ଭୁବନ:(ସଂଜୟ କୁମାର ନାଏକ) ଢେଙ୍କାନାଳ ଜିଲ୍ଲା ଭୁବନ NAC Ward no-2ର ବରିଷ୍ଠ ସାମ୍ବାଦିକ ତଥା ପଣ୍ଡିତ ପ୍ରମୋଦ ମିଶ୍ରକଂ ପୁଅ ଓମପ୍ରକାଶ ମିଶ୍ର ଠାରୁ ରିଲିୟାନ୍ସ କଂମ୍ପାନିର ପେଟ୍ରୋଲ ପମ୍ପ କରାଇ ଦେବାକୁ କହି ବିହାରର ୩ଜଣ ଯୁବକ (୧-ଶୁଭମ ପ୍ରିୟଦର୍ଶି ଯାଦବ ୨-ଆକାଶ କୁମାର ୩-କୈଶଳେନ୍ଦ୍ର କୁମାର ଲାଲୁ )୪ଟି କିସ୍ତିରେ ୪୦ଲଖ୍ୟ ୪୫ହଜାର ଟଙ୍କା ଠକି ନେଇଥିଲେ। ଶ୍ରୀ ମିଶ୍ର ଠକେଇ ହେବା ପରେ ତା-୩.୧.୨୦୧୯ରେ କ୍ରାଇମବ୍ରାଞ୍ଚରେ ୦୧/୨୦୧୯ କେସ୍ ପଂଜିକ୍ରୁତ କରିଥିଲେ। କ୍ରାଇମବ୍ରାଚଂର ଇନିସପେକ୍ଟର ବିଭୁରଂଜନ ସୁନ୍ଦରରାୟ ସବୁ ତଥ୍ୟକୁ ଆଧାର କରି ଏ ଠକମାନଙ୍କୁ ପାଟନାର ଖାଜପୁରଠାରୁ ୨୯.୧୧.୨୦୧୯ରେ ଗିରଫ କରିଥିଲେ। ଗିରଫ ସମୟରେ ୧୬ଟି ସିମକାର୍ଡ,୪୭ଟି ଏଟିଏମ କାର୍ଡ,ଗୋଟେ ଲ୍ୟାପଟପ ସହିତ ନଗଦ ୮ଲକ୍ଷ ୫୯ହଜାର ଟକାଂ ଜବତ କରିଛନ୍ତି । ଆଜି ଭୁବନ SDJM Courtରେ ସେମାନକଂ ଜାମିନ ଖାରଜ ହେବାରୁ କ୍ରାଇମବ୍ରାଚଂ ୫ଦିନ ପାଇଁ ରିମାଣ୍ଡରେ ନେଇଥିବା ସରକାରି ଓକିଲ ଶ୍ରୀକାନ୍ତ ସାହୁ ପ୍ରକାଶ କରିଛନ୍ତି ।
