ବାଲେଶ୍ବର , ନୀଳଗିରି : ଠକି ଗଲେ ପ୍ରତାପ ନନା ବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ , ଅଭିନୟ ଧରାପଡିଗଲା , ଜଣେ ନିଖୁଣ ଅଭିନେତା ଭଲ ଅଭିନୟ କରିପାରେ କିନ୍ତୁ ତାହା ସତନୁହଁ ମିଛ ଏକଥା ମାନିବାକୁ ପଡିବ ସେ ଅଭିନେତା ପ୍ରତାପ ଷଡଙ୍ଗି ହୁଅନ୍ତୁ କି ବିଜୟ ମହାନ୍ତି ,ଦୁଖିରାମ ସ୍ୱାଇଁ ହୁଅନ୍ତୁ । ତେବ ପ୍ରତାପ ନନା ଜେ ଏଥର ନିଜର ଭାବମୂର୍ତ୍ତୀକୁ ରକ୍ଷାକରିବା ପାଇଁ ଛଳନା କରିଛନ୍ତି ତାର ଜ୍ୱଳନ୍ତ ଉଦାହରଣ ୧୩ତାରିଖ ଫାଲକନର ଘଟଣାକୁ ନେଇ କାଲି ନବିନପଟ୍ଟନାୟକଙ୍କୁ ଚିଠି ଲେଖିବା ଠାରୁ ବଡ ପ୍ରମାଣ ଆଉ କଣ ଥାଇପାରେ । ଫାଲକନରେ ଗତ ୧୩ତାରିଖ ଦୁଖଦ ଘଟଣା ଘଟିଲା ୧୦୦ରୁ ଉର୍ଦ୍ଧମହିଳା ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଲେ, ସେମାନଙ୍କ ପରିବାରରେ କାନ୍ଦ ବୋବାଳି ପଡିଲା । କାଇଁ କେତେ ଲୋକ ନେତାଠୁ ସମାଜ ସେବି ସେମାନଙ୍କ ପାଖରେ ପହଞ୍ଚିଲେ କିନ୍ତୁ ନନା ବା କେନ୍ଦ୍ରମନ୍ତ୍ରୀ ପ୍ରତାପଷଡଙ୍ଗି ପହଞ୍ଚିପାରିଲେ ନାହିଁ । ଯାହାକୁ ନେଇ ଆମେ ୧୬ତାରିଖରେ ଖବର ପ୍ରଶାରଣ କଲୁ ତାରା ପଟ୍ଟନାୟକଙ୍କ ସହ ପ୍ରତାପ ଷଡଙ୍ଗିଙ୍କର କିଛି ସମ୍ପର୍କ ଥାଇପାରେ ନହେଲେ ସେ କାହିଁକି ଫାଲକନ ଘଟଣାରେ ନିରବ , ଠିକ୍ ଏହାର କିଛି ଘଣ୍ଟା ମାନେ ସନ୍ଧ୍ୟାରେ କିଛି ବ୍ୟଦୁତିକ ଗଣମାଧ୍ୟମରେ ପ୍ରଶାରଣ ଆରମ୍ଭ ହେଲା ପ୍ରତାପ ଷଡଙ୍ଗି ନବିନପଟ୍ଟନାୟକଙ୍କୁ ଚିଠି ଲେଖିଲେ ଫାଲକନର ମେନେଜମେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । କିନ୍ତୁ ସେତେବେଳକୁ ପୁଲିସ ଫାଲକନର ୭ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିସାରିଥିଲା । ତେବେ ଏଠି କଣ କୁହାଯାଇପାରେ ଏହା ପ୍ରତାପ ଷଡଙ୍ଗିଙ୍କ ଫାଲକନ ପିଡିତାଙ୍କ ପ୍ରତି ଆନ୍ତରିକତା ପାଇଁ ତାଙ୍କ ହୃଦୟ କାନ୍ଦିଲା ନା ତାରା ପଟ୍ଟନାୟକଙ୍କ ସହ ସମ୍ପର୍କରହିଛିର