ନୂଆଦିଲ୍ଲୀ : ବିଜେପି ବିରୁଦ୍ଧରେ ସାରା ଦେଶ ଜଳୁଥିବା ବେଳେ ଦେଶର ସମ୍ବିଧାନ ଏବଂ ଅର୍ଥନୀତି ବିଜେପି ପାଇଁ ବିପଦରେ ଥିବା ଅଭିଯୋଗ ହୋଇଆସୁଛି ା କୁହାଯାଏ ଗୁଜୁରାଟକୁ ଜଳାଇଥିବା ମୋଦି ଶାହା ଯୋଡି ଏବେ ଦେଶକୁ ଜଳାଇବାକୁ ଚେଷ୍ଟା କରୁଛନ୍ତି, ଠିକ୍ ଏହିସମୟରେ ବିଜେପି ଗୋଟେ ପରେ ଗୋଟେ ରାଜ୍ୟରୁ ନିଜର ସମର୍ଥନ ହରାଉଥିବା ଦେଖିବାକୁ ମିଳୁଛି ା ବିଜେପି ୨୦୧୯ରେ ପୁଣି ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି। ଝାରଖଣ୍ଡରେ ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟ ବିଜେପିକୁ ଶାସନ ଗାଦିରୁ ହଟାଇ ଦେଇଛନ୍ତି। ଝାରଖଣ୍ଡରେ ମୋଦି ଶାହା ଗ୍ରୁପ ବେଶ ଆରାମରେ ସରକାର ଗଠନ କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଦଳ ମ୍ୟାଜିକ ନମ୍ବର ୪୧ ଠାରୁ ବହୁ ଦୂରରେ ରହିଯାଇଛି। ପାଖା ପାଖି ପହଞ୍ଚିଥିଲେ କିଣାବିକା ରାଜନୀତିରେ ଧୂରନ୍ଧର ଥିବା ବିଜେପି ଯେମିତି ହେଲେ ବି ସରକାର ଗଠନ କରି ନେଇଥାଆନ୍ତା। ହେଲେ ଝାରଖଣ୍ଡବାସୀ ବିଜେପିକୁ କେବଳ ୨୫ଟି ଆସନ ଦେଇଛନ୍ତି ଯାହା ବିଜେପିର ଆଶାକୁ ମଉଳାଇ ଦେଲା । ଏହାପୂର୍ବରୁ ମହାରାଷ୍ଟ୍ରରେ ବି ଦଳ ସରକାର ଗଠନ କରିବାକୁ ଅକ୍ଷମ ହୋଇଥିଲା ଗତବର୍ଷ ଡିସେମ୍ବରରେ ବିଜେପି ଠାରୁ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଛଡ଼ାଇ ନେଇଥିଲା। ମହାରାଷ୍ଟ୍ରରେ ୨୦୧୪ରେ ବିଜେପି ୧୨୨ଟି ଆସନ ଜିତିଥିବା ବେଳେ ଏଥର ଏହା ୧୦୫କୁ ଖସି ଆସିଛି। ହରିଆଣାରେ ୭ଟି ଓ ଝାରଖଣ୍ଡରେ ୧୨ଟି ଆସନ ବିଜେପି ହାତରୁ ଖସି ଯାଇଛି। ଦଳ ମହାରାଷ୍ଟ୍ରରେ ୪୨ରୁ ୪୪ରେ ପହଞ୍ଚିଥିବା ବେଳେ ହରିଆଣାରେ ଅତିରିକ୍ତ ୧୬ଟି ଆସନ ଦଖଲ କରିଛି। ଝାରଖଣ୍ଡରେ ଦଳ ୨୦୧୪ରେ ୬ଟି ଆସନ ଜିତିଥିଲା। ହେଲେ ଏଥର ଏହା ୧୬ରେ ପହଞ୍ଚି ଯାଇଛି। ଯାହା ସ୍ପଷ୍ଟ କରୁଛି ବିଜେପି ଫେଡି ଫେଡି ଯାଉଥିଲା ବେଳେ କଙ୍ଗ୍ରେସ ଯୋଡି ହୋଇଯାଉଛି ା
