ସୋର : ସୋର ଅବକାରୀ ଅଧିକାରୀ କଣ କରନ୍ତି ସେ କଥା ସୋରର ବୁଲୁଥିବା ପାଗଳା ବାୟାଙ୍କୁ ପଚାରିଲେ ସେ କହିଦେବେ I ପୂର୍ବରୁ ଇତିହାସ ଅଛି ସୋରକୁ ଜେଉଁ ଅବକାରୀ ଅଧିକାରି ଆସନ୍ତି ୬ ମାସରେ ତାଙ୍କ ଘରେ ସୁନାଗହଣା ବଢିଯାଏ I କିଛି ଅଧିକାରୀ ପୂର୍ବରୁ ଚାକର ବାକରଙ୍କୁବି ସୁନାହାର ଦେବା ଶୁଣିବାକୁ ମିଳିଥିଲା I ଆଜି ଯାଏଁ ସୋରକୁ ଜଣେବି ସଚୋଟ ଅଧିକାରୀ ଆସି ନାହାନ୍ତି ବୋଲି ଲୋକ କୁହନ୍ତି I ତେବେ ଏଇ ଅବକାରୀ ଅଧିକାରୀ ମାନେ ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଥିବା ସମସ୍ତ ବେଆଇନ ମଦବେପାରିଙ୍କ ଠାରୁ ମୁଟା ଅଙ୍କର ମାସିକା ନେଇ ସେମାନଙ୍କୁ ମଦବିକିବାରେ ସହଯୋଗ କରନ୍ତି ବୋଲି ଶହ ଶହ ଥର ସାଧାରଣ ଲୋକ ଅଭିଯୋଗ କରିଛନ୍ତି I ତେବେ ବର୍ତ୍ତମାନ ସୋରର ଗୋଟେ ଦୁଇଟିକୁ ଛାଡିଲେ ଆଉ ପ୍ରାୟ ସବୁ ହୋଟେଲ ମଦ ନବିକିଲେ ରାଣ୍ଡ ମାଇପେ ତାଙ୍କ ହୋଟେଲକୁ ଖାଇବାକୁ ଜିବେନି ବୋଲି ସେମାନେ ମଦ ବିକନ୍ତି I ଆଉ ସେମାନଙ୍କୁ ଅବକାରୀ ବାଲା କେବେ ଧରିବାର କେହି ଦେଖିନି I କିନ୍ତୁ କାଳେ ଲୋକ ଭୁଲିଜିବେ ଅବକାରୀ ବିଭାଗ ବୋଲି ଗୋଟିଏ ବିଭାଗ ଅଛି ସେଥିପାଇଁ କେତେବେଳେ କେତେବେଳେ ବଡ ବଡ ମାଲିକଙ୍କୁ ଛାଡି କର୍ମଚାରିଙ୍କୁ ଧରି ବାହା ବାହା ନେବାକୁ ଅପଚେଷ୍ଟା କରନ୍ତି I ଆଜି ସେମିତି ଏକ ଦ୍ରୁଶ୍ୟ ଦେଖିବାକୁ ମିଳିଛି , ମିଳିଥିବା ସୂଚନା ମୂଳେ ପିତାକାଳିଆ ଛକ ନିକଟରେ ଚାଲିଚାଲି ଯାଉଥିବା କୃଷ୍ଣଦାସପୁର ଗ୍ରାମର ମୁରଲୀଧର ବେହେରା ଦୁଇଟି ଜରି ଅଖା ନେଇଯାଉଥିଲେ ଗୋଟିଏ ଅଖାରେ ୪ କିଲୋ ୩୦୦ଗ୍ରାମ ଗଞ୍ଜେଇ ଥିବା ବେଳେ ଅନ୍ୟ ଅଖାରେ ୧୨ କିଲୋ ୨୦୦ ଗ୍ରାମ ଅଫିମ ଚୋପା ଥିବା ଅବକାରି କହିଛି I ତେବେ ସେଇ ବ୍ରୁଦ୍ଧ ଜଣକଙ୍କ ଆଖିକୁ ଠିକ୍ ଭାବେ ଦେଖାଯାଉନଥିବା ବେଳେ ବ୍ୟକ୍ତି ଜଣକ ଗରିବ ହୋଇଥିବାରୁ ୩୦୦ ଟଙ୍କା ମଜୁରି ନେଇ ଜଣକ କଥାରେ ସେ ଅଖା ବୋହିନେଇ ଯାଉଥିଲେ I ତେବେ ସେଇ ବ୍ୟକ୍ତିଙ୍କୁ ସୋର ଅବକାରି ଧରି ବାହା ବାହା ନେଉଥିବା ବେଳେ ପ୍ରକ୍ରୁତ ଗଞ୍ଜେଇ ବେପାରି ଖୁଲମ ଖୁଲା ବୁଲୁଥିବା ଯାଣିବାକୁ ମିଳିଛି I ଜଦି ଅବକାରୀ ଅଧିକାରୀ ବା ବିଭାଗର ସତସାହସ ଅଛି ସୋରର ଅଣ୍ଡା କୁଚୁରାଠୁ ଚିକି ଚିକିଆ ହୋଟେଲ ପର୍ଯ୍ୟନ୍ତ ସବୁଠି ଚଢଉକରି ମଦବିକୁଥିବା ହୋଟେଲ ମାଲିକ ମାନଙ୍କୁ ଧରି କରାମତି ଦେଖାନ୍ତୁ ନହେଲେ ଏ ଧୂତି ଗାମୁଛା ପିନ୍ଧା ଲୋକଙ୍କୁ ଧରି ବାହାଦୁରି ମରାକଥା ସମସ୍ତଙ୍କୁ ଜଣା I
