ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସଂପଦ ବିଭାଗର ଇଂଜିନିୟର। ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିର ବିଧାନଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ସମୟରେ କାବୁୁ କଲା ଭିଜିଲାନ୍ସ । ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ ବିଧାନଚନ୍ଦ୍ର ସାହୁଙ୍କୁ କାବୁ ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସପିି ଅଖୟ ମିଶ୍ର କାବୁ କରିଥିବା ଜଣାପଡ଼ିଛି । ସେ ଏତେ ଟଙ୍କା କେଉଁଠୁ ଆଣିଲେ ଏବଂ କୁଆଡେ ଯାଉଥିଲେ, ତାହାର ଯାଞ୍ଚ କରୁଛି ଭିଜିଲାନ୍ସ। ତାଙ୍କୁ କଟକ ଭିଜିଲାନ୍ସ ଟିମ ସାଥିରେ ନେଇ ଯାଇଥିବା କଥା ସାମ୍ନାକୁ ଆସିଛି।
