ପଚାଘଡେଇ ଓ ବ୍ରିଜ ଗୋପାଳ ଭଳି ମାଫିଆଙ୍କୁ ମାଫ , ଛୋଟଟ୍ରକ ବାଲାଙ୍କୁ ଫାଇନ

ସୋର : ପଚାଘଡେଇ ଓ ବ୍ରିଜ ଗୋପାଳ ଭଳି ମାଫିଆଙ୍କୁ ମାଫ , ଛୋଟଟ୍ରକ ବାଲାଙ୍କୁ ଫାଇନ , ସୋର ତହସିଲଦାରଙ୍କ ଟାର୍ଗେଟରେ କାହିଁକି ଛୋଟ ଛୋଟ ଟ୍ରକ ମାଲିକ ? ବାଗୁଡି ପାହାଡର ୪, ୪ଟା ଖଣିର ମାଲିକ ପଚାଘଡେଇକୁ ସୋର ତହସିଲଦାରଙ୍କ କାହିଁକି ଅନୁକମ୍ପା ? ଦିନ ରାତି ପଚାଙ୍କ ଟ୍ରକ ଚାଲିଛି , କିନ୍ତୁ ତାଙ୍କ ଗାଡି କାହିଁକି ଅଟକୁନି ? କାହିଁକି ଫାଇନ କାଟୁନାହାନ୍ତି ତହସିଲଦାର ଅଶୋକ ଦାସ ମହୋଦୟ ? ସେହିପରି ବ୍ରିଜ ଗୋପାଲ କନଷ୍ଟ୍ରକସନ ମନଇଛା ପଥର ପରିବହନ ମଧ୍ୟ ଚଳାଇଛି , ଛଅପୋଲିଆ ନିକଟରେ ଦୀତିୟ ବେଆଇନ ବାଗୁଡି ପାହାଡ ତିଆରି କରିଛି ଏହି କମ୍ପାନି I ଏପଟେ ମାତ୍ର କିଛି ଫାଇନ କାଟି କାହିଁକି ହାତବାନ୍ଧି ବସିଛନ୍ତି ସୋର ତହସିଲଦାର ମହୋଦୟ ? କମ୍ପାନିର ବେଆଇନ ଗଛିତ ପଥରକୁ କାହିଁକି ସିଜ କରାଯାଉନି ? କମ୍ପାନି ଓ ପଚାଘଡେଇଙ୍କ ପ୍ରତି କାହିଁକି ଏତେ ଆନୁକମ୍ପା ? ଜଣେ ସରକାରି କର୍ମଚାରି ହୋଇ ସରକାରଙ୍କ ରାଜସ୍ବ ଲୁଟକୁ କେମିତି ଅନୁମତି ଦେଉଛନ୍ତି ତହସିଲଦାର ମହୋଦୟ ? ରାଜନୈତିକ ଚାପ ନା ଅର୍ଥନୈତିକ ଚାପରେ ଅଛନ୍ତି ତହସିଲଦାର ? କାହିଁକି ନିରବି ଗଲା ବିଜେପି ? କମ୍ପାନିର ଲୁଟ ବିରୁଦ୍ଧରେ ସାମ୍ନାକୁ ଆସିବକି କଂଗ୍ରେସ ? ମୁହଁ ଖୋଲି ବିରୋଧ କରିବେକି ବିଧାୟକ ? ନା ଲୋକଙ୍କୁ ବୁଝିବାକୁ ହେବ ନେତା ପ୍ରସାସନ ଏବଂ ମାଫିଆଙ୍କ ତ୍ରିକୋଣିଅ ପ୍ରେମରେ ଲୁଟ ଚାଲିଛି ବାଗୁଡି ପାହାଡ I ଜଦି ବଡ ବଡ ମାଫିଆଙ୍କୁ ଧରିବାକୁ ତାକତ ନାହିଁ ତାହାଲେ ଛୋଟ ଛୋଟ ଗାଡି ବାଲାଙ୍କୁ ଏତେ ଅତ୍ୟାଚାର କାହିଁକି ? ଗରିବ ମାଇପ କଣ ସଭିଙ୍କ ଶାଳି ?

Leave a Reply

Your email address will not be published. Required fields are marked *