୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଏପ୍ରିଲ ୧୧ ତାରିଖରେ ହେବ ବୋଲି ସେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଘୋଷଣା କରିଛନ୍ତି।ଓଡ଼ିଶାରେ ହେବାକୁ ଥିବା ଲୋକସଭା ନିର୍ବାଚନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୧ରେ ୪ଟି ଆସନ, ଏପ୍ରିଲ ୧୮ରେ ୫ଟି ଆସନ, ଏପ୍ରିଲ ୨୩ରେ ୬ଟି ଆସନ ଏବଂ ଏପ୍ରିଲ ୨୯ରେ ୬ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ।
ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟରେ ୧୪ଟି ରାଜ୍ୟର ୧୧୫ ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଆସନ ପାଇଁ ଭୋଟ୍ ଗ୍ରହଣ ହେବ।
