ସୋର: ମାନବିକତାର ସମସ୍ତ ସିମାକୁ ଟପିଗଲା କକା। ମିଳି ମିଶି ହାଣିପକାଇଲେ ପୁତୁରାକୁ ସେହିସମୟରେ ତାର ମା ଜିବାରୁ ତାକୁ ମଧ୍ୟ ମାରି ରକ୍ତାତ କରିଦେଲେ । ଏପରି ଘଟଣା ଯାହା ସୋରରେ ଚାଞ୍ଚଲ୍ୟ ଶ୍ରୁଷ୍ଟି କରିଛି। ମିଳିଥିବା ଅଭିଯୋଗ ମୂଳେ
ପରିବାରିକ କଳିକୁ କେନ୍ଦ୍ର କରି ନିଜ ସମ୍ପର୍କୀୟ କକା ଭୁଜାଲିକରେ ପୁତୁରାକୁ ହାଣି ଥିବାର ଅଭିଯୋଗ ହୋଇଛି। ଘଟଣା ଅନୁଯାଇ ବାଲେଶ୍ବର ଜିଲ୍ଲା ସୋର ଥନା ଅଧିନ ଅନନ୍ତପୁର ଗ୍ରାମପଞ୍ଚାୟତ ପୁରଷତ୍ତମପୁର ଗ୍ରାମର ଅଶୋକ କୁମାର ମଳିକଙ୍କ ଜେଜେ ମାଙ୍କୁ ତାଙ୍କ କକା ବିଜୟ କୁମାର ମଳିକ ମାଡମାରୁଥିବାର ଖବର ପାଇ ସେଠାରେ ପହଁଚି ଥିଲେ। କକା ଅଜୟ ୭୦ ବର୍ଷର ବୃଦ୍ଧା ଜେଜେ ମାଙ୍କୁ ମାଡ ମାରିଥିବା ଦେଖି ଅଶୋକ ବିରୋଧ କରିବାରୁ ଅଜୟ ଏକ ଭୁଜାଲିରେ ପୁତୁରା ଅଜୟକୁ ମଧ୍ୟ ଆକ୍ରମଣ କରିଥିଲେ। ଭୁଜାଲିରେ ତାଙ୍କ ହାତ ଏବଂ କାନ୍ଧରେ ରେ ଗଭିର ଆଘାତ ଲାଗିଥିବାର ସୋର ଥାନାରେ ଅଭିଯୋଗ କରିଛନ୍ତି।
