ସମ୍ପାଦକୀୟ : ବେଳେ ବେଳେ ମଣିଷ ରାଗିଯାଏ, ଅବଶ୍ୟ ରାଗିବା ପଛରେ ଗୋଟେ କାରଣ ଥାଏ । କାରଣ ଏଇଆ ହୋଇଥାଏ ରାଗୁଥିବା ଲୋକ ଯାହା ଉପରେ ରାଗିଥାଏ ସେ ବ୍ୟକ୍ତି ଜଣକ ସେମିତି କିଛି କହିଥାଏ ବା ଲେଖିଥାଏ ଯାହା ରାଗିବା ଭଳି । ଠିକ୍ ଏମିତି ଏକ ଘଟଣା ଘଟିଛି ପି.ଏସ.ଆନ୍ଦୋଳନ ବା ଆମ ଖବର ସଂସ୍ଥା ଏବଂ ପ୍ରତାପ ଷଡଙ୍ଗୀ ବା ବାଲେଶ୍ୱର ସାଂସଦ ଅବା ପ୍ରତାପ ନନାଙ୍କ ଖେତ୍ରରେ ।
ନନା କୁଆଡେ ଆମ ଉପରେ ରାଗିକି ଖପା ଭୁବନେଶ୍ୱର ଜୟଦେବ ଭବନରେ ଏକ ବୈଠକରେ ପ୍ରେସ ଡେରେ ବହୁତ କଥା କହିଲେ କିନ୍ତୁ ଶେଷ ଆଡିକି କହିଲେ ବାଲେଶ୍ୱର ଜିଲ୍ଲାର ସବୁଭଲ କାଗଜ ଗୋଟିଏ କାଗଜ ଅଛି ଆନ୍ଦୋଳନ ସେ ୩ ମାସ ୬ ମାସରେ ଥରେ କିଛି ଗୋଟେ ଉଦେଶ୍ୟ ନେଇକି ବାହାରେ ଯାହା ପାଖରୁ ଟଙ୍କା ନେବେ ତାହା ସପକ୍ଷରେ ଜିଏ ନଦେବ ତାହା ବୁରୁଦ୍ଧରେ ।
ନ.୧ : ଏଠି ଗୋଟେ କଥା କିଏ ଟଙ୍କା ଦେଉଛି ନଦେଉଛି କି ଆମେ କାହା ପାଖରୁ ଟଙ୍କା ନେଉଛୁ ନନେଉଛୁ ସେ ଅଲଗା କଥା କିନ୍ତୁ ପ୍ରତାପ ଷଡଙ୍ଗି ନିଜେ ନିଜ ଛାତିରେ ହାତ ରଖି କହିବେକି ସେ ତାଙ୍କ ଜୀବନରେ କାହାପାଖରୁ ଟଙ୍କା ଟିଏବି ନେଇନାହାନ୍ତି !
ନ.୨ : ପ୍ରତାପ ଷଡଙ୍ଗି କଣ ଆମର ଶତୃ ନାଁ ତାଙ୍କ କାର୍ଯ୍ୟକଳାପ ବା ମିଛକଥାଗୁଡାକ ଆମେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଆମର ଭୁଲ !
ଆସନ୍ତୁ ଯାଣିବା ତାଙ୍କର ଗୋଟିଏ ନମ୍ବର ୧ ମିଛ , ନିଜକୁ ଗରିବ ଦେଖେଇ ହୋଇ ଗଢିଆରେ ଗାଧୋଇ ସାଇକେଲରେ ବୁଲି ଫଟଛାଡିବା , ଆମେ ଏହାର ଖୁଲାସା କଲୁ ସେ ଗରିବ ନୁହନ୍ତି ତାଙ୍କର ୩ଟା ବ୍ୟାଙ୍କ ଏକାଉଣ୍ଟ ।ଛି , ଗୋଟିଏ କମ୍ପାନିର ସେ ସେଆର ହୋଲ୍ଡର , ତାଛଡା ସେ ବିଧାୟକ ଭତ୍ତା ପାଉଥିଲେ ତାପୂର୍ବରୁ ଚାକିରି କରି ଦରମା ପାଉଥିଲେ ।
ନ.୩ : ସେ ନିଜକୁ ବଡ ପଣ୍ଡିତ ଭାବି କହିଲେ ଇତିହାସ ଭୂଲ ନିଜେ ତାଙ୍କ ଜୀବନର କେତୁଟା ଇତିହାସ ଲେଖିଛନ୍ତି ଆମେ ପଚାରିବା କଣ ଭୁଲ ?
ନ.୪ : ଏଇଟା ତାଙ୍କୁ ଅଧିକ ବାଧିଲା ଯାହା ଏଇ ସଦ୍ୟଘଟଣା , ୧୩ ତାରିଖ ରାତ୍ରୀରେ ଫାଲକନ ଘଟଣାରେ ସେ ନିରବ ରହିବା ନେଇ ଆମେ ଖବର ପ୍ରଶାରଣ କଲୁ ୧୬ ତାରୀଖ ଷଡଙ୍ଗୀ ବାବୁ ସେଇଦିନ ନବିନ ପଟ୍ଟନାୟକଙ୍କ ପାଖକୁ ଗୋଟେ ଚିଠିଲେଖି ଫାଲକନ ଉପରେ କାର୍ଯ୍ୟ ନୁଷ୍ଠାନ ଦାବିକଲେ ।
ତେଣୁ ଆମ ସତ ଲେଖିବାରେ ଜଦି ସେ କଷ୍ଟ ପାଇବେ ଆମେ କଣ କରିପାରିବା , ସେ ତାଙ୍କର ଜୟଦେବ ଭବନକି ଆଉ କଉଠି ଜଦି ଆମ ବିରୁଦ୍ଧରେ କହି ମନଶାନ୍ତି କରିପାରୁଛନ୍ତି ଆମେବି ତାଙ୍କ କଥା ଶୁଣି ଏତିକି କହିବା ଜିଏ ଯାହା କହୁ ଆମର ଢୋ ।
