ଜଳେଶ୍ବର : ( ସଂଜୟ ଦାସ ) ସମୟ ସମସ୍ତଙ୍କ ପାଇଁ ସୀମିତ । ଠିକ ତାହାରି ଭିତରେ ସବୁ କାର୍ଯ୍ୟରେ ଅନ୍ତ ଘଟିଥାଏ । ବାସ୍ତବିକ ସେହାହିଁ ଘଟିଛି ଜଣେ ସରଳ ଓ ଭଦ୍ର ପ୍ରଧାନଶିକ୍ଷୟତ୍ରୀଙ୍କ ଭଗ୍ୟରେ । ହସଖୁସିଭିତରେ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ଆଖିରେ ଲୁହ । ଛାଡିବାକୁ ଇଛା ନଲେବି ବୟସ ସୀମା ବାଧ୍ୟ କରିଛି ଛାଡିବା ପାଇଁ । ଏଭଳି ଭାବବିହୋଳ ପରିବେଶ ହୋଇଥିଲା ସ୍କୁଲ ପରିସର । ଜଳେଶ୍ବର ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ନଛିମପୁର ଉନ୍ନୀତ ଉ ପ୍ରା ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୋଭାରାଣୀ ଦାସମହାପାତ୍ର ଆଜି ତା: ୨୯/୦୨/୨୦୨୦ ରିଖ ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଭାବବିହୋଳ ଅବସର ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିବା ବେଳେ ଉକ୍ତ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ଅନୁଷ୍ଠିତ ହୋଇଥିଲା । ଅତିଥିଭାବେ ସି ଆର ସିସି ଶ୍ରୀ ମାଖନଲାଲ ବେରା,ପ୍ରାକ୍ତନ ସି ଆର ସି ସି ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି, ସୀମାନ୍ତ ନଛିମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପରିଡା, ପରିଚାଳନା କମିଟି ସଭ୍ୟ ଶ୍ରୀ ସପନ କୁମାର ଜେନା ମଞ୍ଚାଆସୀନ ହୋଇ ଶ୍ରୀମତୀ ମହାପାତ୍ରଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତକରିବା ସହ ଶୁଭେଚ୍ଛା ଜଣାଇଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଜେନା, ପରିଚାଳନା କମିଟିର ସଭାପତି ଶ୍ରୀ ସତ୍ୟବ୍ରତ ରାଜ , ସଭ୍ୟା ଶ୍ରୀମତୀ ରୁକ୍ମଣି ଗିରି ପ୍ରମୁଖ ସାମିଲ ହୋଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ରଙ୍କୁ ଉପଢଙ୍କନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନଛିମପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଭା ଶେଷରେ ସ୍କୁଲ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜଳି ଜେନା ଧନ୍ୟବାଦ ଦେଇଥିଲେ ।
