ଭୁବନେଶ୍ବର: କାହିଁକି ଅନୁଭବ ବୈଜୟନ୍ତ କଳିରେ ସାମ୍ବାଦିକ ମାନେ ବଳିପଡୁଛନ୍ତି ? ଓଟିଭି ପାଖରେ ବନ୍ଧା ପଡିଛି କିଏ ସାମ୍ବାଦିକ ନାଁ ସାମ୍ବାଦିକତା ା କେତେଦିନ ନେତାଙ୍କ ମିଡିଆ ହାଉସ ହାତରେ ସକି କଣ୍ଢେଇ ହୋଇ ନାଚିବା କେତେଦିନ ସାମ୍ବାଦିକତା ଭଳି ଏକ ବ୍ରୁତିକୁ ଭଡାଲଗାଇବା ନେତାଙ୍କ ପାଖରେ ା ଅନୁଭବ ମହାନ୍ତି କିଏ ? ଓଡିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନ ମନ୍ତ୍ରୀ ନାଁ ବୈଜୟନ୍ତ ପଣ୍ଡାଙ୍କ ବିରୋଧି ! ସାମ୍ବାଦିକତା କଣ ଖବରସଂଗ୍ରହ ନାଁ ମାଲିକକୁ ଖୁସିକରିବା ପାଇଁ ତାଙ୍କ ସ୍ବାମିଙ୍କ ବିରୋଧିଙ୍କୁ ବଦନାମକରିବାକୁ ଚେଷ୍ଟା କରିବା ? ବୈଜୟନ୍ତ ପଣ୍ଡାଙ୍କୁ ହରାଇବା ପୁର୍ବରୁ ତରଙ୍ଗ ଚେନାଲରେ ହିରୋଥିଲେ ଅନୁଭବ ଆଜି କାହିଁକି ଓଟିଭିର ପାଇଁ ଭିଲ୍ୟାନ ହେଲେ ଅନୁଭବ ଏକଥା ସାଧାରଣ ଲୋକ ବୁଝିବା ଦରକାର । ଓଟିଭି ଏବେ ଓଡିଶାର ଏକନମ୍ବର ଚେନାଲ ଏକନମ୍ବର ଚେନାଲ ପାଖରେ କଣ ଖବର ନାହିଁ ? ଅନୁଭବ କେବଳ ନିର୍ବାଚନ ଲଢିଲେ ନାହିଁ, ସେ ଏକନମ୍ବର ଟିଭିର ମାଲିକ ବୈଜୟନ୍ତ ପଣ୍ଡାଙ୍କୁ ପାଖା ପାଖି ଦେଢ ଲକ୍ଷ ଭୋଟରେ ହରାଇଲେ। ଅନୁଭବଙ୍କର ତାହା ହେଉଛି ଅପରାଧ। ଖାଲି ଅପରାଧ ନୁହଁ, ସବୁଠୁ ବଡ ଅପରାଧ। ଏତେ ବଡ ଗଣମାଧ୍ୟମ ସଂସ୍ଥାର ମାଲିକ, ଶିଳ୍ପପତି, ସୋସିଆଲ ମିଡିଆର ନାୟକଙ୍କୁ, ଗୋଟେ ଓଡିଆ ଅଭିନେତା ହରାଇଦେବ- ଏଇଟା କି କମ ଅପରାଧ ! ତାପରେ ଆରମ୍ଭ ହେଲା ଏକନମ୍ବର ଟିଭିର ଅନୁଭବ ବିରୋଧୀ ଅଭିଯାନ। ଗତ କିଛି ମାସରେ ଓଡିଶାର ଅନ୍ୟ ରାଜନେତାଙ୍କ ବିଷୟରେ ଜେତେ ଖବର ବାହାରିନି ଅନୁଭବବଙ୍କ ନାମରେ ଅଧିକ ଖବର ବାଜିଛି , ଯାହା ନଗଡା ଶିଶୁବି କହିବେ। ନିଜର ରାଜନୈତିକ ପ୍ରତିପକ୍ଷଙ୍କୁ ସାବାଡ କରିବାକୁ ନିଜର ଗଣମାଧ୍ୟମ ସଂସ୍ଥାକୁ ବ୍ୟବହାର କରିବା ଓ ତାକୁ ଯଦି ପ୍ରତିପକ୍ଷ ବିରୋଧ କଲେ, ତାହା ଗଣମାଧ୍ୟମ ସ୍ଵାଧୀନତା ଉପରେ ହସ୍ତକ୍ଷେପ ବୋଲି