ଗାଁ ମାଇପେଙ୍କୁ ବଳିଗଲେ ସୋର ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ

ସୋର : ସୋର ଡାକ୍ତର ଖାନାର ସ୍ତ୍ରୀ ରୋଗ ଡାକ୍ତର ଓ କର୍ମଚାରୀଙ୍କର ଉତପାତ ଆଜି ଖୁଲମ ଖୁଲା ଦେଖିବାକୁ ମିଳିଛି । ଲଜ୍ୟା ସରମର ସମସ୍ତ ସିମା ସରହଦକୁ ଜମ୍ପମାରୀ ଡାକ୍ତରବାବୁ ଆମ କର୍ମଚାରୀଙ୍କୁ ଜେଉଁ ବ୍ୟବହାର କଲେ , ତାପରେ ଅସମ୍ଭାଳ ଜେସାକୁ ତେସା ଦେଖେଇ ୧୦୦ , ୧୦୦ ରେ ଚଲେଇଲେ କର୍ମଚାରୀ । ତେବେ ଉକ୍ତ ଡାକ୍ତରଜଣକ ଆଗରୁ ସାଧାରଣ ଲୋକଙ୍କୁ ଦୁରବ୍ୟବହାର କରୁଥିବା ବେଳେ ମିଛ ମକଦମା ମଧ୍ୟ ସାଧାରଣ ଲୋକଙ୍କ ନାମରେ କରିଥିବା ଶୁଣିବାକୁ ମିଳିଛି । ଏବେ ପୁଣି କର୍ମଚାରୀଙ୍କ ସହ କଳି ସ୍ପଷ୍ଟ କରୁଛି ଏ ଡାକ୍ତରଙ୍କର କଳି କରିବାର ଡିଫେକ୍ଟ ରହିଛି ତେବେ ଆଜିର ବିକଳ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋର ଡାକ୍ତରଖାନାରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଦୁର୍ଗାଶଙ୍କର ଦାସ ଏବଂ ଡାକ୍ତରଖାନା କର୍ମଚାରୀ ଉଭୟଙ୍କ ମଧ୍ୟରେ କଳି ଝଗଡାର ଭିଡିଓ ଏବେ ଭାଇରାଲ।
ଦାଣ୍ଡରେ ପଡିଲା ସୋର ଡାକ୍ତରଖାନାରେ କର୍ମଚାରୀ ଡାକ୍ତରଙ୍କର କଳି। ସୋର ଡାକ୍ତରଖାନାରେ କର୍ମଚାରୀ ଡାକ୍ତର ମଧ୍ୟରେ ସର୍ବ ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗଣ୍ଡଗୋଳ। ଡ୍ଯୁଟି ସାରି ଫେରୁଥିବା ଡ. ଦୁର୍ଗା ଶଙ୍କର ଦାସ ଦିନ 2ଟା30 ମିନିଟରେ ଡାକ୍ତରଖାନ ସମ୍ମୁଖରେ ରେଡିଓଜିଓଲିଷ୍ଟ ରମାକାନ୍ତ ତ୍ରିପାଠୀ ଓ ଡ. ଦାସଙ୍କ ମଧ୍ୟରେ ପାଟିତୁଣ୍ଡ ଉଭୟଙ୍କ ଅଭଦ୍ରାମିକୁ ପଦାରେ ପକାଇଛି । ତେବେ ଡାକ୍ତର ଜଣକ ନିଜକୁ ସୁଧାରିବା ସହ କର୍ମଚାରୀଙ୍କ ପ୍ରତି ନିଜର ଆଚରଣ ଉଚ୍ଚାରଣ ପରିବର୍ତ୍ତନ କରିବା ଆବଶ୍ୟକ । ନହେଲେ ଏମିତି ଗାଁ ମାଇପେଙ୍କ ଭଳି କଳିଲାଗିଲେ ନିଜର ସମ୍ମାନ ଜିବାସହ ଲୋକ ଖୁଲମ ଖୁଲା ବେଇଜତ କରିବେ।\

Leave a Reply

Your email address will not be published. Required fields are marked *