ସମ୍ପାଦକୀୟ : ଯେତେବେଳେ ଦେଶ ଅଖଣ୍ଡ ଭାରତର କଥା କହୁଛି । ସ୍ୱାଧୀନ ସ୍ୱାଧୀନ ବୋଲି ଚିତ୍କାର କରୁଛି । ସେତେବେଳେ ଆମେ ଶକ୍ତିଶାଳୀ ଗଣତାନ୍ତ୍ରୀକ ରାଷ୍ଟ୍ର ବୋଲି ନାରା ଦେଉଛୁ । କିନ୍ତୁ ଆମେ ନିଜକୁ ପଚାରିବା ଦରକାର ଆମେ ସ୍ୱାଧୀନ ନା ପରାଧୀନ , ଆମ ଦେଶରେ ଗଣତନ୍ତ୍ର ଅଛି ନା ଭଡା ଲାଗିଛି ? ଦେଶର ଗଣତନ୍ତ୍ର ଛିଡା ହୋଇଥିବା ଚାରିସ୍ତମ୍ବ ମଧ୍ୟରୁ ଗଣ ମାଧ୍ୟମ ନାମକ ସ୍ତମ୍ବର ଅବସ୍ଥା କଣ ? ରଙ୍ଗକୋଠିର ରଙ୍ଗବତୀ ଯେମିତି ଅର୍ଥ ପାଇଁ ନିଜର ଦେହକୁ ବିକୁଛି ସେମିତି ଏ ଗଣମାଧ୍ୟମ ପ୍ରତିଦିନ ରାଜନିତିର ରଙ୍ଗକୋଠିରେ ନିଜକୁ ବିକୁଛି କଣ ପାଇଁ ? ସବୁଠାରୁ ବିଚିତ୍ର କଥା ସାମ୍ବିଧାନିକ ପଦବିରେ ରହି କିଛି ଲୋକ ଯେମିତି ମିଛ କହୁଛନ୍ତି ଦେଶ ଏବଂ ଦେଶବାସୀଙ୍କୁ ଅନ୍ଧାରକୁ ନେଇଯାଉଛନ୍ତି ତାର ପ୍ରତିବାଦ ଗଣମାଧ୍ୟମ କରିବା ପରିବର୍ତ୍ତେ ନିରବ ରହୁଛି । ବର୍ତ୍ତମାନ ପୃଥିବୀର ସବୁଠାରୁ ମିଛୁଆ ଲୋକ କିଏ ଯଦି ଖୋଜାଯାଏ ତାହାଲେ ନରେନ୍ଦ୍ର ମୋଦିଙ୍କ ନାମ ବୋଧେ କଉ ଗୋଟେ ଧାଡିର ଆସିବ । କଂଗ୍ରେସତ ଦେଶକୁ ୫୦ବର୍ଷ ମିଛ କହୁଥିଲା । ଅବଶ୍ୟ କଥାରେ ଅଛି ମିଛ କହିବା ଲୋକ ଶୁଣିବା ଲୋକ ଦୁଇଜଣ ଯଦି ସେକଥାକୁ ମିଛ ବୋଲି ଜାଣିଥିବେ ତାହା ପାପନୁହଁ । ତେବେ ଏ ନେତାଙ୍କ ମିଛକୁ ପ୍ରଚାର କରି ତାଙ୍କୁ ଶକ୍ତିଶାଳୀ କରୁଛି କିଏ ? ଆମେ ଗଣମାଧ୍ୟମ । ଯଦି ଶାଗୁଣା ବିଲୁଆ ଚିକିତ୍ସକ ହେବେ ତାହାଲେ ଶବର କଣ ଅବସ୍ଥା ହେବ ତାହା ସହଜେ ଜଣା । ଆଜି ଦେଶରେ ହିନ୍ଦୁ ମୁସଲମାନ ଏବଂ ପାକିସ୍ଥାନ ଛଡା ଆଉ କିଛି କାମ ହେଉନି । ବେରୋଜଗାର ବଢୁଛି , ଅର୍ଥନିତି ଦୁର୍ବଳ ହେଉଛି , ସରକାରୀ ସଂସ୍ଥା ବୁଡିବାକୁ ବସିଲାଣି , କୋଟି କୋଟି