ସୋର : ଠିକାଦାରଙ୍କ ପ୍ରେମରେ ଜେଇ , ଠିକାଦାର ସାଜିଛନ୍ତି ଠକାଦାର , ପିସି ପାଇଁ ରାସ୍ତା ଅବସ୍ତା ଖରାପ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ I ଦିର୍ଘଦିନରୁ ଆସ୍ଥାନ ଜମାଇଥିବା ଜେଇ କହିଲେ କିଛି ଖରାପ ହୋଇନି , ସେମିତି ଖରାପ ହେବ ମରାମତି କରାଜିବ I ଜେଇ ଜଣକ ସୋର ଆରଡି ଅଫିସକୁ ଦଖଲ କରିଛନ୍ତି ସେଥିପାଇଁ ଠିକାଦାରଙ୍କ ବନ୍ଧୁଆସ ସାଜି ପ୍ରେମ ସମ୍ପର୍କକୁ ମଜଭୁତ କରୁଛନ୍ତି ଯାହାର ଫାଇଦାରେ ଆରଡିରେ ବିଭିନ୍ନ ସ୍ଥାନରେ ହେଉଥିନା ରାସ୍ଥା କାର୍ଯ୍ୟ ନିମ୍ନ ମାନରହେଉଛି I ତେବେ ଅଇଁରୀରୁ ଗୁଡ ଭାୟା ତେଣ୍ଟେଇ ରାସ୍ତାଟିର କାର୍ଯ୍ୟ ମାତ୍ର କିଛିଦିନ ପୂର୍ବରୁ ସରିଥିଲା ବେଳେ ଏବେ ତାହା ମରଣ ଯନ୍ତା ପାଲଟିଛି I ସେଇ ବାଟଦେଇ କଲେଜ ଯାଉଥିବା ଛାତ୍ର ଛାତ୍ରି ମାନେ ଦୁର୍ଘଟଣାର ସ୍ବୀକାର ହେଉଛନ୍ତି I ଉକ୍ତ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କାମ ହୋଇଥିବାବେଳେ ରାସ୍ତାର ଅଇଁରୀ ଠାରୁ କଲେଜ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପିଚୁ ଉଠି ରାସ୍ତା ଗାତ ହୋଇଯାଇଥିବା ଜିଲା ପରିଷଦ ସଭ୍ୟ ଜୟରାମ ଦାସ ଅଭିଯୋଗ କରିଛନ୍ତି । ଶ୍ରୀ ଦାସ ତୁରନ୍ତ ରାସ୍ତା ମରାମତି ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି।
ଅଇଁରୀରୁ ଗୁଡ ପର୍ଯ୍ୟନ୍ତ ଏହି ରାସ୍ତାରେ ସରକାରଙ୍କର ୨ କୋଟି ୫୧ ଲକ୍ଷ ୨୭ ହଜାର ୫ଶହ ୮୯ ଟଙ୍କା ଖର୍ଚ୍ଚ ହୋଇଛି । ୨ ମାସ ନ ପୂରୁଣୁ ପିଚୁ କାହିଁକି ଉଠି ଗଲା ପଚାରିବାରୁ ବିଭାଗୀୟ ଯନ୍ତ୍ରୀ ତାଙ୍କ ସଫେଇରେ ଠିକାଦାରଙ୍କର ନୁହଁ ରାସ୍ତାପାଖ ଗଛର ଭୂଲ ବୋଲି କହିଛନ୍ତି , ଯାହା ପ୍ରମାଣ କରୁଛି ଉଭୟଙ୍କ ନିବିଡତା ଓ ଗହିରିଆ ପ୍ରେମର ମଧୂର ସମ୍ପର୍କ I ତେବେ ଦେଖିବାକୁ ବାକି ରହିଲା କେବେ ଏଇ ରାସ୍ତା ମରାମତି ହେଉଛି ଆଉ ମରାମତିର କେତେଦିନ ପରେ ପିଚୁ ପୁଣି ଉଠୁଛି I
