ଜଳେଶ୍ୱର / ସୋର : ଡ୍ରଗ୍ସ କାରବାର ର ପେଣ୍ଠସ୍ଥଳୀ ସାଜିଛି ବାଲେଶ୍ଵର ଜିଲ୍ଲା । ଜଳେଶ୍ୱର ରୁ ରାଜଧାନୀ ଭୁବନେଶ୍ବର ଯାଏଁ ଡ୍ରଗ୍ସ ବେପାରୀଙ୍କ ପଛରେ ଜଳେଶ୍ୱର ଡ୍ରକ୍ସ କିଙ୍ଗପିନ ମାନଙ୍କର ରହିଛି ଲିଂକ । ଦିନକ ପରେ ଦିନେ କିଏନା କିଏ ଜଳେଶ୍ୱରର ଡ୍ରଗ୍ସ ବେପାରୀଙ୍କ ଭିତରୁ କେହିନା କେହି ପୋଲିସ ହାତରେ ଧରାପଡି ଗିରଫ ହେଉଛନ୍ତି । ଜଳେଶ୍ୱରରୁ ପୁଣି ଜଣେ ଡ୍ରଗ୍ସ କିଙ୍ଗପିନକୁ ଟେକିନେଲା ପୋଲିସ । ସୂଚନାରୁ ଜଣାପଡିଛି ଯେ ତା ୧୭/୦୧/୨୦୨୦ରିଖ ଶୁକ୍ରବାର ଅପରାହ୍ନରେ ସୋର ସାପ୍ତାହିକ ହାଟ ବାରିକପୁରରୁ ଜଣେ ଡ୍ରଗ୍ସ ବେପାରୀକୁ ସୋର ପୋଲିସ ଓ ଏସଟିଏଫ ( ସ୍ପେଶାଲ ଟ୍ରାକ୍ସ ଫୋର୍ସ) ଟିମ ଜଣେ ଡ୍ରଗ୍ସ ବେପାରୀକୁ ଗିରଫ କରିଛି । ଗିରଫ ଯୁବକକୁ ଜେରା ସମୟରେ ଜଳେଶ୍ୱର ସାଶନବାଡ଼ର ମିର ସୈଫଲ୍ଲିଙ୍କ ସହ ବେପାରୀର ଲିଂକଥିବା ପୋଲିସକୁ ସୁରାଗ ମିଳିଥିଲା। ତେବେ ଅପରାହ୍ନରେ ଜଳେଶ୍ୱର ସାଶନବାଡ଼ର ମିର ସୈଫଲ୍ଲି (୨୪)କୁ ଜଳେଶ୍ୱର ଥାନା ଆଇ ଆଇସି ଧନେଶ୍ବର ସାହୁ ଏବଂ ସହଯୋଗୀ ଏଏସଆଇ ଦିଲ୍ଲୀପ ସାମଲ ସାଶନବାଡ଼ ଯାଇ ଡ୍ରକ୍ସ ବେପାରରେ ଲିଂକ ଥିବା ମିର ସୈଫଲ୍ଲିକୁ ଉଠାଇ ଆଣି ଥାନାରେ ପଚରା ଉଚରା କରିବା ସହ ମୋବାଇଲ ଫୋନ ରେକଡରୁ କିଛି ସୁରାଗ ଜଣାପଡିଛି । ସୋରରୁ ଗିରଫ ହୋଇଥିବା ଯୁବକ ସହ ଲିଂକ ରହିଛି ମିର ସୈଫଲ୍ଲିଙ୍କର । ପରେ ସୋରରୁ ଗିରଫ ଯୁବକକୁ ଧରି ଜଳେଶ୍ୱର ଆସିଥିବା ସୋର ପୋଲିସ ଓ ଏସଟିଏଫ(ସ୍ପେଶାଲ ଟ୍ରାକ୍ସ ଫୋର୍ସ) ମିର ସୈଫଲ୍ଲୀକୁ ନେଇଯାଇଛି । ତେବେ ଲଗାତାର ଜଳେଶ୍ୱର ଡ୍ରଗ୍ସ ବେପାରୀଙ୍କ ଉପରେ ଚଢ଼ାଉ ଓ ଗିରଫକୁ ବେପାରୀଙ୍କ ମନ ଭିତରେ ପଶିଛି ଛନ୍କା । ବେପାରରେ ଲାଗିବକି ରୋକ…? ସାବାଡ଼ ହେବେ କି ବେପାରୀ…? ଆଗକୁ ଏସବୁ ଦେଖିବାକୁ ବାକି ରହିଲା ।