ଟଙ୍କା ଲୁଟିକି ଲୋକ ଦେଶ ଛାଡି ପଳାଇଯାଉଛନ୍ତି , ଦରଦାମ କଥା ବା କାହାକୁ ଅଜଣା , ଅସାମାଜିକତା କଥା ଛାଡନ୍ତୁ କିନ୍ତୁ ଆମ ପ୍ରଧାନ ମନ୍ତ୍ରୀ ସ୍ତ୍ରୀକୁ ଛାଡି ରେଡିଓ ଟିଭିରେ ମନକିବାତ କହୁଛନ୍ତି ଦେଶବାସିଙ୍କୁ କଣ କୁହାଯାଉଛି ଡିଜେଲ ପେଟ୍ରୋଲ ଆମ ହାତରେ ନାହିଁ , ଆନ୍ତରାଷ୍ଟ୍ର କାରଣରୁ ଟଙ୍କା ବଢୁଛି , ଦରଦାମ , ଭ୍ରଷ୍ଟାଚାର ପାଇଁ କଂଗ୍ରେସ ଦାଇ , ଆଉ ଯାହା ସମସ୍ୟା ସବୁ ନେହେରୁ ଛାଡିକି ଯାଇଛନ୍ତି ତା ପରେ ଯଦି କିଛି ଅସୁବିଧା ଅଛି ତମେ ପାକିସ୍ଥାନ ଚାଲି ଯାଇ ପାର । ଗଣମାଧ୍ୟମ ଏ ସବୁର ସମାଲୋଚନା କରିବା ପରିବର୍ତେ ନିରବ ରହୁଛି କାହିଁକି ? ନାଁ ସରକାରଙ୍କର ଯିଏ ତେଲ ମାରି ପାରିବ ସିଏ ସେତେ ଶକ୍ତିଶାଳି ହେବ ଏହି ପ୍ରକ୍ରିଆରେ ଦେଶ ତଥା ରାଜ୍ୟର ଶତକଡା ୯୦ଭାଗ ଗଣମାଧ୍ୟମ ଚାଲିଛି ଆଉ ଯେଉଁ ମାନେ ରହିଲେ ସେମାନଙ୍କ ସ୍ୱରକୁ ଅସମ୍ବିଧାନିକ ଭାବେ ବନ୍ଦ କରିଦିଆଯାଉଛି । ଗାନ୍ଧୀଙ୍କ ୩ମାଙ୍କଡ କାନ୍ଦିବା ଭଳି ଏ ଗଣତନ୍ତ୍ରର ଗୋଟିଏ ସ୍ତମ୍ବକୁ ଛାଡି ଆଉ ୩ସ୍ତମ୍ବ ସମସ୍ତେ ସମସ୍ତଙ୍କ ପାଖରେ କାନ୍ଦୁଛନ୍ତି ଯାହାର ବଡ ଉଦାହରଣ ସୁପ୍ରିମ କୋର୍ଟର ଜସ୍ଟିସ ମାନେ ପ୍ରେସ ସାମ୍ନାରେ ବିବୃତି ଦେବା । ଏଠି ଯୁବସମାଜ କଣ କୁହେ କଂଗ୍ରେସ ୫୦ବର୍ଷରେ କରିପାରିଲାନି ବିଜେପିକୁ ସମୟ ଦିଆଯାଉ ୟା ମଧ୍ୟରେ ଜେ ଆଉ ସୁନୁପାମ୍ପୁଡି ଖାଇବାକୁ ବାଳ ନଥିବ ସେ କଥା ସେମାନଙ୍କୁ ବୁଝେଇବ କିଏ । ଏ ପାଇଁ ସଂଗ୍ରାମ ଦରକାର ସାଧାରଣ ଲୋକ କହିବା ଦରକାର କାହାକୁ ନକହିଲେବି ଏକୁଟିଆ ନିଜେ ନିଜେ କହିବା ଦରକାର ବାହାରେ ନକହିଲେ ଘରଭିତରେ କହିବା ଦରକାର ଯାହା ହେଲେବି କହିବା ଦରକାର ନହେଲେ ଏ ଅଖଣ୍ଡ ଭାରତ ଖଣ୍ଡ ଖଣ୍ଡ ହୋଇଯିବ ।