ଅଭିଯୋଗରେ ସେ ବଦନାମ ହେବାର ଭୟ ପାଇଁ ଚିଠିଲେଖି ସମ୍ପରକକୁ ଲୁଚାଇଲେ ? ଅବଶ୍ୟ ସେ ଲେଖିଛନ୍ତି ସମହସପିଟାଲ ଘଟଣା ସମ୍ପର୍କରେ , ଏ କଥାବି ଲେଖିଛନ୍ତି ଫାଲକନ ମେନେଜମେଣ୍ଟର ଦାଇତ୍ୱ ହିନତା ପାଇଁ ଏଭଳି ଘଟଣା ଘଟିଛି କିନ୍ତୁ ତାଙ୍କ ଲେଖିବା ଡେରି ହୋଇଗଲା ଏବେ ଆଉ ଲେଖିଲେ ହେବନି ତାରାପଟ୍ଟନାୟକଙ୍କୁ ଗିରଫ କରିବା ପାଇଁ ଆନ୍ଦୋଳନ କରିବା ଦରକାର । କାରଣ ସମହସପିଟାଲ ଅଗ୍ନିକାଣ୍ଟ ଘଟଣାରେ ମନୋଜ ନାୟକ ଜଦି ଗିରଫ ହୋଇଥିଲେ ତାରାପଟ୍ଟନାୟକ କାହିଁକି ଗିରଫ ହେବେନି ? ମନୋଜ ନାୟକଙ୍କ ଦାଇତ୍ୱ ହିନତା ପାଇଁ ଜଦି ସେ ଗିରଫ ହେବେ ତାରା ପଟ୍ଟନାୟକ କାହିଁକି ନୁହଁ ? ଏଠି କଣ ତାରା ପଟ୍ଟନାୟକଙ୍କର ଦାଇତ୍ବ ପୂର୍ଣତା ଥିଲା। ତାରା ପଟ୍ଟନାୟକ କାହିଁକି ନାବାଳିକାଙ୍କୁ ସେଠାରେ କାମ କରଉଥିଲେ ? କାହିଁକି କୈାଣସି ବଡଦୁର୍ଘଟଣା ନଘଟିବାକୁ ସେଫ୍ଟି ପ୍ରିକୁଏସନ ନେଇ ନଥିଲେ ? ଏହା ତାଙ୍କ ଦାଇତ୍ବହିନତା ନୁହଁତ ଆଉ କଣ , ତାରା ପଟ୍ଟନାୟକ ଜେଉଁ ଅଭିଙ୍ଗ୍ୟବ୍ୟକ୍ତିଙ୍କୁ ଜେଉଁ କାର୍ଯ୍ୟପାଇଁ ରଖିବା କଥା ସେ କଣ ରଖିଥିଲେ ? ତାରା ପଟ୍ଟନାୟକ କଣ ଯାଣିନାହାନ୍ତି ତାଙ୍କ ପ୍ଲାଣ୍ଟରୁ ଯାଉଥିବା ପାଣି ଗ୍ରାମବାଶୀଙ୍କୁ କ୍ଷତି ପହଞ୍ଚାଉଛି ? ଜଦି ତାରା ପଟ୍ଟନାୟକ ଦାଇ ନୁହନ୍ତି ଜେଉଁ ୭ଜଣକୁ ଗିରଫ କରାଯାଉଛି ସେମାନେ କାହିଁକି ଦାଇହେବ । ଷଡଙ୍ଗି ମହୋଦୟ ଜଦି ସାଧାରଣ ଲୋକଙ୍କ ନେତା ସାଧାରଣ ଲୋକଙ୍କ ପାଇଁ ତାଙ୍କ ହୃଦୟ କାନ୍ଦୁଛି ତାହାଲେ ସେ ଜେଉଁ ୩ଦିନପରେ ମିଛ କାନ୍ଦଣା ନବିନପଟ୍ଟନାୟକଙ୍କ ପାଖରେ କାନ୍ଦିକି ଭ ।ବମୁର୍ତ୍ତିବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତାହା ନକରି ତୁରନ୍ତ ତାରା ପଟ୍ଟନାୟକଙ୍କ ଗିରଫ ପାଇଁ ଆନ୍ଦୋଳନ କରନ୍ତୁ ତାଙ୍କ ବିଧାୟକ ମାନଙ୍କୁ କହି ବିଧାନ ସଭାରେ ହୋ ହାଲ୍ଲାକରନ୍ତୁ ତାହାଲେ ହୁଏତ ଲୋକ ତାଙ୍କୁ କ୍ଷମା କରିପାରିବେ ।