କୁହାଜିବା ଏହା କଣଠିକ୍ , ତାହାଲେ କଣ ଏଇଆ ବୁଝିବାକୁ ହେବ ସାମ୍ବାଦିକକୁ ମୋହରା କରି ଗଣମାଧ୍ୟମ ସଂସ୍ଥାର ମାଲିକ ମାନେ ରାଜନୀତି କରିବେ ! ଅବଶ୍ୟ ଅନୁଭବ ବାବୁ ଆମ ବନ୍ଧୁଆସ ନୁହନ୍ତି କିନ୍ତୁ ଓଟିଭି ଜେଉଁଭଳି ସାମ୍ବାଦିକଙ୍କୁ ମୋହରା କରି ଯାତରା କରୁଛି ତାହା ବନ୍ଦ ହେବା ଦରକାର। ଅନୁଭବ ମହାନ୍ତି ହୁଏତ ଆଉ ଟିକେ ଶାଳୀନ ହୋଇ ପାରିଥାନ୍ତେ କିମ୍ବା ଏକନମ୍ବର ଟିଭିର ସାମ୍ବାଦିକଙ୍କୁ ନମ୍ରତାର ସହିତ ଆଡେଇ ଯାଇ ପାରିଥାନ୍ତେ। ତେବେ ତାଙ୍କ ପ୍ରତିକ୍ରିୟାରେ ଅଶ୍ଳୀଳତା ନଥିଲା। କିନ୍ତୁ ମାଲିକଙ୍କୁ ହରାଇଥିବାର ଅପରାଧ ଯୋଗୁଁ ଅନୁଭବଙ୍କୁ ଦଣ୍ଡ ତ ଭୋଗିବାକୁ ପଡିବ ! ବାକି ଗଣମାଧ୍ୟମର ସ୍ଵାଧୀନତା, ସାମ୍ବାଦିକର ସମ୍ମାନ, ରାଜନେତାଙ୍କ ଅଶାଳୀନ ଆଚରଣ, ଏ ଗୁଡା କେବଳ ଶସ୍ତା ସିନେମାର ଡାଇଲଗ ମାତ୍ର। କାରଣ ସାମ୍ବାଦିକଙ୍କ ସାମ୍ବାଦିକତା ଏବେ ଖବର ସଂସ୍ଥାର ମାଲିକ ମାନଙ୍କ ପାଖରେ ଭଡା ଲାଗିଛି । କଉ ଖବର ସଂସ୍ଥା ନିଜ ମାଲିକ ନାମରେ ଖବର ପ୍ରସାରଣ କରିପାରିବ କି ? ଜଦି ହଁ ତାହାଲେ ଓଟିଭି ଥରେ ବୈଜୟନ୍ତଙ୍କ ନାମରେ ଖବର ପ୍ରସାରଣ କରି ଦେଖାଉ। ତାହା ନକରି ସାମ୍ବାଦକଙ୍କୁ ମୋହରା କରି ବୈଜୟନ୍ତ ଏବଂ ଓଟିଭି ରାଜନିତି କରିବାକୁ ଲୋକ ବୁଝିଗଲେଣି । ସାମ୍ବାଦିକ ମାନେବି ବୁଝିବା ଦରକାର କେତେଦିନ ମାଲିକ ମାନଙ୍କ ପାଖରେ ଭଡାଲାଗିବା ? ସାମ୍ବାଦିକ ମାନେ ଜଦି ନବୁଝନ୍ତି ତାହାଲେ ସାଧାରଣ ଲୋକ ଆଜିସିନା କହିଲେଣି ଓଟିଭି ପାଖେ ସାମ୍ବାଦିକତା ଭଡାଲାଗିଛି କାଲିକି ସାମ୍ବାଦିକଙ୍କ ନାଁ ବଦଳାଇ ଲୋକକହିବେ ଭଡାଟିଆ ସାମ୍ବାଦିକ। ସହି ପାରିବତ ସମ୍ବାଳି ପାରିବତ ା ଏମିତି ନାତାଙ୍କ ପାଇଁତ ଗୁଣ୍ଡି ବାଲାଙ୍କ ଠାରୁ ଶିଖ୍ୟା ଦଲାଲ ଜମିମାଫିଆ ସମସ୍ତେ ଗୋଟେ ଗୋଟେ ମିଡିଆ ହାଉସ କଲେଣି ଅନୁଭବବି କରିବେ ତା ପରେ ଏକଥା ଭାବିଲେ ଆମକୁ ଲଜ୍ୟା ଲାଗୁଛି ତୁମେବି ଲଜ୍ୟା କରହେ ଅଲଜ୍ୟା ନେତା ା
