉଳ ଦେଇଥିବା ବେଳେ ଏ ଆଦିବାସୀ ପରିବାର ଛାତ୍ରୀଙ୍କ ପ୍ରତି କାହିଁକି ଅମାନବିକତା ପରିଚୟ । ଗରିବଙ୍କ ପ୍ରତି ପ୍ରଧାନଶିକ୍ଷକଙ୍କ ଏଭଳି ମନଭାଵ ପାଇଁ ଛାତ୍ରୀଙ୍କ ବାପା ଦୁଃଖ ପ୍ରକାଶ କରିଛନ୍ତି । ଉକ୍ତ ଛାତ୍ରୀଙ୍କୁ ଚାଉଳ ବଣ୍ଟନ ପରେବି ସ୍କୁଲ ଷ୍ଟକରେ ପାଖାପାଖି ୩୦ କି: ଗ୍ରା: ଚାଉଳ ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ପ୍ରଧାନଶିକ୍ଷକ କେତେକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଛାତ୍ରୀ ଜଣକୁ ଚାଉଳ ପାଖସ୍କୁଲ କୁଆଡ଼େ ଉଧାର ଆଣିଛନ୍ତି । ତେବେ କାହିଁକି ଏଭଳି ନିମ୍ନ ମାନର ଚାଉଳ ଉଧାର ଆଣିଲେ । ମିଛ କହୁନାହାନ୍ତି ତ ପ୍ରଧାନଶିକ୍ଷକ ? ଯଦି ନା ତାହାଲେ ଖବର ପ୍ରକାଶ ପରେବି କାହିଁକି ତଦନ୍ତ ଆରମ୍ଭ ହେଉନାହିଁ 

Leave a Reply

Your email address will not be published. Required fields are marked *